Posted inଜାତୀୟ

ଟିଏମ୍‌ସି-ଏନ୍‌ସିପି-ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ହୋଇପାରେ ରଦ୍ଦ

ନୂଆଦିଲ୍ଲୀ,୧୭।୭: ନିର୍ବାଚନରେ କରାଯାଇଥିବା ପ୍ରଦର୍ଶନ ଆଧାରରେ ଟିଏମ୍‌ସି, ଏନ୍‌ସିପି ଏବଂ ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି ୩ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବେ ବୋଲି କୁହାଯାଉଛି। ଏନେଇ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କାହିଁକି ସେମାନଙ୍କର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ କରା ନ ଯିବ ଏନେଇ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ଲାଗି ଯୋଜନା କରୁଛନ୍ତି। ସୂଚନାଯୋଗ୍ୟ, ୧୯୬୮ ନିର୍ବାଚନ ନିୟମ ଅନୁସାରେ ଯଦି କୌଣସି ରାଜନୈତିକ ଦଳ ୪ ଅବା ଏହାଠାରୁ ଅଧିକ ରାଜ୍ୟରେ ଲୋକ ସଭା ଅଥବା ବିଧାନସଭା ନିର୍ବାଚନରେ ସର୍ବନିମ୍ନ ୬ ପ୍ରତିଶତ ଭୋଟ ହାସଲ କରେ ତେବେ ତାହାକୁ ରାଷ୍ଟ୍ରୀୟ ମାନ୍ୟତା ପ୍ରଦାନ କରାଯିବ। ଅପରପକ୍ଷରେ ସମ୍ପୃକ୍ତ ରାଜନୈତିକ ଦଳ ଲୋକସଭାରେ ୪ଟି ଆସନ ହାସଲ କରିଥିବେ ଅବା ଲୋକସଭାରେ ୨ ପ୍ରତିଶତ ଆସନ ସହିତ ୩ ରାଜ୍ୟରେ ଏହାର ସଦସ୍ୟ ନିର୍ବାଚନରେ ଜିଣିଥିଲେ ସମ୍ପୃକ୍ତ ଦଳକୁ ରାଷ୍ଟ୍ରୀୟ ମାନ୍ୟତା ମିଳିପାରିବ। ପୂର୍ବରୁ ବିଏସ୍‌ପି ଏହି ତାଲିକାରେ ଥିଲା। ତେବେ ଲୋକ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ ଯୋଗୁ ଏହା ଉପରେ ଥିବା ସଙ୍କଟ ଟଳି ଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଘରେ ଘରେ ୧୦ ଲକ୍ଷ ଚାଇନା ଗୁପ୍ତଚର, ପ୍ରତି କାର୍ଯ୍ୟକଳାପ ଉପରେ କଡ଼ା ନଜର…

ନୂଆଦିଲ୍ଲୀ,୭।୩ : ଚାଇନା ଏକ ଚତୁରତା ସାମ୍ନାକୁ ଆସିଛି,ଯେଉଁଥିପାଇଁ ସେ ଏହାର ନିଷ୍ଠୁର ଯୋଜନା କାର୍ଯ୍ୟକାରୀ କରିବାରେ ନିୟୋଜିତ ଅଛନ୍ତି। ବାସ୍ତବରେ, ସିସିଟିଭି ଆକାରରେ ଭାରତରେ...

ଭାଜପା ବିରୋଧରେ ନୀତୀଶଙ୍କ ‘ଦିଲ୍ଲୀ ମିଶନ’, ବିରୋଧୀ ନେତାଙ୍କୁ ଏକାଠି କରିବାର ମାଷ୍ଟର ପ୍ଲାନ!

ପାଟନା,୩ ।୯: ଜନତା ଦଳ ୟୁନାଇଟେଡ(ଜେଡିୟୁ) ପକ୍ଷରୁ ବିହାରର ପ୍ରଦେଶ କାର୍ଯ୍ୟାଳୟରେ ଶୁକ୍ରବାରଠାରୁ ୩ ଦିବସୀୟ ବୈଠକ ଚାଲିଛି । ଜେଡିୟୁ କାର୍ଯ୍ୟାଳୟର କର୍ପୁରି ସଭାଗାରରେ...

ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ପିଡିପି, କଂଗ୍ରେସର ବିକ୍ଷୋଭ

ଶ୍ରୀନଗର/ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ଶୁକ୍ରବାର ୩ ବର୍ଷ ପୂରିଛି। ଏହି ଧାରାରେ ଜମ୍ମୁ-କଶ୍ମୀର ଜନସାଧାରଣଙ୍କୁ ମିଳୁଥିବା ସ୍ବତନ୍ତ୍ର ସୁବିଧା...

ନିଲମ୍ବିତ ବିଧାୟକଙ୍କ ପ୍ରତିକ୍ରିୟା: ନୋ ବଲ୍‌ରେ ୱିକେଟ ଯାଇଛି ଏବେ ଦୁଇ ହାତରେ ବୋଲିଂ କରିବି

ମୁମ୍ବାଇ,୫ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ହୋଇଥିବା ହଟ୍ଟଗୋଳ ଏବେ ରାଜନୈତିକ ଉଷ୍ମତା ସୃଷ୍ଟି କଲାଣି । ଏହି ହଟ୍ଟଗୋଳରେ ସ୍ପିକର ବିଧାନସଭାର ୧୨ ବିଧାୟକଙ୍କୁ...

ଆତଙ୍କବାଦୀ ଆକ୍ରମଣ, କମାଣ୍ଡିଂ ଅଫିସର ଶହୀଦ୍‌…

ସୂରଜଚାନ୍ଦପୁର,୧୩।୧୧: ମଣିପୁରର ସୁରଜଚାନ୍ଦପୁର ଜିଲାରେ ଏକ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର ଏବଂ ତାଙ୍କ ପରିବାର ସଦସ୍ୟ ଶହୀଦ୍‌ ହୋଇଛନ୍ତି। ସିଙ୍ଗନଗଟ ସବଡିଭିଜନର...

ଦଳକୁ ଭଲପାଉଥିବା ବ୍ୟକ୍ତି ପୁଅର ନାଁ ରଖିଲେ କଂଗ୍ରେସ

ଜୟପୁର,୨୩।୧: ଘରେ ପିଲାଟିଏ ଜନ୍ମନେଲେ ତା’ର ନାମକରଣ କରିବାକୁ ମାତାପିତାଙ୍କଠାରୁ ଆରମ୍ଭ କରି ବନ୍ଧୁ ପରିଜନ କିଏ କେତେ କ’ଣ ନାଁ ବାଛି ଥାଆନ୍ତି। ହେଲେ...

ଇସ୍ରୋ ପୂର୍ବରୁ ଆରମ୍ଭ ହୋଇଛି ପାକିସ୍ତାନର ସ୍ପେସ ଏଜେନ୍ସି, ୬୨ବର୍ଷରେ ଲଞ୍ଚ କରିଛି କେବଳ ୫ଟି ସାଟେଲାଇଟ

ନୂଆଦିଲ୍ଲୀ/ଇସଲାମବାଦ,୨୬।୮: ଚନ୍ଦ୍ରାବତରଣ କରିଛି ଭାରତ। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରିଚିଛି। ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରାୟନ ୩ର ସଫଳତାକୁ ସାରା ବିଶ୍ୱରେ ଆଲୋଚନା...

ଋତୁସ୍ରାବ ସମୟରେ ମହିଳାମାନେ ନେଇପାରିବେ କି କରୋନା ଟିକା: ଜାଣନ୍ତୁ କ’ଣ କହିଲେ ସରକାର

ନୂଆଦିଲ୍ଲୀ,୨୫।୪: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣ କାର୍ଯ୍ୟକ୍ରମରୁ ଜୋରଦାର...

Advertisement
Archives

Model This Week