Posted inଜାତୀୟ

ଝାଡ଼ଖଣ୍ଡ ଫଳାଫଳ କହୁଛି ଆଗାମୀ ନିର୍ବାଚନରେ ଦିଲ୍ଲୀରୁ ସବୁ ଆସନ ପୋଛିନେବ ଏଏପି: ସଞ୍ଜୟ

ନୂଆଦିଲ୍ଲୀ,୨୬।୧୨: ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି ନିକଟରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ବାରି ହୋଇପଡୁଛି ଏଥର ଦ୍ୱିତୀୟ ଥର ଲାଗି ଦିଲ୍ଲୀରେ ଶାସନ କ୍ଷମତା ହାତକୁ ନେବ ଏଏପି। ଏହି ଦଳ ବହୁମତରେ ବିଜୟ ଲାଭ କରିବ ବୋଲି ସେ ଆଶା ପୋଷଣ କରିଛନ୍ତି। ସଞ୍ଜୟ କହିଛନ୍ତି ଲୋକେ ସ୍ଥାନୀୟ ସମସ୍ୟାକୁ ଗୁରୁତର ସହ ନେଇ ଲୋକ ପ୍ରତିନିଧି ବାଛୁଛନ୍ତି। ଆଜିକାଲି ଦରଦାମ ବୃଦ୍ଧି, ଶିକ୍ଷା, ସ୍ବାସ୍ଥ ହେଉଛି ପ୍ରକୃତ ସମସ୍ୟା। ଆଉ ଏଏପି ରାଜଧାନୀ ଦିଲ୍ଲୀରେ ଏହିସବୁ ସମସ୍ୟାର ସମାଧାନ କରିଛି। ଝାଡ଼ଖଣ୍ଡରେ ଏଥର ଭାରତୀୟ ଜନତା ପାର୍ଟି(ଭାଜପା)ର ପରାଜୟ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ମେଣ୍ଟ ସରକାର ସ୍ପଷ୍ଟ କରୁଛି ଏଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ କେଜରିଓ୍ବାଲଙ୍କୁ ସଫଳତା ନିଶ୍ଚିତ ମିଳିବ। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଆରମ୍ଭରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତା ଇସ୍ତଫା ଦେବାକୁ ମନା କରିବା ପରେ ନିର୍ବାଚନ କମିଶନ ନେଲେ ଏହି ପଦକ୍ଷେପ, ଜାଣନ୍ତୁ ଆଗକୁ କ’ଣ ହେବ?

ନୂଆଦିଲ୍ଲୀ,୫।୫: ପଶ୍ଚିମବଙ୍ଗରେ କ୍ଷମତା ପାଇଁ ଲଢ଼େଇ ଏକ ନୂତନ ଏବଂ ଗମ୍ଭୀର ମୋଡ଼ରେ ପହଞ୍ଚିଛି। ନିର୍ବାଚନ କମିଶନ (EC) ମଙ୍ଗଳବାର ଏକ ନୂତନ ରାଜ୍ୟ ବିଧାନସଭା ଗଠନ…

ସୃଜନାମତ୍କ ସାରସ୍ବତ ସାଧନା

ସରକାରୀ ଚାକିରି ଜୀବନ ଆରମ୍ଭରେ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଓ ଜଣେ ଆଇଏଏସ୍‌ ଅଫିସରଙ୍କ ବେତନ ପ୍ରାୟତଃ ସମାନ ରହିଥାଏ। କିନ୍ତୁ ପ୍ରଶ୍ନ ଉଠେ, ଆଇଏଏସ୍‌ ଅଫିସର…

ଦୁରାରୋଗ୍ୟ ସଂରକ୍ଷଣ ବ୍ୟାଧି

ମୁଁ କେବେ ଡାକ୍ତର ହୋଇପାରିବିନି, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ତଥାକଥିତ ଉଚ୍ଚ ଜାତିରେ ଜନ୍ମ ନେଇଛି। ସଂରକ୍ଷଣ ଭିତ୍ତିରେ ସରକାରୀ କୋଟାରେ ପାଠ ପଢ଼ିବାକୁ ମୋର…

ଚର୍ଚ୍ଚାରେ ବିଜୟଙ୍କ ଗାଡ଼ି ନମ୍ବର ‘TN 07CM 2026’: ଥିଲା ମାଷ୍ଟରପ୍ଲାନ୍‌

ଭୁବନେଶ୍ୱର, ୬।୫(ସୁନିତ୍‌ ମିଶ୍ର):ତାମିଲନାଡୁ ବିଧାନସଭା ନିର୍ବାଚନରେ ଲୋକପ୍ରିୟ ତାମିଲ ଅଭିନେତା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟଙ୍କ ଦଳ ଟିଭିକେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ସମସ୍ତଙ୍କ ପାଇଁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ: ସ୍କୁଟି ଚାଳକଙ୍କୁ ହାଇୱାରେ ଧକ୍କା ଦେଇ…

ଦେବଗଡ଼, ୬।୫(ଶଶାଙ୍କ ଶେଖର ଝାଙ୍କର)ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ। ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ…

ପ୍ରାକୃତିକ ନୁହେଁ, ମନୁଷ୍ୟକୃତ ମରୁଡ଼ି: ଧାନଚାଷ ଉଜୁଡିଯିବା ଘଟଣାରେ…

ନୂଆପଡ଼ା,୬ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାର ଜୀବନରେଖା କୁହାଯାଉଥିବା ପତୋରା ଅପରଜୋଙ୍କ ଜଳସେଚନ ପ୍ରକଳ୍ପରେ ପାଣି ଶୁଖି ଧାନଚାଷ ଉଜୁଡିଯିବା ଘଟଣାକୁ ନେଇ ମଙ୍ଗଳବାର ବିଜେଡିର ରାଜ୍ୟସ୍ତରୀୟ ଦଳ…

ମମତା ଇସ୍ତଫା ନ ଦେଲେ ସରକାର ଗଠନ କରିପାରିବନି ଭାଜପା! ଜାଣନ୍ତୁ କ’ଣ କହୁଛି ନିୟମ

କୋଲକାତା,୬।୫: ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିବା ପରେ, ସମଗ୍ର ରାଜ୍ୟ ଗେରୁଆ ରଙ୍ଗରେ ପରିପୂର୍ଣ୍ଣ ଦେଖାଯାଉଛି। ନିର୍ବାଚନର ଫଳାଫଳ ଘୋଷଣା ହେବାର ୨୪…

ଚାଷୀଙ୍କୁ ଘାରିଲା କେନାଲ ପାଣି ଚିନ୍ତା: ପ୍ରଭାବିତ ଧାନ ଫସଲର ନମୁନା ଧରି ଜିଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ଚାଷୀ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ୧୧ତାରିଖ କେନାଲ ପାଣି ଯୋଗାଣ ବନ୍ଦ ରହିବ। କେନାଲ ପାଣି ବନ୍ଦ ରହିବାକୁ ଆଉମାତ୍ର ୫ଦିନ ବାକି ରହିଛି। ଅନ୍ୟପଟେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri