Posted inଜାତୀୟ

ଟିଏମ୍‌ସି, ସିପିଆଇ ଏବଂ ଏନ୍‌ସିପି ଉପରେ ଝୁଲୁଛି ଖଣ୍ଡା: ରଦ୍ଦ ହୋଇପାରେ ଜାତୀୟ ରାଜନୈତିକ ଦଳ ମାନ୍ୟତା

ନୂଆଦିଲ୍ଲୀ,୨୯।୮: ଟିଏମ୍‌ସି, ସିପିଆଇ ଏବଂ ଏନ୍‌ସିପି ଉପରେ ଜାତୀୟ ରାଜନୈତିକ ଦଳ ମାନ୍ୟତା ହରାଇବା ଖଣ୍ଡା ଝୁଲୁଛି। ଲୋକ ସଭା ନିର୍ବାଚନରେ ଜାତୀୟ ରାଜନୈତିକ ଦଳ ମାନ୍ୟତା ଲାଗି ଆବଶ୍ୟକ ପ୍ରତିଶତ ଭୋଟ ସମ୍ପୃକ୍ତ ଦଳ ହାସଲ କରିପାରି ନ ଥିଲେ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚଳିତ ବର୍ଷ ଜୁନ୍‌ ୧୯ରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଏହାର ଉତ୍ତରରେ ଟିଏମ୍‌ସି ଏବଂ ସିପିଆଇ ପକ୍ଷରୁ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସୁଯୋଗ ଦେବାକୁ ଅନୁରୋଧ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ଅନୁସାରେ ପୂର୍ବରୁ ଏଭଳି ପ୍ରସଙ୍ଗରେ କୋହଳ ମନୋଭାବ ପୋଷଣ କରାଯାଇଛି। ତେବେ ଏବେ ଏହି ୩ ରାଜନୈତିକ ଦଳଙ୍କୁ ନିଜର ପକ୍ଷ ରଖିବା ପାଇଁ ଶେଷ ସୁଯୋଗ ଦିଆଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଭାଇରସ୍‌ ହେବନି ମହାରାଷ୍ଟ୍ର ମୁହାଁ: ଶିବସେନା

ମୁମ୍ବାଇ, ୧୧।୩: ମଧ୍ୟପ୍ରଦେଶରେ ଭାଜପା ପକ୍ଷରୁ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବା ଲାଗି କରାଯାଉଥିବା ଉଦ୍ୟମ ମହାରାଷ୍ଟ୍ରରେ ହୋଇପାରିବ ନାହିଁ ବୋଲି ଶିବସେନା ପକ୍ଷରୁ କୁହାଯାଉଛି।...

ଆମ୍ବୁଲାନ୍ସକୁ ରାସ୍ତା ଦେଲେ ଭାରତ ଯୋଡୋ ଯାତ୍ରୀ…

ନୂଆଦିଲ୍ଲୀ,୨୪।୧୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଆପୋଲୋ ହସ୍ପିଟାଲର ଏକ ଆମ୍ବୁଲାନ୍ସକୁ ଯିବା ପାଇଁ ତାଙ୍କ ଭାରତ ଯୋଡା ଯାତ୍ରାକୁ କିଛି ସମୟ...

କର୍ନାଟକରେ ସାମ୍ପ୍ରଦାୟିକ ହିଂସା, ୧୪୪ ଧାରା ଜାରି

କୋପ୍ପାଲ,୧୧।୮: କର୍ନାଟକର କୋପ୍ପାଲ ଜିଲା ଅଧୀନ ହୁଲିହାଇଦର ଗ୍ରାମରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୬...

ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ଆଗରେ ଥିଲେ ବି ଶେଷରେ ହୋଇଥିଲେ ନିରାଶ…

ନୂଆଦିଲ୍ଲୀ,୧୦।୧୦ : ମୁଲାୟମ ସିଂ ଯାଦବଙ୍କ ରାଜନୈତିକ ଜୀବନ ବହୁ ସଂଘର୍ଷ ଦେଇଗତି କରିଥିଲା। ୧୯୯୬ ରେ, ମୁଲାୟମ ସିଂ ଯାଦବ ମେନପୁରୀ ଆସନରୁ ଏକାଦଶ...

ଉଦ୍ଧାର ହେଲେ ଅପହୃତ ହୋଇଥିବା ୪ ବର୍ଷର ବାଳକ ଯଶହିତ

ଇଷ୍ଟ ଗୋଦାବରୀ,୨୫।୭: ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀରୁ ଅପହୃତ ହୋଇଥିବା ୪ ବର୍ଷର ବାଳକ ଏନ୍‌ ଯଶହିତଙ୍କର ସନ୍ଧାନ ମିଳିଛି। ପୂର୍ବ ଗୋଦାବରୀର ମଣ୍ଡାପେଟା ସହରରେ...

‘ପାକିସ୍ତାନ ଜିନ୍ଦାବାଦ୍‌’ ନାରା ଦେଇ ୫ ଗିରଫ

ଭୋଜପୁର (ବିହାର),୨୪।୧୨: ବିହାରର ଆରା ଜିଲା ଅନ୍ତର୍ଗତ ଭୋଜପୁରର ଚାନ୍ଦି ଗାଁରେ ‘ପାକିସ୍ତାନ ଜିନ୍ଦାବାଦ୍‌’ ନାରା ଦେଇଥିବା ଅଭିଯୋଗରେ ୫ ଜଣ ଯୁବକଙ୍କୁ ପୋଲିସ ଗିରଫ...

ବିଶ୍ୱ ଖାଦ୍ୟ ଦିବସ:ପୃଥିବୀରେ ୮୦ କୋଟି ଭୋକିଲା

ଜେନେଭା: ପ୍ରତିବର୍ଷ ଅକ୍ଟୋବର ୧୬ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥାଏ। ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଇତିମଧ୍ୟରେ ୟୁନିସେଫ୍‌ର...

୩୭୦କୁ ନେଇ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ସହ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ଘଟଣାକୁ ନେଇ କଂଗ୍ରେସ ଦୁଇ ଭାଗ ହୋଇଯାଇଛି। କଂଗ୍ରେସର...

Advertisement
Archives

Model This Week