ଝିଅକୁ ପାଣି ପିଆଇବା ପାଇଁ ଝୁମ୍ପୁଡିରେ ପହଞ୍ଚିଲେ ଅକ୍ଷୟ: ଖାଇବାକୁ ମିଳିଲା ରୁଟି ଗୁଡ

ମୁମ୍ବାଇ: ନିଜର ଉଦାର ମନୋଭାବ ପାଇଁ ଜଣାଯାଉଥିବା ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ନିଜ ପର୍ସନାଲ ଲାଇଫ୍‌ ହେଉ କି ପ୍ରଫେଶନାଲ ସବୁର ଟିକ୍‌ନିକ୍‌ ଖବରକୁ ଅକ୍ଷୟ ସୋସିଆଲ ଆକାଉଣ୍ଟରେ ଶେୟାର କରିଥାନ୍ତି। ବର୍ତ୍ତମାନ ଫିଲ୍ମ ହାଉସଫୁଲ-୪ ପାଇଁ ଅକ୍ଷୟ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଥିବା ବେଳେ ଆଉ କିଛି ଦିନ ମଧ୍ୟରେ ୨ଶହ କୋଟି ଆୟ କରିବ ବୋଲି ଆଲୋଚନା ହେଉଛି। ହେଲେ ଏବେ ସେ ନିଜ ଝିଅକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଅକ୍ଷୟ ମର୍ଣ୍ଣିଂ ଓ୍ବାକ୍‌ରେ ଝିଅ ନିତାରାଙ୍କ ସହ ଯାଇଥିଲେ। ସେଠାରେ ନିତାରାଙ୍କୁ ଶୋଷ ଲାଗିଥିଲା। ସେହି ସମୟରେ ଏକ ଝୁମ୍ପୁଡିରେ ରହୁଥିବା ବୃଦ୍ଧ ଦମ୍ପତ୍ତିଙ୍କୁ ସେ ପାଣି ମାଗିଥିଲେ। ହେଲେ ଦମ୍ପତି ଜଣଙ୍କ ତାଙ୍କୁ ପିଇବା ପାଇଁ ପାଣି ଦେବା ସହ ଖାଇବାକୁ ଗୁଡ ଓ ରୁଟି ଦେଇଥିଲେ। ସେହି ସମୟର ୨ଟି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଅକ୍ଷୟକ ଏକ କାହାଣୀ ବଖାଣିଛନ୍ତି। ଗୋଟିଏ ଫଟୋରେ ଝିଅ ନିତାରାଙ୍କ ସହ ଯାଉଥିବା ଦୃଶ୍ୟ ନଜର ଆସୁଥିବା ବେଳେ ଅନ୍ୟଟିରେ ଏକ ବୃଦ୍ଧ ଦମ୍ପତ୍ତିଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି। ଫଟୋକୁ ଶେୟାର କରିବା ସହ ସେ କ୍ୟାପଶନ୍‌ରେ ଲେଖିଛନ୍ତି, ଆଜି ମର୍ଣ୍ଣିଂ ଓ୍ବାକ୍‌ ଝିଅ ପାଇଁ ଗୋଟିଏ ନୂଆ ଶିକ୍ଷା ଆଣିଛି। କାରଣ ପିଇବା ପାଇଁ ଆମେ ଜଣେ ବୃଦ୍ଧ ଦମ୍ପତ୍ତିଙ୍କ ଘରକୁ ଯାଇଥିବା ବେଳେ ସେମାନେ ଆମକୁ ସ୍ବାଦିଷ୍ଟ ଗୁଡ ଓ ରୁଟି ଦେଇଥିଲେ। ତେବେ ସେମାନଙ୍କ ଭଳି ଉଦାରତା ଓ ଦୟାଳୁ ହୃଦୟଠାରୁ ଆଉ କିଛି ବଡ଼ ନୁହେଁ ବୋଲି ଅକ୍ଷୟ କହିଛନ୍ତି। ଏହି ପୋଷ୍ଟ ଶେୟାର ହେବା ମାତ୍ରେ ପ୍ରଶଂସକ ଅକ୍ଷୟଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ବେଳର ଫଟୋ ଶେୟାର କରି ବାପାଙ୍କ ପାଇଁ ଏଭଳି କହିଲେ ସାରା

ମୁମ୍ବାଇ: ଚଳିତ ଦିନରେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବା ବେଳେ ପ୍ରାୟ ସମୟରେ ଇନ୍‌ଷ୍ଟାଗ୍ରାମରେ ନିଜର ପୁରୁଣା ଦିନକୁ ମନେପକାଇ ଫଟୋ...

ପରଲୋକରେ ପ୍ରଖ୍ୟାତ ଗାୟକ ବାଲାସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ,୨୫।୯: ପ୍ରସିଦ୍ଧ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଗତ ଅଗଷ୍ଟ ୫ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ।...

ଗର୍ଲଫ୍ରେଣ୍ଡ ମୋତେ ହୃଦୟରୁ ଜାଣିଛନ୍ତି କହିଲେ ଏହି ଅଭିନେତା

ମୁମ୍ବାଇ,୨ା୬: ଅର୍ଜୁନ କପୁର ଏବଂ ମଲାଇକା ଆରୋରା ସେମାନଙ୍କ ରୋମାନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୁଇଜଣ ଦୀର୍ଘଦିନ ଧରି ଡେଟ୍‌ରେ ରହି ଆସୁଛନ୍ତି। ଏକ...

ଅମରେଶ ପୁରୀଙ୍କ ଜନ୍ମଦିନରେ ଗୁଗଲ୍‌ର ଡୁଡୁଲ: ଡିଡିଏଲ୍‌ଜେ ଲୁକ୍‌କୁ ନେଇ ଅଭିନେତାଙ୍କୁ ଜଣାଇଲା ସମ୍ମାନ

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କୁ ସମ୍ମାନ ଜଣାଇଛି ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ। ଅମରେଶଙ୍କ ଅଭିନୀତ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ ଲୁକ୍‌କୁ ନେଇ...

କରୋନା ନେଲା ଏହି ପ୍ରଖ୍ୟାତ ଅଭିନେତାଙ୍କ ଜୀବନ

କରୋନାରେ ପ୍ରସିଦ୍ଧ କନ୍ନଡ ଅଭିନେତା ହୁଲିଭାନ ଗଙ୍ଗାଧରାୟାଙ୍କର ପରଲୋକ ଘଟିଛି। ସପ୍ତାହେ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଧିକାଂଶ ପ୍ରାଇଭେଟ ହସ୍ପିଟାଲ...

ପ୍ରେମିକାଙ୍କୁ ସର୍‌ପ୍ରାଇଜ୍‌ ଦେଲେ ଅର୍ଜୁନ

ନିକଟରେ ଅଭିନେତ୍ରୀ ମଲାଇକା ଆରୋରା ପ୍ରେମିକ ଅର୍ଜୁନ କପୁର ସହ ମାଳଦ୍ୱୀପ ଛୁଟିରୁ ଫେରିଛନ୍ତି। ଏଠାରେ ଦୁହେଁ ଖୋଲାଖୋଲି ଉପଭୋଗ କରିଥିଲେ। ସେଠାକୁ ଫେରିବା ପରେ...

ଅନେକ ମହିଳାଙ୍କ ସହ ନେ-ୟୋଙ୍କ ସମ୍ପର୍କ

ଓ୍ବାଶିଂଟନ୍‌, ୧ା୮: ନେ-ୟୋ ଭାବେ ଜଣା ଆମେରିକୀୟ ଗାୟକ ଶାଫେର ଚିମେରେ ସ୍ମିଥ୍‌ଙ୍କ ନାଁରେ ସ୍ତ୍ରୀ କ୍ରିଷ୍ଟାଲ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ନେ-ୟୋ ଜଣେ ସିରିଏଲ...

ବିରାଟଙ୍କ ପୁଷ୍ପା ଡ୍ୟାନ୍ସ ଭିଡିଓ ଶେୟାର କଲେ ସାମନ୍ଥା

ମୁମ୍ବାଇ: ପୁଷ୍ପା ଫିଲ୍ମର ଗୀତରେ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ଅଭିନେତା ପ୍ରଭାସ ‘ଓ୍ବ ଓ୍ବ ଅଣ୍ଟାଓ୍ବା’ ଗୀତରେ ଡ୍ୟାନ୍ସ କରୁଥିଲେ। ଯାହାକୁ ଲୋକେ...

Advertisement
Archives

Model This Week