Posted inଜାତୀୟ

ଜୟପୁର ପରେ ବିହାରକୁ ବ୍ୟାପିଲା କରୋନା ଭାଇରସ୍‌

ପାଟନା,୨୭।୧: ଚାଇନାରେ କରୋନା ଭାଇରସ୍‌ ଆତଙ୍କ ଖେଳାଇବା ପରେ ଏବେ ଏହା ଭାରତକୁ ବ୍ୟାପିଥିବା ଜଣାପଡ଼ିଛି। ଜୟପୁର ପରେ ବିହାରର ରାଜଧାନୀ ପାଟନାରେ କରୋନା ଭାଇରସ୍‌ର ଏକ ମାମଲା ଦେଖିବାକୁ ମିଳିଛି। ଚାଇନାରୁ ଫେରିଥିବା ଜଣେ ୨୯ ବର୍ଷୀୟ ଯୁବତୀଙ୍କ ମଧ୍ୟରେ କରୋନା ଭାଇରସ୍‌ ପରିଲିକ୍ଷିତ ହେବା ପରେ ତାଙ୍କୁ ପାଟନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ପିଏମ୍‌ସିଏଚ୍‌)ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଯୁବତୀ ଜଣକ ବିହାରର ଛପରାରେ ରହୁଥିବା ବେଳେ କିଛି ଦିନ ତଳେ ସେ ଚାଇନାରୁ ଫେରିଛନ୍ତି। ରବିବାର ଯୁବତୀ ଜଣକ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ ଛପରାର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ସ୍ଥାନୀୟ ଡାକ୍ତର ଏହା କରୋନା ଭାଇରସ୍‌ ବୋଲି ଚିହ୍ନଟ କରିଥିଲେ। ଏହାପରେ ସୋମବାର ତାଙ୍କୁ ପିଏମ୍‌ସିଏଚ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ କୃଷକ ଆନ୍ଦୋଳନ: ନନ୍ଦିଗ୍ରାମରେ ମହାପଞ୍ଚାୟତ କରିବେ ଟିକାଏତ

କୋଲକାତା,୧୩ ।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜକୁ ପ୍ରାୟ ୧୦୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ...

କରୋନା ଗ୍ରାଫ୍‌ କମିଲେ ବି ଲିଭୁନି ଜୁଇ ନିଆଁ: ୨୪ ଘଣ୍ଟାରେ ୪,୫୨୯ ମୃତ…

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

ଗଲ୍‌ଓ୍ବାନକୁ ନେଇ ଟଣାଓଟରା

ନୂଆଦିଲ୍ଲୀ, ୨୧ା୬: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଚାଇନା ଏହାକୁ ନିଜ ଅଞ୍ଚଳ କହି ଭାରତକୁ ଅନୁପ୍ରବେଶ ଲାଗି...

ଆଜି ଦେଶରେ ୫୧,୬୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୨୯ ମୃତ

ନୂଆଦିଲ୍ଲୀ,୨୫ା୬: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଥିବା କେନ୍ଦ୍ର...

ଗୁଜରାଟ ଦଙ୍ଗା ପରେ ମୋଦିଙ୍କୁ ବରଖାସ୍ତ କରିବାକୁ ଚାହୁଁଥିଲେ ବାଜପେୟୀ: ଯଶଓ୍ବନ୍ତ ସିହ୍ନା

ନୂଆଦିଲ୍ଲୀ,୧୧ା୫: ଗୁଜରାଟ ଦଙ୍ଗା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବରଖାସ୍ତ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚାହୁଁଥିଲେ। ଏନେଇ ପୂର୍ବତନ...

ଜେଡିୟୁ ନେତାଙ୍କୁ କୁକୁର ସହ ତୁଳନା କଲେ ଆରଜେଡି ନେତା

ପାଟ୍‌ନା, ୧୬।୨: ବିହାର ବିଧାନସଭା ନିର୍ବାଚନକୁ ଆହୁରି ୬ରୁ ୮ ମାସ ବାକି ଅଛି। ଏହା ପୂବର୍ର୍ରୁ ରାଜ୍ୟର ଦୁଇ ମୁଖ୍ୟ ଦଳ ରାଷ୍ଟ୍ରୀୟ ଜନତା...

ବହୁତ ହୋଇଗଲା, ପ୍ରକୃତରେ କ’ଣ ଘଟିଛି ଆମେ ଜାଣିବାକୁ ଚାହୁଁଛୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୧୭।୬: ଗଲୱାନ ଘାଟିରେ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଚୀନର ମଧ୍ୟ ୪୩ ଯବାନ ନିହତ ହୋଇଛନ୍ତି। ଫଳରେ ଦୁଇଦେଶ ମଧ୍ୟରେ...

ରୁଜିରା-ପାମେଲାଙ୍କୁ ନେଇ ଟିଏମ୍‌ସି-ଭାଜପା ମୁହାଁମୁହିଁ

କୋଲକାତା,୨୪।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ତୃଣମୂଳ କଂଗ୍ରେସ( ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।...

Advertisement
Archives

Model This Week