Posted inଜାତୀୟ

ଝିଅ ବୁଲେଟ ଚଢିବାରୁ ପିତାଙ୍କୁ ଗୁଳିମାଡ

ନୋଏଡା, ୬।୯: ଉତ୍ତର ପ୍ରଦେଶର ନୋଏଡା ଏକ ଅଭାବନୀୟ ଘଟଣା ଘଟିଛି। ଝିଅ ବୁଲେଟ୍‌ ଚଢିବାରୁ କିଛି ଦୁର୍ବୃତ୍ତ ତାଙ୍କ ପିତାଙ୍କୁ ଗୁଳି ମାରିଛନ୍ତି। ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଗ୍ରେଟର ନୋଏଡାର ଜାରଚା ଅଞ୍ଚଳରେ ସୁନୀଲ କୁମାର ନାମକ ଜଣେ କୃଷକ ରୁହନ୍ତି। ତାଙ୍କ ୪ ଝିଅ ଏବଂ ଦୁଇଟି ପୁଅ ଅଛନ୍ତି। ସବା ସାନ ଝିଅ କଲେଜ ଯିବାରେ ଅସୁବିଧା ହେବାରୁ ଝିଅର ପସନ୍ଦ ମୁତାବକ ତାଙ୍କୁ ଏକ ବୁଲେଟ୍‌ ଗାଡି ଆଣିଦେଇଥିଲେ ପିତା। ଗାଁରେ ଝିଅ ବୁଲେଟ୍‌ ଚଢିବାରୁ କିଛି ଲୋକଙ୍କୁ ଏହା ପସନ୍ଦ ଆସି ନ ଥିଲା। ଝିଅ ବୁଲେଟ ଚଢିଲେ ଗାଁ ପରିବେଶ ଖରାପ ହେଉଛି ବୋଲି ଗାଁ ପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ମାନି ନ ଥିଲେ ସୁନୀଲ। ଅଗଷ୍ଟ ୩୧ ରାତିରେ ଗାଁ ଜଣେ ଶିକ୍ଷକ ସଚିନ ଏବଂ କୁଲୁ ସୁନୀଲ ନାମକ ଦୁଇ ଜଣ ବ୍ୟକ୍ତି ହାତରେ ବନ୍ଧୁକ ଧରି ସୁନୀଲଙ୍କ ଘରେ ପହଞ୍ଚି ତାଙ୍କୁ ଧମକ ଦେଇଥିଲେ। ଯଦି ଝିଅକୁ ବୁଲେଟ ଚଢିବାକୁ ବାରଣ ନ କର ତେବେ ପରିସ୍ଥିତି ଭୟଙ୍କର ହେବ। କିନ୍ତୁ ସୁନୀଲ ଏଥିରେ ଅରାଜି ହୋଇ ଝିଅ ବୁଲେଟ୍‌ ଚଢିବ ବୋଲି କହିଥିଲେ। ସେମାନେ ତାଙ୍କୁ ଗୁଳିମାଡ କରି ଫେରାର୍‌ ହୋଇଯାଇଥିଲେ। ଏନେଇ ସୁନୀଲଙ୍କ ପରିବାର ପକ୍ଷରୁ ପୋଲିସରେ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁହାନ ଏୟାରଲିଫ୍ଟ: ଦିଲ୍ଲୀରେ ପହଞ୍ଚିଲେ ପୁଣି ୩୨୩ ଭାରତୀୟ

ନୂଆଦିଲ୍ଲୀ,୨।୨: କରୋନା ଭୁତାଣୁ ଚାଇନାର ବୁହାନରେ ମହାମାରୀ ସୃଷ୍ଟି କରିଛି। ବୁହାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟ ଜାରି ରହିଛି। ଶନିବାର ପ୍ରଥମ...

‘କୋଭିଡ୍‌ ନିୟମ ନ ମାନିଲେ ରାଲି ବନ୍ଦ ’

ନୂଆଦିଲ୍ଲୀ, ୧୧।୪(ପି.ଟି.): କରୋନା ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ଆଦି ଗାଇଡଲାଇନ ପାଳନ କରିବା ପାଇଁ...

କଶ୍ମୀରରେ ପୋଲିସ ଅଫିସର ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା

ଶ୍ରୀନଗର, ୨୮।୬: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପୋଲିସ ଅଫିସର (ଏସ୍‌ପିଓ) ଏବଂ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଆତଙ୍କବାଦୀମାନେ ନିର୍ମମ ଭାବେ ଗୁଳିକରି ହତ୍ୟା କରିଛନ୍ତି। ଜୈଶ-ଇ-ମହମ୍ମଦ(ଜେଇଏମ୍‌)ର...

କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଏବେ ଯେ କୌଣସି ଭାରତୀୟ ଜମ୍ମୁ-କଶ୍ମୀର, ଲଦ୍ଦାଖରେ କିଣି ପାରିବେ ଜମି

ନୂଆଦିଲ୍ଲୀ,୨୭ ।୧୦: କେନ୍ଦ୍ରର ମୋଦି ସରକାର ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଜମ୍ମୁ-କଶ୍ମୀର ଓ ଲଦ୍ଦାଖରେ ଦେଶର ଯେ କୌଣସି ବ୍ୟକ୍ତି...

ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ

ନୂଆଦିଲ୍ଲୀ, ୬।୪(ପି.ଟି.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ପୂର୍ବାପେକ୍ଷା ଅଧିକ ଦ୍ରୁତ ବେଗରେ ମାଡ଼ିଚାଲିଛି। ଦୈନିକ ସଂକ୍ରମଣ ୨୦ହଜାରରୁ ୧ ଲକ୍ଷରେ ପହଞ୍ଚତ୍ବାକୁ ମାତ୍ର ୨୫...

ବନ୍ଦ ହେବ କାଉଡି ଯାତ୍ରା

ଲକ୍ଷ୍ନୌ,୨୧।୬: ଉତ୍ତର ପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ ଜଣାପଡିଛି କି ଚଳିତ ବର୍ଷ କାଉଡି ଯାତ୍ରା ବନ୍ଦ କରି ଦିଆଯିବ।...

ହ୍ବାଟ୍ସଆପ୍‌ ଛାଡ଼ୁଛନ୍ତି ୟୁଜର୍ସ

ମୁମ୍ବାଇ, ୧୨ା୧: ନୂଆ ପ୍ରିଭେସି ପଲିସି ୟୁଜର୍ସଙ୍କ ପାଇଁ ବାଧ୍ୟତାମୂଳକ କରାଯିବା ପରେ ଏବେ ବିକଳ୍ପ ବାଛିବାରେ ବ୍ୟସ୍ତ ହ୍ବାଟ୍ସଆପ୍‌୍‌ ବ୍ୟବହାରକାରୀ। ଅପଡେଟ୍‌ ପରେ ମୂଳ...

ଶିବସେନା ମେୟରଙ୍କୁ ଶୁଭେଚ୍ଛା ଜଣାଇଲେ ଉଦ୍ଧବ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ଶୁକ୍ରବାର ମୁମ୍ବାଇ ମେୟର ଭାବେ ନିର୍ବାଚନ ଜିତିଛନ୍ତି ଶିବସେନା ପ୍ରାର୍ଥୀ କିଶୋରୀ ପେଡନେକର। ଦେଶର...

Advertisement


Archives

Model This Week