ଟାର୍ଗେଟ୍‌ କୁକୁଡ଼ାଗାଲି, ଚଢ଼ାଉ ଜୋରଦାର କରୁଛି ପୋଲିସ

ବୋରିଗୁମ୍ମା,୨୫ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା କୁକୁଡ଼ା ଗାଲି ଓ ସେଠାକାର ଜୁଆଖେଳ ଉପରେ ଲଗାତାର ଚଢ଼ାଉ ଜାରି ରଖିଛି ପୋଲିସ। ଗତ ୩/୪ ଦିନ ଭିତରେ ୩୦ରୁ ଅଧିକ ଲୋକଙ୍କୁ ଧରିଲାଣି ପୋଲିସ। ବୁଧବାର ବୋରିଗୁମ୍ମା ପୋଲିସ ଲଦୀଯୋଡ଼ି ନିକଟସ୍ଥ ଜଙ୍ଗଲରେ ଚାଲିଥିବା କୁକୁଡ଼ାଗାଲିରେ ଅତର୍କିତ ଚଢ଼ାଉ କରିଛି। ସେଠାରେ କୁକୁଡ଼ା ଲଢ଼େଇ ସହ ଜୁଆ ଖେଳାଯାଉଥିଲା। ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳଙ୍କ ନେତୃତ୍ୱରେ ପୋଲିସ ଟିମ ଚଢ଼ାଉ କରି ୪ ଜଣ ବ୍ୟକ୍ତିଙ୍କୁ ସେଠାରୁ ଗିରଫ କରିଥିଲା। ଅନ୍ୟମାନେ ସେଠାରୁ ଖସି ପଳାଇଥିଲେ। ଏହାସହ ୧୭ଟି ବାଇକ ଓ ୨୬ଟି ସାଇକେଲ ଜବତ କରାଯାଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ପଣ୍ଡସଗୁଡ଼ା ଗ୍ରାମର ଭଗବାନ ହରିଜନ, ମହେଶ୍ୱର ଗୌଡ଼, ପର୍ଶୁ ଜାନୀ ଓ ରଘୁନାଥ ଜାନୀ। ବୋରିଗୁମ୍ମା ଥାନାରେ କେସ୍‌ ନମ୍ବର ୧୮୯/୨୦୧୯ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଆଇଆଇସି ମଣ୍ଡଳ କହିଛନ୍ତି। ଚଢ଼ାଉରେ ଏସ୍‌ଆଇ ଚିନ୍ତେଶ୍ୱର ମୁଣ୍ଡା, ଶ୍ରୀକାନ୍ତ ସାହୁ, ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ମିଶ୍ର, ସଞ୍ଜୟ ମଣ୍ଡଳ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିଏସ୍‌ କଲେଜ: ଏମ୍‌ଫିଲ୍‌ ପାଠ୍ୟକ୍ରମକୁ ମିଳୁନି ମଞ୍ଜୁରୀ: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ପୁରୀ ଅଫିସ, ୨୪ା୭: ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ରେ ଏମ୍‌ଫିଲ୍‌ ପାଠ୍ୟକ୍ରମ ଖୋଲିବାର ଦୁଇବର୍ଷ ବିତିଗଲାଣି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଞ୍ଜୁରୀ...

ବଡ଼ଦିନରେ ଧଉଳିରେ ଦେଢ଼ଲକ୍ଷ ପର୍ଯ୍ୟଟକ

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.):ରବିବାର ବଡ଼ଦିନ ଅବସରରେ ଶାନ୍ତିସ୍ତୂପ ଧଉଳିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିବା ସହ ପାହାଡ଼ ପାଦଦେଶ ସମିତ ଚତୁପାର୍ଶ୍ୱରେ ଭୋଜି କରୁଥିବା...

ଚଟାଣରେ ଗଡୁଛନ୍ତି ପ୍ରସୂତି, ନବଜାତକ

ସୋନପୁର,୧୩।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡାକ୍ତରଖାନାରେ ଶଯ୍ୟା ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଚିକିତ୍ସା ପାଇଁ ଆସୁଥିବ)। ରୋଗୀ ଓ ସମ୍ପର୍କିୟ ମାନେ ଅସୁବିଧା ଭୋଗୁଛନ୍ତି।...

ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରି ବନ୍ଧା ହେଲେ

ବୁଗୁଡ଼ା,୩୦।୧୦(ଡି.ଏନ୍‌.ଏ.): ଗତ କିଛି ବର୍ଷ ଧରି ନକଲି ସାର୍ଟିଫିକେଟ ପ୍ରସ୍ତୁତ କରି ମାଲାମାଲ ହୋଇଥିବା ଜଣେ ଯୁବକ ପୋଲିସ ପଞ୍ଝାରେ ପଡି ଗିରଫ ହେବା ଘଟଣା...

ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ୯ଦଫା ଦାବି: ସିପିଆଇଏମ୍‌ ପକ୍ଷରୁ ଧାରଣା

ନିରାକାରପୁର,୧୮ା୫(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫନୀ କ୍ଷତିଗ୍ରସ୍ତଙ୍କ ୯ ଦଫା ଦାବି ପୂରଣ ନେଇ ଶୁକ୍ରବାର ସିପିଆଇଏମ୍‌ ତରଫରୁ ଧାରଣା ଦିଆଯାଇଥିଲା।...

ଆଜି ମହାଶିବରାତ୍ରି: ଚଳଚଞ୍ଚଳ ଆଖଣ୍ଡଳମଣି ପୀଠ

ଆରଡ଼ି,୨୧।୨ (ଡି.ଏନ.ଏ.)-ମହାଶିବରାତ୍ରି ପାଇଁ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ଜିଲା, ପୋଲିସ ଓ ମନ୍ଦିର ପ୍ରଶାସନ ତତ୍ପର...

ଓଡ଼ିଶାରେ ବିପରୀତ ସ୍ଥିତି: ବୟସ୍କଙ୍କଠାରୁ ପିଲା, ଯୁବକ ଅଧିକ ସଂକ୍ରମିତ

ଭୁବନେଶ୍ୱର, ୧୩।୬(ବ୍ୟୁରୋ) – କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଚାଇନାର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭୂତାଣୁ ଏବେ ପ୍ରାୟ...

ରାଜ୍ୟରେ ସୁସ୍ଥ ହେଲେ ୩୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଶନିବାର କରୋନାରୁ ୩୨୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ...

Advertisement
Archives

Model This Week