ଟିକସ ବ୍ୟବସ୍ଥାର ସରଳୀକରଣ ଲାଗି ପଦକ୍ଷେପ ନିଆଯାଉଛି: ସୀତାରାମନ

ନୂଆଦିଲ୍ଲୀ,୮-୧: ଦେଶରେ ଟିକସ ବ୍ୟବସ୍ଥାର ସରଳୀକରଣ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସୂଚନା ଦେଇଛନ୍ତି। ସେହିଭଳି ସାଧୁ ଟିକସଦାତାଙ୍କ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଶେଷ କରିବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ସେ ମତ ଦେଇଛନ୍ତି। କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି)ର ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜିଏସ୍‌ଟି ଫାଇଲିଂ ସିଷ୍ଟମର ଉନ୍ନତୀକରଣ ଲାଗି ସରକାର ପରାମର୍ଶ ଗ୍ରହଣ କରୁଛନ୍ତି। ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶ ଗ୍ରହଣ କରିବା ପରେ ତାକୁ ଆଧାର କରି ସରକାର ପରବର୍ତ୍ତୀ ଯୋଜନା ହାତକୁ ନେଉଛନ୍ତି। ଟିକସଦାତାଙ୍କ ଏବଂ ଅଧିକାରୀଙ୍କ ମଧ୍ୟରେ ଇଣ୍ଟରଫେସ ବା ସାମ୍ନାସାମ୍ନି ନ ହୋଇ ମଧ୍ୟ ଫେସଲେସ୍‌ ଇ-ଆସେସମେଣ୍ଟ ବ୍ୟବସ୍ଥା ଗତ ବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଛି। ଆୟକର ବିଭାଗ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେଶନ ନମ୍ବର(ଡିଆଇଏନ୍‌) ମଧ୍ୟ ଶୁଭାରମ୍ଭ କରିଛି। ସାରା ଦେଶରେ ଶୀଘ୍ର ଏକ ଶପିଂ ଫେଷ୍ଟିଭାଲ ଆୟୋଜନ କରାଇବା ନେଇ ଯୋଜନା ହାତକୁ ନିଆଯାଇଛି ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲନ୍‌ ମସ୍କ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ସ୍ପେସ୍‌ ଏକ୍ସ ଏବଂ ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ସ୍ଥାନ ହାସଲ କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୧୦...

ବ୍ୟାଙ୍କଗୁଡିକୁ ସୀତାରାମନଙ୍କ ପରାମର୍ଶ; ତଦନ୍ତର ୩ସିକୁ ଡରନାହିଁ

ନୂଆଦିଲ୍ଲୀ,୨୯-୧୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ଭେଟିଛନ୍ତି। ସେ ବ୍ୟାଙ୍କଗୁଡିକର ସ୍ଥିତିକୁ ସମୀକ୍ଷା କରିଥିବା ବେଳେ ତଦନ୍ତର...

ବ୍ୟାଙ୍କ ଜମାର ବୀମା ସୁରକ୍ଷା ବଢିପାରେ

ନୂଆଦିଲ୍ଲୀ,୧୬-୧୧: ବ୍ୟାଙ୍କ ଜମା ଉପରେ ବର୍ତ୍ତମାନ ୧ ଲକ୍ଷ ଟଙ୍କାର ବୀମା ସୁରକ୍ଷା ରହିଥିବା ବେଳେ ଏହାକୁ ବଢାଇବାକୁ ସରକାର ଯୋଜନା କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା...

ସତର୍କ କରାଇଲେ ରଘୁରାମ ରାଜନ

ନୂଆଦିଲ୍ଳୀ,୨୪।୭: ସରକାରଙ୍କ କରଜ ବୃଦ୍ଧିକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସତର୍କ କରାଇଛନ୍ତି। ବୁଧବାର ରାଜନ କହିଛନ୍ତି ଯେ, ଆର୍ଥତ୍କ ମାନ୍ଦାବସ୍ଥା...

ଆଂଶିକ ଲକ୍‌ଡାଉନ: ପ୍ରଭାବିତ ହେବ ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ଦେଶ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଆସିଛି। ସଂକ୍ରମଣ ମାମଲା ବଢିଚାଲିଛି। ପୁଣି ଥରେ ହୁଏତ ଲକଡାଉନ ହୋଇପାରେ ଅନେକେ ଆଶଙ୍କା କରୁଛନ୍ତି। ଦେଶ...

୧୭ ବର୍ଷର ସର୍ବନିମ୍ନ ସ୍ତରରେ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୩୧। ୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସୋମବାର ୧୭ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଏହି ସମୟରେ ବ୍ରେଣ୍ଟ କ୍ରୁଡ୍‌ ଫିଚର ବ୍ୟାରେଲ...

୩ରେ ଧର୍ମଘଟକୁ ଉହ୍ଲାଇବ ବିଏମ୍‌ଏସ୍‌

ନୂଆଦିଲ୍ଲୀ,୨୯-୧୨: ଘରୋଇକରଣ,ପୁଞ୍ଜି ପ୍ରତ୍ୟାହର ଏବଂ ବେକାରି ଭଳି ପ୍ରସଙ୍ଗ ଆଧାରରେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ୍‌) ଜାନୁୟାରୀ ୩ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ପ୍ରତି ଜିଲାର...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ବୁଝିବିଚାରି ରଣନୀତି ଆପଣାଇବାକୁ ହେବ: ମନମୋହନ

ଜୟପୁର,୮-୯: ମୋଦି ସରକାର ୨୦୨୪-୨୫ ସୁଦ୍ଧା ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ଉପରେ...

Advertisement
Archives

Model This Week