ଜୟନ୍ତୀ ସମାରୋହରେ ସ୍ବଭାବ କବିଙ୍କୁ ଶ୍ରଦ୍ଧାଞ୍ଜଳି, ଏକକାଳୀନ ଅଢ଼େଇ ଲକ୍ଷ ଛାତ୍ରୀଛାତ୍ର ଗାଇଲେ ଗଙ୍ଗାଧରଙ୍କ ସଙ୍ଗୀତ

ବରଗଡ଼ ଅଫିସ, ୨୧।୮- ବରଗଡ଼ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଜିଲାସ୍ତରୀୟ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଛି। ଏହି ଅବସରରେ ଜିଲାର ବିଭିନ୍ନ ସ୍କୁଲର ପ୍ରାୟ ଅଢେଇ ଲକ୍ଷ ଛାତ୍ରୀଛାତ୍ର ଏକକାଳୀନ ବିଭିନ୍ନ ପର୍ଯ୍ୟାୟରେ କବି ଗଙ୍ଗାଧରଙ୍କ ରଚିତ ‘ବିଶ୍ବ ଜୀବନ ହେ, ବିଶ୍ବଦେଖ ମଧୁମୟ, ମଙ୍ଗଳେ ଅଇଲା ଉଷା, ଜନ୍ମଦାତ୍ରୀ ମାତୃଭୂମି…’ ଆଦି ସଙ୍ଗୀତ ଗାନ କରିଥିଲେ। ସେହିପରି ବରଗଡ଼ ସୌଖୀନ ରଙ୍ଗମଞ୍ଚରେ ଅନୁଷ୍ଠିତ ସମାରୋହରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଜିଲା ଶିକ୍ଷା ଅଧିକାରୀ ପ୍ରକାଶ କୁମାର ଯୋଶୀ, ସୌଖୀନ କଳାକାର ସଂଘର ସଭାପତି ଅଶ୍ବିନୀ ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦେଇ ଗଙ୍ଗାଧର ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ଛାତ୍ରୀଛାତ୍ର କବି ଗଙ୍ଗାଧରଙ୍କ ବେଶଭୂଷାରେ ସଜ୍ଜିତ ହୋଇଥିବାବେଳେ କବିଙ୍କ ରଚିତ ପ୍ରଣୟ ବଲ୍ଲରୀ କାବ୍ୟ ଉପରେ ଗୀତିନାଟ୍ୟ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୀଛାତ୍ରଙ୍କ ଏକ ଶୋଭାଯାତ୍ରା ସ୍ଥାନୀୟ ନିଶାମଣୀ ସ୍କୁଲ ପଡିଆରୁ ବାହାରି ଗାନ୍ଧୀଛକକୁ ଯାଇ କବି ଗଙ୍ଗାଧର ମେହେର ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଖୁଣ୍ଟରେ ଧକ୍କା ହେଲା ଆମ୍ବୁଲାନ୍ସ

ଢେଙ୍କାନାଳ ଅଫିସ,୧୩।୨: ଢେଙ୍କାଳାଳ ସହରର ଭଗବାନପୁରଠାରେ ଏକ ୧୦୮ ଆମ୍ବୁଲାନ୍ସ ବିଦ୍ୟୁତ୍‌ ଖୁଣ୍ଟରେ ଧକ୍କା ହୋଇଛି। ଦୁର୍ଘଟଣାରେ ହେଲପର୍‌ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ...

ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର: ଯୋଡ଼ିହେଲା ଦୁଇ ଜଣଙ୍କ କଟା ହାତ

କଟକ ଅଫିସ,୭ା୬-ଦୁଇ ଜଣ ବ୍ୟକ୍ତିଙ୍କ କଟିଯାଇଥିବା ହାତକୁ ଯୋଡ଼ି ସେମାନଙ୍କ ଜୀବନରେ ବଞ୍ଚତ୍ବାର ନୂତନ ଆଶା ସଂଚାର କରିଛି ଏସ୍‌ସିବି ମେଡିକାଲ। ଏହାର ପ୍ଳାଷ୍ଟିକ୍‌ ସର୍ଜରୀ...

ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଲା କାର୍‌

କେନ୍ଦୁଝର,୨୩।୫ (ସ୍ବ.ପ୍ର): କାଞ୍ଜିିପାଣି ଥାନା ନିକଟରେ ଏନ୍‌ଏଚ୍‌ ୪୯ରେ ହଠାତ୍‌ ଏକ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିଲେ ମଧ୍ୟ କାର୍‌ରେ ଥିବା ୨ ଜଣ...

ଅଧିକ ଦାମରେ ମଦ ବିକ୍ରିକୁ ନେଇ ଗ୍ରାହକ-କର୍ମଚାରୀ ମାରପିଟ

କୁଚିଣ୍ଡା,୨୪ା୫(ଡି.ଏନ.ଏ.): ବାମରା ବ୍ଲକ ମହୁଲପାଲି ଥାନା ଅଧୀନ କେଶାଇବାହାଲ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟରୁ ଅଧିକ ଦରରେ ମଦ ବିକ୍ରିକୁ ନେଇ ଗ୍ରାହକ ଓ...

ବ୍ଲକ ଜଳଯୋଗାଣ ସହକାରୀ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ

ଗଞ୍ଜାମ,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଜଳଯୋଗାଣ ସହକାରୀ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବିଡ଼ିଓ ପ୍ରଦୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଉକ୍ତ...

ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ପରଖିଲେ କେନ୍ଦ୍ରୀୟ ଟିମ୍‌

ଭଣ୍ଡାରିପୋଖରୀ, ୩ା୫(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଆଯାଇଥିବା ବ୍ୟବସ୍ଥାକୁ ଏମ୍‌ସର କେନ୍ଦ୍ରୀୟ ଟିମ୍‌ ତଦାରଖ କରି ଫେରିଛନ୍ତି। ଭୁବନେଶ୍ୱରସ୍ଥିତ ଏମ୍‌ସର ଡାକ୍ତର ଦିନେଶ...

ଭିସେରା ରିପୋର୍ଟକୁ ଅପେକ୍ଷା

ଖୁଣ୍ଟୁଣୀ,୨୦ା୧(ଡି.ଏନ.ଏ.):ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁର ୮ ଦିନ ପରେ ବି ରହସ୍ୟ ଉନ୍ମୋଚିତ ହୋଇନାହିଁ। ମଙ୍ଗଳବାର ବ୍ୟବଚ୍ଛେଦ ରିପୋର୍ଟ...

ଲକ୍‌ଡାଉନ୍‌ ପରଠାରୁ ବିଦ୍ୟାଳୟରେ ତାଲା

ଦାରିଙ୍ଗବାଡ଼ି,୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ଦୁର୍ଗମ ତଜଡ଼ବାଡ଼ି ଗାଁକୁ ସବୁଦିନିଆ ରାସ୍ତାଟିଏ ନ ଥିବାବେଳେ ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସେହିପରି...

Advertisement
Archives

Model This Week