ଜୟଲଳିଥାଙ୍କ ବାୟୋପିକ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌, ଟ୍ରୋଲ୍‌ ହେଉଛି କଙ୍ଗନାଙ୍କ ଲୁକ୍‌

କଙ୍ଗନା ରଣାଓ୍ବତ୍‌ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିଥାଙ୍କ ବାୟୋପିକ୍‌ରେ ନଜର ଆସିବେ। ଶନିବାର ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟର ରିଲିଜ୍‌ ପରେ କଙ୍ଗନାଙ୍କ ଲୁକ୍‌କୁ ଟ୍ରୋଲ୍‌ କରାଯାଉଛି। ଏହା ସହିତ ଏକ ଟ୍ରିଜର ମଧ୍ୟ ଭାଇରାଲ ହୋଇଛି। ଏଥିରେ କଙ୍ଗନାଙ୍କ ଲୁକ୍‌ର ଝଲକ ଦେଖିବାକୁ ମିଳିଛି।
ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ଜୟଲଳିଥାଙ୍କ ଭୂମିକାରେ କଙ୍ଗନା ଅଭିନୟ କରୁଛନ୍ତି। ସେ ଜୟଲଳିଥାଙ୍କ ପରି ସବୁଜ ରଙ୍ଗର ଏକ ଶାଢ଼ି ପିନ୍ଧିଛନ୍ତି। ଫଟୋ ଶେୟାର କରି ତରଣ ଲେଖିଛନ୍ତି, ଜୟଲଳିଥାଙ୍କ ବାୟୋପିକ୍‌ର ପ୍ରଥମ ଝଲକ। ମୁଖ୍ୟ ଭୂମିକାରେ କଙ୍ଗନା ରଣାଓ୍ବତ୍‌। ବିଷ୍ଣୁ ଇନ୍ଦୁରୀ, ଶୈଳେଶ ସିଂହ ଏହାକୁ ନିର୍ମାଣ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ବିଜୟ। ଫିଲ୍ମଟି ୨୦ ଜୁନ୍‌ ୨୦୨୦ରେ ରିଲିଜ୍‌ ହେବ।

 

ତେବେ କିଛି ପ୍ରଶଂସକ କଙ୍ଗନାଙ୍କ ଲୁକ୍‌ ଦେଖି ଟ୍ରୋଲ ବି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆନିମେଶନ ବେକାର ହୋଇଛି। ଆଉ ଜଣେ ଲେଖିଛନ୍ତି, ଯେମିତି ଏକ କଣ୍ଢେଇକୁ ଠିଆ କରିଦେଇଛନ୍ତି। କିଛି ୟୁଜର କାର୍ଟୁନ କହୁଥିବାବେଳେ ଆଉ କିଛି ଜୟଲଳିଥାଙ୍କୁ ଅପମାନିତ କରାଯାଇଛି ବୋଲି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାକଡକୁ ନେଇ ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ: ବଲିଉଡ୍ ନାୟିକା କଙ୍ଗନା ରାନାୱତ ପୁଣିଥରେ ଶୁଟିଂ ସେଟ୍‌କୁ ଫେରିଛନ୍ତି । ଫିଲ୍ମ ‘ଧାକଡ’ର ଶୁଟି ପାଇଁ ସେ ଏବେ ବୁଦାପେଷ୍ଟରେ । ସେହି...

ସୋସିଆଲ ମିଡିଆକୁ ବାଏ ବାଏ

ବମ୍ବେ: ସାମାଜିକ ଗଣମାଧ୍ୟମକୁ ବାଏ ବାଏ କହିଲେ ଲୋକପ୍ରିୟ ଟେଲି ଅଭିନେତା ରବି ଦୁବେ। ନିକଟରେ ‘ଜମାଇ:୨.୦’ ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା।...

ଚର୍ଚ୍ଚାରେ ଶମିତା

ବଲିଉଡ୍‌ରେ ଭାଗ୍ୟ ଏବଂ ପରିଶ୍ରମ ଏକାସାଙ୍ଗରେ କାମ କରିଥାଏ। ସୁପରହିଟ୍‌ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ଭାଗ୍ୟ ବେଳେ ବେଳେ ସାଥ୍‌ ଦେଇ ନ...

ଯୋଗ କଲେ ଶିଳ୍ପା, ଭିଡିଓ ଶେୟାର କରି କହିଲେ…

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁନ୍‌ ୨୧ରେ ସାରା ବିଶ୍ୱରେ ୭ତମ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ନେତା, ଅଭିନେତାମାନେ ଯୋଗ କରିବା ଫଟୋ...

ନେଟଫ୍ଲିକ୍ସରେ ରିଲିଜ୍‌ ହେବ ଗୁଞ୍ଜନ ସାକ୍ସସେନା ବାୟୋପିକ୍‌

ମୁମ୍ବାଇ: ଶରଣ ସାକ୍ସସେନାଙ୍କ ନିର୍ଦ୍ଦେଶିତ ତଥା ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ଗୁଞ୍ଜନ ସାକ୍ସସେନାର ରିଲିଜ୍‌କୁ ନେଇ ପୂର୍ବରୁ ସୋସିଆଲ ମିଡିଆରେ ଖୁବ୍‌ ଆଲୋଚନା ହେଉଥିଲା।...

ଶୁଟିଂ ଅନୁଭୂତି ରୋମାଞ୍ଚକର

ଲକ୍ଷ୍ନୌ: ‘ଗୁଲାବୋ ସିତାବୋ’ରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଶୁଟିଂସେଟ୍‌ ଅନୁଭୂତି ରୋମାଞ୍ଚକର ବୋଲି ବ୍ୟକ୍ତ କରିଛନ୍ତି ଅଭିନେତା ଆୟୁଷ୍ମାନ୍‌ ଖୁରାନା। ସେ ଅତ୍ୟନ୍ତ ଆହ୍ଲାଦିତ...

ବୋଲ୍ଡ ଅବତାରରେ ଛୋଟ ପରଦାର ସଂସ୍କାରୀ ବୋହୂ

ମୁମ୍ବାଇ: ଛୋଟ ପରଦାର ସଂସ୍କାରୀ ବୋହୂ ଭାବେ ପରିଚିତ ଟିନା ଦତ୍ତା ବାସ୍ତବ ଜୀବନରେ ବହୁତ ବୋଲ୍ଡ। ଏହାର ଝଲକ ଟିନା ନିଜେ ସୋସିଆଲ ମିଡିଆରେ...

ପରଦାକୁ ଆସିବ ‘ଆରଆରଆର’ର ସ୍ବିକେଲ୍‌

ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆରଆରଆର’ ଏକ ନୂଆ ସଫଳତାର କାହାଣୀ ଲେଖିଛି। ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଗୋଲଡେନ ଗ୍ଲୋବ...

Advertisement
Archives

Model This Week