ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ

ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍‌ ହୋଇଛି। ରିଲିଜ୍‌ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଫିଲ୍ମକୁ ବ୍ୟାନ କରିବା ପାଇଁ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ଜୟପୁରର ଏକ ସିନେମାଘରେ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଫିଲ୍ମରେ ରାଜା ସୁରଜମଲ୍‌ଙ୍କ ଚରିତ୍ରକୁ ନେଇ ଭୂଲ ଚିତ୍ରଣ କରାଯାଇଛି ବୋଲି ଜାଟ ବଂଶଜ ଅଭିଯୋଗ କରିଛନ୍ତି। ଏହା ଜାଟମାନଙ୍କ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ସେମାନେ କହିଛନ୍ତି। ସେହିପରି ଉତ୍ତରପ୍ରଦେଶ ଆଗ୍ରାରେ ଜାଟ ସମ୍ପ୍ରଦାୟର ଲୋକମାନେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପୋଷ୍ଟର ଧରି ଫିଲ୍ମ ବ୍ୟାନ ପାଇଁ ଦାବି କରିଛନ୍ତି। ଅପରପକ୍ଷରେ ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମସ୍ତେ କଳା ଓ ସଂସ୍କୃତିକୁ ସମ୍ମାନ କରିବା ଉଚିତ, କିନ୍ତୁ କାହାର ଭାବନାକୁ ଆଘାତ ପହଞ୍ଚାଇବା କଥା ନୁହେଁ, ଏ ସମ୍ବନ୍ଧରେ ବିରୋଧ ପ୍ରଦର୍ଶନକାରୀଙ୍କ ସହ କଥାବାର୍ତ୍ତା ହୋଇ ସମାଧାନର ବାଟ ବାହାର କରିବା ଉଚିତ ବୋଲି ଗେହଲଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀଙ୍କ କାର୍‌ରେ ଇଭିଏମ୍‌ ମିଳିବା ଘଟଣା: ୪ ଅଫିସର ନିଲମ୍ବିତ

ଦିସପୁର,୨।୪: ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନର କିଛି ଘଣ୍ଟା ପରେ ଗୁରୁବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ...

ନାତୁଣୀକୁ ବଞ୍ଚାଇବାକୁ ଯାଇ ଜେଜେ ମା’-ବାପା ଟ୍ରେନରେ କଟିଗଲେ

ପାଟନା, ୨୯।୫: ବିହାରର ଆରା ରେଳ ଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀକୁ ବଞ୍ଚାଇବାକୁ ଯାଇ ଟ୍ରେନରେ କଟିଯାଇଛନ୍ତି ଜେଜେ ମା’-ବାପା। ସୂଚନାଯୋଗ୍ୟ, ଭୋଜପୁରର...

ବାଥ୍‌ରୁମ୍‌ରୁ ମିଳିଲା ସେଲିବ୍ରିଟି ଫ୍ୟାଶନ ଡିଜାଇନର୍‌ ପ୍ରତ୍ୟୁଷାଙ୍କ ମୃତଦେହ

ହାଇଦ୍ରାବାଦ: ଟଲିଉଡ୍‌ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବାଥରୁମ୍‌ରୁ ମିଳିଛି ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ। ହାଇଦ୍ରାବାଦ ସ୍ଥିତ ବଞ୍ଜାରା ହିଲ୍ସ...

ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ନେଇ ପ୍ରଶ୍ନ: ଓୱାଇଇସି କହିଲେ ୧୮ ବର୍ଷରେ ଯଦି ଏମ୍‌ପି, ବିଧାୟକ ବାଛିପାରିବେ ଜୀବନ ସାଥି କାହିଁକି ନୁହେଁ

ନୂଆଦିଲ୍ଲୀ,୧୮ ।୧୨: ଝିଅଙ୍କ ବିବାହ ବୟସ ୧୮ରୁ ବୃଦ୍ଧି କରି ୨୧ କରିବା ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ମିଳିସାରିଛି । ଏବେ ଏହାକୁ ନେଇ...

୧୦୨ ମ୍ୟୁନିସିପାଲିଟି ଆସନ ଦଖଲ କଲା ଟିଏମ୍‌ସି

କୋଲକାତା,୨।୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବିପୁଳ ବିଜୟର ୧୦ ମାସ ପରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳାଫଳ...

ସିରିଏଲ୍‌ କିଲର ଗିରଫ

ଏଲୁରୁ,୭ା୧୧: ଗତ ୨୦ ମାସ ମଧ୍ୟରେ ୧୦ ଜଣଙ୍କୁ ବିଷ ଦେଇ ହତ୍ୟା କରିଥିବା ସିରିଏଲ୍‌ କିଲର ଶିବାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର ଗିରଫ କରିଛି।...

‘ରେସ୍‌-୩’ ଫ୍ଲପ ପରେ ବବି ଦେଓଲଙ୍କ ନୂଆ ଲୁକ୍‌

ଫିଲ୍ମ ‘ରେସ୍‌ -୩’ଫ୍ଲପ ହେବା ପରେ ବି ବବି ଦେଓଲଙ୍କ ପାଖରେ ଅଫରର ଅଭାବ ନାହିଁ। ଶେଷଥର ବବି ପିତା ଧର୍ମେନ୍ଦ୍ର ଏବଂ ଭାଇ ସନ୍ନ...

ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ…

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜୀବନ ହାରିଛନ୍ତି ଆଉ ଜଣେ ଓଡ଼ିଆ ଅଭିନେତ୍ରୀ। ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ଧାରାବାହିକ ‘କେମିତି କହିବି କହ’ରେ ସେ...

Advertisement
Archives

Model This Week