ଟଙ୍କା, ସେନ୍‌ସେକ୍ସ ହ୍ରାସ, ସୁନା ଦର ବୃଦ୍ଧି

ମୁମ୍ବାଇ,୨୩-୮: ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ କଲା ପରେ ମୁଦ୍ରା ଓ ଷ୍ଟକ୍‌ ବଜାରରେ ହଇଚଇ ସୃଷ୍ଟି ହୋଇଥିଲା। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮ ମାସର ସର୍ବନିମ୍ନ ସ୍ତର ଛୁଇଁଥିବା ବେଳେ ସେନ୍‌ସେକ୍ସ ୫୮୭ ପଏଣ୍ଟ ହ୍ରାସ ପାଇଥିଲା। ଅନ୍ୟପକ୍ଷରେ ସୁନା ଦରରେ ନିଆଁ ଲାଗିଛି। ଗୁରୁବାର ଏହି ଦର ବୃଦ୍ଧି ପାଇ ୩୯ ହଜାର ଟଙ୍କା ନିକଟତର ହୋଇଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଚାଇନା ମୁଦ୍ରା ୟୁଆନ ମୂଲ୍ୟ ହ୍ରାସ ପାଇବା ସହ ବିଶ୍ୱ ବଜାରରେ ମାନ୍ଦାବସ୍ଥାର ସଙ୍କେତ କାରଣରୁ ଦେଶର ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇଥିଲା। ଗୁରୁବାର ଟଙ୍କାର ମୂଲ୍ୟ ୨୬ ପଇସା ହ୍ରାସ ପାଇ ୮ ମାସର ସର୍ବନିମ୍ନ ସ୍ତର ୭୧.୮୧ରେ ପହଞ୍ଚତ୍ଛି। ୨୦୧୮ ଡିସେମ୍ବର ୧୪ ପରେ ଏହା ସର୍ବନିମ୍ନ ସ୍ତର ରହିଛି। ସେହିପରି ସମାନ କାରଣରୁ ସେନ୍‌ସେକ୍ସ ୫୮୭.୪୪ ପଏଣ୍ଟ ହ୍ରାସ ପାଇ ୩୬,୪୭୨.୯୩ ରହିଥିବା ବେଳେ ନିଫ୍ଟି ୧୭୭.୩୫ ପଏଣ୍ଟ କମି ୧୦,୭୪୧.୩୫ରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ସୁନା ଦରରେ ବୁଲ୍‌ ରନ୍‌ ଆରମ୍ଭ ହୋଇଛି। ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ୍‌ ୧୫୦ ଟଙ୍କା ବଢ଼ି ୩୮,୯୭୦ ଟଙ୍କାରେ ପହଞ୍ଚତ୍ ଆଉ ଏକ ସର୍ବକାଳୀନ ରେକର୍ଡ ହାସଲ କରିଛି। ସେହିପରି ଔଦ୍ୟୋଗିକ ସଂସ୍ଥା ଏବଂ ମୁଦ୍ରା ନିର୍ମାତାଙ୍କ ଚାହିଦା ବୃଦ୍ଧି କାରଣରୁ ରୁପା କେଜି ୬୦ ଟଙ୍କା ବଢ଼ି ୪୫,୧୦୦ ଟଙ୍କା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାରିଫ ବଢାଇବ ଜିଓ

ନୂଆଦିଲ୍ଲୀ,୨୦-୧୧: ଏୟାରେଟେଲ, ଭୋଡାଫୋନ-ଆଇଡିଆ ଲିମିଟେଡ ଡିସେମ୍ବର ୧ରୁ ଟାରିଫ ବଢାଇବା ନେଇ ଘୋଷଣା କରିବା ପରେ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଜିଓ ମଧ୍ୟ...

ସାରା ବିଶ୍ୱରେ ବଢ଼ିପାରେ ଋଣ ସଙ୍କଟ

ନୂଆଦିଲ୍ଲୀ,୧୪।୪: କରୋନା ପାଇଁ ସାରା ବିଶ୍ୱରେ ଋଣ ସଙ୍କଟ ଆହୁରି ଉତ୍କଟ ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶ୍ୱର ବିଭିନ୍ନ ଅର୍ଥ ବ୍ୟବସ୍ଥା ପାଇଁ ଏଭଳି...

ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ଲାଗି ମୋଦିଙ୍କ ହସ୍ତକ୍ଷେପ ଲୋଡିଲେ ଇଞ୍ଜିନିୟର

ନୂଆଦିଲ୍ଲୀ,୨୪।୬: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ପୁନରୁଦ୍ଧାର ଲାଗି କମ୍ପାନୀର ଇଞ୍ଜିନିୟର ଓ ଆକାଉଣ୍ଟସ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ...

ସାମ୍‌ସଙ୍ଗ୍‌ର ନୂଆ ଗାଲାକ୍ସି ଏସ୍‌୨୦ ଏଫ୍‌ଇ

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ଇଲେକ୍‌ଟ୍ରୋନିକ୍ସ କମ୍ପାନୀ ଲିମିଟେଡ୍‌ ପକ୍ଷରୁ ନୂଆ ଗାଲାକ୍ସି ଏସ୍‌୨୦ ଫ୍ୟାନ୍‌ ଏଡିଶନ(ଏଫ୍‌ଇ)ର ବଜାର ପ୍ରବେଶ କରାଯାଇଛି। ଗାଲାକ୍ସି ଏସ୍‌ ୨୦ ସିରିଜରେ ଏହା...

ଜେଇଇ ଆଡଭାନ୍ସରେ ଫିଟ୍‌ଜି ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷର ଜେଇଇ ଆଡଭାନ୍ସ ଫଳାଫଳରେ ଫିଟ୍‌ଜି ଭୁବନେଶ୍ୱର-କଟକ ସେଣ୍ଟରର ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ସେଣ୍ଟରର ସୂଚନା ଅନୁସାରେ ସ୍ଥିତପ୍ରଜ୍ଞା...

ଅନ୍ତର୍ଜାତୀୟ ବିମାନ ସେବା ନେଇ ଜୁଲାଇରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୬: ବର୍ତ୍ତମାନ କରୋନା ସ୍ଥିତି ସୁଧୁରି ନ ଥିବାରୁ ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦେଇ ନାହାନ୍ତି। ମେ ୨୫ଠାରୁ ଦେଶ ମଧ୍ୟରେ ବିମାନ...

ପୁଣି ସହରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୩୦।୬ : ଲକ୍‌ଡାଉନରେ ବିଭିନ୍ନ ସମସ୍ୟା ସାମ୍ନା କରିବା ଯୋଗୁ ପ୍ରବାସୀ ଶ୍ରମିକମାନେ ନିଜ ଗାଁକୁ ଚାଲି ଚାଲି ଫେରିଥିବା ଦେଖାଯାଇଥିଲା। ସହରକୁ କାମଧନ୍ଦା ଆଶାରେ...

ସୁଷମା ସ୍ବରାଜଙ୍କ ବିୟୋଗରେ ଶିଳ୍ପ ଜଗତର ଶୋକ

ନୂଆଦିଲ୍ଲୀ,୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଦେଶର ଶିଳ୍ପ ଜଗତ ପକ୍ଷରୁ ଶୋକ ପ୍ରକାଶ ପାଇଛି। ସୁଷମା ଜଣେ ମହାନ ନେତ୍ରୀ ଏବଂ...

Advertisement


Archives

Model This Week