Posted inଜାତୀୟ

ଟାର୍ଗେଟରେ ମନ୍ଦିର, ରେଳଷ୍ଟେଶନ

ଚଣ୍ଡିଗଡ଼/ରୋହତକ,୧୬ା୯ : ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଯିବା ପରେ ଭାରତ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବିଷ ଓକାଳୁଥିବାବେଳେ ପଡ଼ୋଶୀ ଦେଶର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲେଣି। ଦଶହରାରେ ଭାରତର ୬ ରାଜ୍ୟର ମନ୍ଦିର ଓ ୧୧ଟି ରେଳଷ୍ଟେଶନକୁ ବିସ୍ଫୋରଣରେ ଉଡ଼ାଇଦେବା ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଧମକ ଦେଇଛି। ପଠାନ୍‌କୋଟ ଆକ୍ରମଣର ମାଣ୍ଡରମାଇଣ୍ଡ ମୌଲାନା ମାସୁଦ୍‌ ଆଝାରଙ୍କ ନେତୃତ୍ୱାଧୀନ ଜୈଶ୍‌ଠାରୁ ଏଭଳି ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ସମ୍ପୃକ୍ତ ରେଳଷ୍ଟେଶନ ଓ ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ମିଳିଥିବା ସୂଚନାନୁସାରେ ହରିୟାଣାର ରୋହତକ୍‌ସ୍ଥିତ ରେଳଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟକୁ ହିନ୍ଦୀରେ ଲେଖାଯାଇଥିବା ଏକ ଚିଠି ଡାକ ଯୋଗେ ଆସିଛି। ଶନିବାର ହସ୍ତଗତ ହୋଇଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜୈଶ୍‌ ଟାର୍ଗେଟରେ ଦେଶର ୧୦ ରାଜ୍ୟର ଅନେକ ମନ୍ଦିର ଓ ୧୧ଟି ରେଳଷ୍ଟେଶନ ରହିଛି। ଅକ୍ଟୋବର ୮ରେ ବିସ୍ଫୋରଣ କରି ରଓ୍ବୋଡି, ହିସାର, ରୋହତକ୍‌, କୁରୁକ୍ଷେତ୍ର, ମୁମ୍ବାଇ ସିଟି, ବେଙ୍ଗାଲୁରୁ, ଚେନ୍ନାଇ, ଜୟପୁର, ଭୋପାଳ, କୋଟା ଓ ଇଟାର୍ସିରେ ଥିବା ରେଳଷ୍ଟେଶନଗୁଡ଼ିକୁ ଉଡ଼ାଇ ଦିଆଯିବ। ସେହିପରି ୬ଟି ରାଜ୍ୟର ଅନେକ ମନ୍ଦିରକୁ ମଧ୍ୟ ଆକ୍ରମଣ କରି ଧ୍ୱସ୍ତବିଧ୍ୱସ୍ତ କରିଦିଆଯିବ। ଜମ୍ମୁ-କଶ୍ମୀରର ଜୈଶ୍‌ ଏରିଆ କମାଣ୍ଡର ମାସୁଦ୍‌ ଅହମ୍ମଦ ଉକ୍ତ ଚିଠି ପଠାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଆମେ ଜେହାଦୀମାନେ ହଜାର ହଜାର ସଂଖ୍ୟାରେ ରହିଛୁ। ଆତଙ୍କବାଦୀଙ୍କ ହତ୍ୟାର ପ୍ରତିଶୋଧ ସ୍ବରୂପ ଆମେ ଭାରତକୁ ଧ୍ୱଂସ କରିଦେବୁ। ସାରା ଭାରତରେ ରକ୍ତର ହୋଲି ଖେଳିବୁ ବୋଲି ଏଥିରେ ଧମକ ଦିଆଯାଇଛି। ପୋଲିସ ମଧ୍ୟ ଉକ୍ତ ଚିଠି ମିଳିଥିବା ସ୍ପଷ୍ଟ କରିଛି। ତେବେ ଏହି ପତ୍ର କଶ୍ମୀରର ମାସୁଦ୍‌ ଅହମ୍ମଦ ପଠାଇଛନ୍ତି ନା କରାଚୀରୁ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର ପଠାଇଛନ୍ତି ସେନେଇ ପୋଲିସ ତନାଘନା ଚଳାଇଛି। ମନ୍ଦିର ଓ ରେଳଷ୍ଟେଶନଗୁଡ଼ିକରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବା ସହ ସବୁଠି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ପ୍ରକାଶ ଯେ, କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର ପରେ ଜୈଶ୍‌ ଜଳପଥରେ ଭାରତ ଆକ୍ରମଣ କରିପାରେ ବୋଲି ନୌସେନା ମୁଖ୍ୟ ଆଡ୍‌ମିରାଲ କରମ୍‌ବୀର ସିଂ ଗତ ମାସରେ ସ୍ପଷ୍ଟ କରିଥିଲେ। ୫୦ ଜଣ ଜୈଶ୍‌ ଆତଙ୍କବାଦୀ ଭାରତ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ନେଇ ବର୍ଡର ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ ମଧ୍ୟ କୁହାଯାଇଥିଲା। ପାକିସ୍ତାନୀ ସେନା ଓ ସେଠାକାର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଜୈଶ୍‌ ଆତଙ୍କବାଦୀଙ୍କ ତାଲିମ ଦେଇ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ମଧ୍ୟ ନିକଟରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱାଦଶ ପରୀକ୍ଷା ବିକଳ୍ପ ବିଚାର କରୁଛି ସିବିଏସ୍‌ଇ

ନୂଆଦିଲ୍ଲୀ, ୩୧।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି।...

ପଞ୍ଜାବ ସରକାରରେ ଏକମାତ୍ର ମହିଳା ମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ କରୁଥିଲେ ଜନତାଙ୍କ ସେବା

ଚଣ୍ଡିଗଡ଼,୧୯ ।୩: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ଏକମାତ୍ର ମହିଳା ମନ୍ତ୍ରୀ ଡାକ୍ତର ବଲଜିତ କୌର । ବଲଜିତ ପେଶାରେ ଜଣେ ଡାକ୍ତର ହୋଇଥିବା...

ଆଣ୍ଡାମାନରେ ଭୂକମ୍ପ

ପୋର୍ଟବ୍ଲେୟାର,୨୪।୯: ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶୁକ୍ରବାର ରାତି ୨ଟା ୩୦ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ରିକ୍ଟର ସ୍କେଲ୍‌ର ତିବ୍ରତା ୬.୧ ରେକର୍ଡ କରାଯାଇଛି।...

ଜୁଲାଇରେ ଆସିବ ଫାଇଜର

ନୂଆଦିଲ୍ଲୀ, ୨୮।୫:ଦେଶରେ କୋଭିଡ୍‌ ଟିକା ଅଭାବ ପୂରଣ ଲାଗି ସରକାର ବିଦେଶରୁ ଭାକ୍ସିନ ଆମଦାନୀକୁ ତ୍ୱରାନ୍ବିତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଟିକା ନୀତିରେ ପରବର୍ତ୍ତନ କରାଯିବ...

ରଣବୀର ସିଂଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ,୨୬।୭: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ବିରୋଧରେ ମୁମ୍ବାଇ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ପେପର୍‌ ମାଗାଜିନ୍‌ ପାଇଁ ସେ କରିଥିବା ନ୍ୟୁଡ୍‌ ଫଟୋଶୁଟ ମହିଳାଙ୍କ...

କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ ହୋଇ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବେ। ଏନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ ଆମେରିକାର ସେକ୍ରେଟାରୀ...

ନଡ୍ଡାଙ୍କୁ ଚିଠି ଲେଖି ନିର୍ବାଚନ ଲଢିବାକୁ ମନା କଲେ ଭାଜପା ନେତା ଈଶ୍ୱରପ୍ପା

ବେଙ୍ଗାଲୁରୁ,୧୧।୪: କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବେନି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କେ.ଏସ୍‌ ଇଶ୍ୱରପ୍ପା। ଏନେଇ ମଙ୍ଗଳବାର ଈଶ୍ୱରପ୍ପା ଦଳର ରାଷ୍ଟ୍ରୀୟ...

ସ୍ତ୍ରୀଙ୍କ ମୃତଦେହକୁ ସାଇକେଲରେ ବୋହି ନେଇ କଲେ ଅନ୍ତିମ ସଂସ୍କାର: ଗାଁ ଲୋକେ ଘରେ ଲୁଚିଲେ…

ଲକ୍ଷ୍ନୌ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ ଭୟରେ କେତେକ ଲୋକଙ୍କ ମଧ୍ୟରେ ମାନବିକତା ନ ଥିବା...

Advertisement
Archives

Model This Week