ଜୟମଙ୍ଗଳ କେନାଲ, ରାହାଡ଼ା ନାଳ ପୁନରୁଦ୍ଧାର ହେବ: ବିଧାନସଭାରେ ଜଣାଇଲେ ମନ୍ତ୍ରୀ

ଛତ୍ରପୁର,୨୦ା୨(ଡି.ଏନ.ଏ)-ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଚଳିତ ବିଧାନସଭା ଅଧିବେଶନରେ ଜୟମଙ୍ଗଳ କେନାଲ ଓ ରାହାଡା ନାଳ ପୁନରୁଦ୍ଧାର ନିମନ୍ତେ ଏକ ପ୍ରଶ୍ନ କରିଥିଲେ। ଛତ୍ରପୁର ବ୍ଲକ ବଡମାଧପୁର, ବିପୁଳିଙ୍ଗି, ବଉଳଗାଁ, ମହାନାଦପୁର, ମୁନିଷିପେଣ୍ଠ ଆଦି ଅଞ୍ଚଳର ଚାଷ ଜମି ବର୍ଷା ଦିନେ ଜଳମଗ୍ନ ହେଉଛି । ପ୍ରତ୍ୟେକ ବର୍ଷ ଫସଲ ନଷ୍ଟ ହେଉଛି । ଜୟମଙ୍ଗଳ କେନାଲ ଓ ରାହାଡ଼ା ନାଳ ପୋତି ହୋଇଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଜଣାଇଥିଲେ। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ କ’ଣ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ ଯେ, ଜୟମଙ୍ଗଳ କେନାଲ ଓ ରାହାଡ଼ା ନାଳ ପୁନରୁଦ୍ଧାର ସହ କିଭଳି ଚାଷ ଜମିରୁ ଜଳ ନିଷ୍କାସନ ହୋଇପାରିବ ସେ ନେଇ ୯୯.୫୦ କୋଟି ଟଙ୍କାର ପ୍ରକଳ୍ପ ରିପୋର୍ଟ ରାଜ୍ୟ ବୈଷୟିକ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ଜଣାଇଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଛତ୍ରପୁର ଆସି କେନାଲ, ନାଳ ଅନୁଧ୍ୟାନ କରିବା ସହ ପୁନରୁଦ୍ଧାର କରାଯିବ ବୋଲି କହିଥିଲେ । ପୂର୍ବରୁ ଜିଲାପରିଷଦ ସଭ୍ୟ ଏସ୍‌. କିଶୋର ରେଡ୍ଡୀ ଜିଲାପରିଷଦ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏଥିସହ ଜିଲାପାଳ ଓ ସଚିବଙ୍କୁ ଏ ନେଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଜନସାଧାରଣ ଓ ଜନ ପ୍ରତିନିଧିମାନେ ସମସ୍ୟା ଛତ୍ରପୁର ବିଧାୟକଙ୍କୁ ଭେଟି ସମସ୍ୟା ଜଣାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ…

ତହସିଲଦାର, ଏଆର୍‌ଆଇ ନିଲମ୍ବିତ

ନୂଆପଡ଼ା,୨୭ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗଁାରେ ଜମି ବିକ୍ରିରେ ଜାଲିଆତି କରିବା ଅଭିଯୋଗରେ ମଙ୍ଗଳବାର ତହସିଲଦାର ସର୍ବେଶ୍ୱର ଜାଲ ଓ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri