ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’: କାରଣ ଅସ୍ପଷ୍ଟ, ଉଭୟ ନିଖୋଜ

ନାଉଗାଁ, ୧୧-୯ (ସ୍ବ.ପ୍ର.):ନାଉଗାଁ ଥାନା ବଛାଳୋ ପଞ୍ଚାୟତ ପୋକାମୂଳ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୫ମାସର ଶିଶୁକନ୍ୟାକୁ ଧରି ଦେବୀ ନଦୀକୁ ଡେଇଁପଡିଥିବା ଜଣାପଡ଼ିଛି। ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପ୍ରଖର ସ୍ରୋତରେ ଉଭୟ ମା’ଓ ଝିଅ ଭାସିଯାଇଥିଲେ। ଅନ୍ଧାର ଯୋଗୁ ସେମାନଙ୍କ ପତ୍ତା ମିଳିନାହିଁ। ସେ ହେଲେ ଗ୍ରାମର ଅରକ୍ଷିତ ରାଉତଙ୍କ ସ୍ତ୍ରୀ ଇତି ରାଉତ। କେଉଁ କାରଣରୁ ସେ ନଦୀକୁ ଡେଇଁଲେ ତାହା ଜଣାପଡିନାହିଁ। ସରପଞ୍ଚ ନରୋତ୍ତମ କାଣ୍ଡିଙ୍କ କହିବା ଅନୁଯାୟୀ, ରାଶନ କାର୍ଡରେ ଆଧାର ସଂଯୋଗ ପାଇଁ ଇତି ନିଜ ଛୋଟ ଝିଅକୁ ଧରି ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ରାଶନ କାର୍ଡ ନମ୍ବର ନେଇ ନ ଥିବାରୁ ଆଧାର ସଂଯୋଗ ହୋଇପାରି ନ ଥିଲା। ତେଣୁ ଇତି ଘରକୁ ଫେରିଆସିଥିଲେ। ସନ୍ଧ୍ୟାରେ ତାଙ୍କ ଶ୍ୱଶୁର ଭାଗୁ ରାଉତ ଆଧାର ସଂଯୋଗ ପାଇଁ ବିଭିନ୍ନ କାଗଜପତ୍ର ଧରି ସରପଞ୍ଚଙ୍କ ଘରେ ପହଞ୍ଚତ୍ଥିଲେ। ଶ୍ୱଶୁର ଘରେ ଅନୁପସ୍ଥିତ ଥିବାବେଳେ ଇତି ନିଜ ୫ ମାସର ଝିଅକୁ ଧରି ଗ୍ରାମ ନିକଟରେ ପ୍ରବାହିତ ଦେବୀ ନଦୀକୁ ଡେଇଁ ପଡିଥିଲେ। ନଦୀକୂଳରେ ଗଁାର କେତେଜଣ ଯୁବକ ବସିଥିବାବେଳେ କ’ଣ ପଡ଼ିଲା ବୋଲି ଟର୍ଚ୍ଚ ଲାଇଟ ମାରି ଦେଖିବାବେଳକୁ ଇତି ଓ ତାଙ୍କ ଝିଅ ଭାସିଯାଉଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ସେମାନେ ଗଁା ଲୋକଙ୍କୁ ଖବର ଦେଇଥିଲେ। ଭାଗୁ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ବର କର ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପହଞ୍ଚତ୍ ଘଟଣାର ତଦନ୍ତ କରୁଛନ୍ତି। ଦମକଳ ବାହିନୀ ପକ୍ଷରୁ ପାଣିରେ ଖୋଜାଖୋଜି କରାଯାଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ମା’ଓ ଶିଶୁକନ୍ୟାଙ୍କ ପତ୍ତା ମିଳିନାହିଁ। ସୂଚନାଯୋଗ୍ୟ, ଇତିଙ୍କ ସ୍ବାମୀ ବାହାରେ ରହି କାମ କରୁଛନ୍ତି। ତାଙ୍କର ଏକ ୫ ବର୍ଷ ବୟସର ପୁଅ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ପରାମର୍ଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୩।୩(ଡି.ଏନ.ଏ): କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେଇଛି । ଜିଲାରେ ୧୪୪ ଧାରା ବଳବତ୍ତର ରହିଛି। ଔଷଧ ଓ ଅତ୍ୟାବଶକୀୟ...

ଆଦର୍ଶ ଗୁହାଳ ନିର୍ମାଣ ଶେଷକିସ୍ତି ଟଙ୍କା ମିଳିନି

ଦେଓଗାଁ, ୪ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଉପରଝର ଓ ଫଟାମୁଣ୍ଡା ଗାଁର ୭ ଜଣ ଆଦର୍ଶ ଗୁହାଳ ହିତାଧିକାରୀଙ୍କୁ ଶେଷକିସ୍ତି...

କରୋନା ପାଇଁ ସଂଘର୍ଷ ଜାରି ରଖିଛି ଗଞ୍ଜାମ ପୋଲିସ

ଗଞ୍ଜାମ,୨୬ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଓଡ଼ିଶାରେ ମଧ୍ୟ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।...

ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ,୫ ଆହତ

ବାରିପଦା ଅଫିସ,୮ା୪: ମୟୂରଭଞ୍ଜ ଜିଲା ଏନ୍‌ଏସିରେ ଶନିବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। କରଞ୍ଜିଆ ଏନ୍‌ଏସିର ୧୫ ନଂ ଓ୍ବାର୍ଡର ଜଣେ ମହିଳାଙ୍କ ମୃତଦେହ...

ଅଟୋ ଚଳାଉଥିବା ରଶ୍ମୀରେଖାଙ୍କୁ କୋଭିଡ-୧୯ ସଂଗ୍ରାମୀ ସମ୍ମାନ

ବରଗଡ଼ ଅଫିସ,୧୩।୬- ବରଗ ଜିଲା ଘେଁସ ଗ୍ରାମର ଉଚ୍ଚ ଶିକ୍ଷିତା ଝିଅ ରଶ୍ମିରେଖା ବାଗ ନିଜେ ଅଟୋ ଚଲାଇ ପାଠ ପଢିବା ସହିତ ପରିବାର ଗୁଜୁରାଣ...

ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ଘଟଣା ମୁଖ୍ୟ ଅଭିଯୁକ୍ତ ଗିରଫ, ୯ ଲକ୍ଷ ଜବତ

ଭଦ୍ରକ ଅଫିସ, ୨୪।୬: ଭଦ୍ରକ ସହରର ଅପର୍ତିବିନ୍ଧା ଛକ ନିକଟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଗତ ୯ ତାରିଖରେ ଜଣେ ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା।...

ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ସୁପାରିସ କଲେ ଡିଇଓ

ଜଗତ୍‌ସିଂହପୁର ଅଫିସ,୨୧ା୧୦: ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଅଧୀନ ସୁଧକଣ୍ଠି ଗ୍ରାମସ୍ଥିତ କମଳଲୋଚନ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ...

୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ଗୋଲାପ, ଚକୋଲେଟ୍‌ ଦେଇ ସଚେତନ

ବ୍ରହ୍ମପୁର ଅଫିସ,୧୧।୧: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଅନୁଷ୍ଠିତ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମକୁ ଟ୍ରାଫିକ୍‌ ଡିଏସ୍‌ପି ସାର୍ଥକ ରାୟ ଶନିବାର ଉଦ୍‌ଘାଟନ କରିଛନ୍ତି।...

Advertisement
Archives

Model This Week