ଟାଟାସନ୍ସ ଅଧ୍ୟକ୍ଷ ପଦବୀକୁ ଫେରିବାକୁ ଇଛା ନାହଁ:ସାଇରସ୍‌ ମିସ୍ତ୍ରି

ନୂଆଦିଲ୍ଲୀ,୬-୧: ଟାଟାସନ୍ସର ଅଧ୍ୟକ୍ଷ ପଦବୀକୁ ଫେରିବା ଲାଗି ଇଚ୍ଛା ନାହିଁ ବୋଲି ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରି ରବିବାର କହିଛନ୍ତି। କ୍ଷୁଦ୍ର ଅଂଶୀଦାର ଭାବେ ସାପୋରଜୀ ପାଲୋଞ୍ଜୀ ଗ୍ରୁପ , ଟାଟାସନ୍ସ ବୋର୍ଡରେ ବସିବାର ଅଧିକାରକୁ ସୁରକ୍ଷା ପ୍ରଦାନ ଭଳି ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଇଛି ବୋଲି ମିସ୍ତ୍ରି ରବିବାର ମତ ରଖିଛନ୍ତି। ମାତ୍ର ଟାଟା ଗ୍ରୁପର ଅଧ୍ୟକ୍ଷ ଭାବେ ବମ୍ବେ ହାଉସକୁ ଆଉ ଫେରିବାକୁ ଇଛା ନ ଥିବା ସେ ମତ ରଖିଛନ୍ତି। ୨୦୧୬ ଅକ୍ଟୋବରରେ ଏକ ବିବାଦୀୟ ସ୍ଥିତିରେ ମିସ୍ତ୍ରିଙ୍କୁ ଟାଟା ଗ୍ରୁୁପ ଅଧ୍ୟକ୍ଷ ପଦବୀରୁ ହଟାଯାଇଥିଲା। ଟାଟାସନ୍ସରେ ମିସ୍ତ୍ରିଙ୍କ ସାପୋରଜି ପାଲୋଞ୍ଜୀ ଗ୍ରୁପର ୧୮.୫% ଅଂଶଧନ ରହିଛି। ଏନ୍‌ସିଏଲ୍‌ଏଟି ଦେଇଥିବା ରାୟକୁ ମିସ୍ତ୍ରି ସ୍ବାଗତ କରିବା ସହ ଏହି ମାମଲା ଉପରେ ନିଜର ନିରବତା ଭାଙ୍ଗିଛନ୍ତି। ଗତ ୩ ବର୍ଷ ହେବ କ୍ଷୁଦ୍ର ଅଂଶୀଦାରଙ୍କ ଅଧିକାରୀ ଉପରେ କୁଠାରଘାତ କରାଯାଇଥିବା ସେ ମତ ରଖିଛନ୍ତି। ଅପରପକ୍ଷରେ ଏନ୍‌ସିଏଲ୍‌ଏଟିଙ୍କ ରାୟ ବିରୋଧରେ ଟାଟା ଗ୍ରୁପର ଅନ୍ୟ ଏକ କମ୍ପାନୀ ଟିସିଏସ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

ଟିପିସିଓଡିଏଲ୍‌ ପକ୍ଷରୁ ଘର ଛାତରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ

ଭୁବନେଶ୍ୱର, ୩ା୮: ପିଏମ୍‌ ସୂର୍ଯ୍ୟଘର, ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri