ନୂଆଦିଲ୍ଲୀ,୨୯।୪: ଅତି ଧନୀଙ୍କ ଉପରେ ଟିକସ ବୃଦ୍ଧି କରିବା ନେଇ ସରକାରଙ୍କୁ ଭାରତୀୟ ରାଜସ୍ବ ସେବା(ଆଇଆର୍ଏସ୍)ର ୫୦ ଜଣ ଅଧିକାରୀ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)କୁ ପ୍ରସ୍ତାବ ଦେଇଥିଲେ। ଆୟକରରେ ବୃଦ୍ଧି ନେଇ ମଧ୍ୟ ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଥିବା ବେଳେ ଏହାକୁ ସରକାର ଖାରଜ କରିଦେଇଛନ୍ତି। ଉକ୍ତ ରିପୋର୍ଟ ଦେଇଥିବା ୩ ବରିଷ୍ଟ ଅଧିକାରୀଙ୍କ ବିରୋଧରେ ସିବିଡିଟି ପକ୍ଷରୁ ସୋମବାର ଚାର୍ଜଶିଟ୍ ଜାରି କରାଯାଇଛି। ଅଫିସିଆଲ ଚ୍ୟାନେଲରେ ବୋର୍ଡକୁ ରିପୋର୍ଟ ପଠାଇବା ପରିବର୍ତ୍ତେ ଅଫିସର ସୋସିଆଲ ମିଡିଆରେ ଏହାକୁ ପ୍ରଘଟ କରିଥିଲେ। ସେହିଭଳି ୫୦ଜଣ ଅଧିକାରୀଙ୍କୁ ପଥଭ୍ରଷ୍ଟ କରିଥିବା ମଧ୍ୟ ସିବିଡିଟି ପକ୍ଷରୁ କୁହାଯାଇଛି। ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଥିବାରୁ ଏଭଳି କାର୍ଯ୍ୟ ଦ୍ୱାରା ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଥିବାରୁ ପ୍ରଥମେ ଅଧିକାରୀଙ୍କୁ ତାଗିଦ କରାଯାଇଥିଲା। ଏହି ଘଟଣାର ତଦନ୍ତ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏହାକୁ ବିଚାର କରି ସିବିଡିଟି ଚାର୍ଜଶିଟ ଜାରି କରିଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଚାର୍ଜଶିଟ ଜାରି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ୧୯୮୮ ବ୍ୟାଚ୍ ଆଇଆର୍ଏସ୍ ପ୍ରଶାନ୍ତ ଭୂଷଣ, ୨୦୦୧ ବ୍ୟାଚ୍ ଆଇଆର୍ଏସ୍ ପ୍ରକାଶ ଦୁବେ, ୧୯୮୯ ଆଇଆର୍ଏସ୍ ସଞ୍ଜୟ ବାହାଦୁର ରହିଛନ୍ତି। ଭୂଷଣ ଆଇଆର୍ଏସ୍ ସଂଘର ସାଧାରଣ ସମ୍ପାଦକ ଥିବା ବେଳେ ଦୁବେ ଯୁଗ୍ମ ସମ୍ପାଦକ ଅଛନ୍ତି।

ରାଜ୍ୟରେ ବଢ଼ିବ ଷ୍ଟାର୍ଟଅପ୍, ଇନ୍କ୍ୟୁବେଶନ-ଇନୋଭେଶନ
ଭୁବନେଶ୍ୱର,୪।୧୨: ଚଳିତ ବର୍ଷର ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ୩ୟ ସଂସ୍କରଣର ୩ୟ ଦିନରେ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କେତେକ ରାଜିନାମା ସ୍ବାକ୍ଷରିତ...

କରୋନା ପ୍ରଭାବ: ମାସ୍କ୍, ସାନିଟାଇଜର ଦାମରେ ୧୦ଗୁଣା ବୃଦ୍ଧି
ନୂଆଦିଲ୍ଲୀ,୫।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ପାଇଁ ମାସ୍କ ପିନ୍ଧିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ଏହା...

ବେଦାନ୍ତ ଆଲୁମିନିୟମର ‘ପଞ୍ଚପ୍ରାଣ’ ପ୍ରତିଶ୍ରୁତି
ଭୁବନେଶ୍ୱର,୧୮।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ନୂତନ ସଙ୍କଳ୍ପ ‘ପଞ୍ଚପ୍ରାଣ’ର ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ତା’ର ଓଡ଼ିଶା...

ଆର୍ବିଆଇ ଦେଲା ବଡ଼ ଝଟ୍କା, ରେପୋ ରେଟ୍ ୪.୪୦ ପ୍ରତିଶତକୁ ବୃଦ୍ଧି…
ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ବଡ଼ ଝଟ୍କା ପ୍ରଦାନ କରାଯାଇଛି। ରେପୋ ରେଟ୍ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ୪.୪୦...

ଏପ୍ରିଲରେ ଉଡ଼ିପାରେ ଜେଟ୍ ଏୟାର
ନୂଆଦିଲ୍ଲୀ: ଦେବାଳିଆ ହୋଇଯାଇଥିବା ବିମାନ କମ୍ପାନୀ ଜେଟ୍ ଏୟାରଓ୍ବେଜ ପୁଣି ଥରେ ଉଡ଼ାଣ ଭରିବା ଲାଗି ପ୍ରସ୍ତୁତ ହେଉଛି। ଏହି କମ୍ପାନୀ ଆସନ୍ତା ଗ୍ରୀଷ୍ଣ ସମୟ...

ଆୟକର ବ୍ୟବସ୍ଥାରେ ଦକ୍ଷ କରାଇବ ଟ୍ୟାକ୍ସବଡ଼ି
ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଇନ୍କମ୍-ଟ୍ୟାକ୍ସ ଇ-ଫାଇଲିଙ୍ଗ୍ ପ୍ଲାଟ୍ଫର୍ମ ଟ୍ୟାକ୍ସବଡ଼ି ପକ୍ଷରୁ ଏକ ‘ଇନ୍କମ୍-ଟ୍ୟାକ୍ସ ଏକ୍ସପର୍ଟ କୋର୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆୟକର ଦାଖଲ,...

ବଜାରରେ ମହିନ୍ଦ୍ରାର ନୂଆ ୩ ଚକିଆ ଇ-ଯାନ ଟ୍ରିଓ
ଭୁବନେଶ୍ୱର,୨୨ା୬: ମହିନ୍ଦ୍ରା ଗ୍ରୁପର ଇ-ଯାନ ନିର୍ମାଣକାରୀ କମ୍ପାନୀ ମହିନ୍ଦ୍ରା ଇଲେକଟ୍ରିକ ମୋବିଲିଟି ଲିମିଟେଡ୍ ପକ୍ଷରୁ ନୂଆ ୩ ଚକିଆ ଇ-ଯାନ ରେଞ୍ଜକୁ ବଜାର ପ୍ରବେଶ କରାଯାଇଛି।...

୧୮୦ ବିଲିୟନ ଡଲାର ହରାଇ ରେକର୍ଡ କଲେ ଏଲନ ମସ୍କ…
ଓ୍ବାଶିଂଟନ,୧୦।୧ : ଟେସଲାର ଶେୟାରରେ ଏକ ବଡ଼ ଧରଣର ହ୍ରାସ ପରେ ଏହାର ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି କମିବାରେ ଲାଗିଛି। ଟେସଲାର ଷ୍ଟକରେ ଏହି...