Posted inଫୁରସତ

ଜ୍ୱାଳାମୁଖୀ ଲାଭାରେ ମାନବ ମସ୍ତିଷ୍କ ତରଳି କାଚରେ ହୋଇଥିଲା ପରିଣତ

ରୋମ୍‌: ଜ୍ୱାଳାମୁଖୀ ଲାଭାରେ ମଣିଷ ମସ୍ତିଷ୍କ ତରଳି ମାଟି ତଳେ ଚାପି ହୋଇ ହଜାର ହଜାର ବର୍ଷ ରହିବା ପରେ କାଚରେ ପରିଣତ ହୋଇଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏନେଇ ଗବେଷକମାନେ ଦୀର୍ଘଦିନ ଗବେଷଣା ପରେ ଜାଣି ପାରିଛନ୍ତି। ୭୯ ଖ୍ରୀଷ୍ଟାବ୍ଦରେ ଇଟାଲୀର ପୋମ୍ପେଇ ସହର ନିକଟରେ ଥିବା ଭେସୁଭିୟସ୍‌ ଜ୍ୱାଳାମୁଖୀରୁ ଅଗ୍ନି ଉଦ୍‌ଗିରଣ ହୋଇଥିଲା। ଏହା ଜନବସତି ଉପରେ ପଡ଼ିଥିଲା। ଫଳରେ ବହୁ ଲୋକ ଏହା ତଳେ ଚାପି ହୋଇ ରହିଯାଇଥିଲେ। ଉତ୍ତପ୍ତ ଲାଭା ଯୋଗୁ ତଳେ ଚାପି ହୋଇ ରହିଥିବା ମାନବ ମସ୍ତିଷ୍କ ତରଳି ହଜାର ହଜାର ବର୍ଷ ପରେ କଳା କାଚରେ ପରିଣତ ହୋଇଥିବା ଗବେଷକ କହିଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ସମୟରେ ମିଳିଥିବା ମାନବ କଙ୍କାଳର ମସ୍ତିଷ୍କରେ ଏଭଳି କଳା କାଚ ରହିଥିବା ଗବେଷକ କହିଛନ୍ତି। ତରଳ ଲାଭା ପ୍ରଭାବରେ ମସ୍ତିଷ୍କ ଜଳୁଥିବାବେଳେ ଏହା ମଧ୍ୟରେ ଧୂଆଁ ପଶି ମସ୍ତିଷ୍କ କୋଷିକାରେ ଜମାଟ ବାନ୍ଧିି ଶେଷରେ କଳା କାଚରେ ପରିଣତ ହୋଇଥିଲା ବୋଲି ଗବେଷକ ଦଳର ନେତୃତ୍ୱ ନେଉଥିବା ଫେନରିକ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ପିୟେର ପାଓଲୋ ପିନ୍ନୋନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପ୍ରତିଦିନ କରୋନା ଦେବୀଙ୍କ ପୂଜା କରୁଛନ୍ତି ଏହି ବ୍ୟକ୍ତି

କୋଲ୍ଲମ,୧୪।୬: ବିଶ୍ୱରେ କରୋନା ଭାଇରସ ବେଳକୁ ବେଳ ବଢି ଚାଲିଥିବା ବେଳେ କେରଳର ଜଣେ ବ୍ୟକ୍ତି କରୋନା ଭାଇରସକୁ ଦେବୀ ଭାବେ ପୂଜା କରୁଛନ୍ତି। ଏହାସହ...

ନିଆରା ପ୍ରେମ: ସ୍ତ୍ରୀଙ୍କ ଅସ୍ଥି ସହ ୨୭ବର୍ଷ ହେଲା ରହୁଛନ୍ତି ଭୋଳାନାଥ

ଏକ ନିଆରା ପ୍ରେମ କାହାଣୀ। ପ୍ରେମ ଆଉ ଭଲ ପାଇବାର କାହାଣୀ ତ ଆପଣ ବହୁତ ଶୁଣିଥିବେ ଓ ପଢିଥିବେ ନିଶ୍ଚୟ। ତେବେ ସେ ଲୈଲା-ମଜନୁଙ୍କ...

ମୋତେ କରୋନା ହୋଇଛି କହି ୨୫ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଲେ ଯୁବତୀ, ଆଉ ତା’ ପରେ…

ଆମେରିକାର ଜଣେ ଯୁବତୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିଛି। କାରଣ ଏହି ଯୁବତୀ ଜଣକ ଏକ ସୁପରମାର୍କେଟ୍‌ରେ ଛିଙ୍କିବା ସହ ଖାଦ୍ୟ ସାମଗ୍ରୀ...

କୁକୁରର ବିବେକ

ନୂଆଦିଲ୍ଲୀ୪।୭: ଏବେ ସୋସିଆଲ ମିଡ଼ିଆରେ ଗୋଟିଏ କୁକୁରର ବିବେକ ସମ୍ପର୍କିତ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। କୁକୁର କିପରି ମଣିଷ ଭଳି ମାନବିକତା ଗୁଣର...

ଦୁଇ ସ୍ନେହୀ ବିଲେଇ: ଗୋଟିଏ ପାତ୍ରରେ ଦୁହିଁଙ୍କ କ୍ଷୀରପିଆ ଦେଖି ଲାଗିବ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ହୋମଓ୍ବାର୍କ କରିବା ବେଳେ ଝିଟିପିଟି ଉପରେ ଶୋଇପଡ଼ିଲେ ଶିଶୁ: ଉଠିବା ପରେ ଯାହା ଦେଖିଲେ…

ଘରେ ହୋମଓ୍ବାର୍କ କରୁକରୁ ଅନେକଙ୍କୁ ନିଦ ଲାଗିଥାଏ। ସେଭଳି ଏକ ଘଟଣା କ୍ରମରେ ଜଣେ ଶିଶୁ ପଢ଼ା ଟେବୁଲ ଉପରେ ଶୋଇ ପଡ଼ିଥିଲେ। ହେଲେ ଶୋଇବା...

ବିଉଟି ଉଇଥ୍‌ ବ୍ରେନ୍‌’ର ଉଦାହରଣ ପାଲଟିଛନ୍ତି ଐଶ୍ୱର୍ଯ୍ୟା: ୟୁପିଏସ୍‌ସି ଉର୍ତ୍ତୀର୍ଣ୍ଣ ହେବା ପରେ ରହିଛି ଏଭଳି ସ୍ବପ୍ନ

ମିସ୍‌ ଇଣ୍ଡିଆ ପ୍ରତିଯୋଗୀରୁ ଆଇଏଏସ୍‌ ଅଫିସର ହେବାର ଯାତ୍ରା ସହଜ ନ ଥିଲା। ହେଲେ ଅସମ୍ଭବ ତ ବିଲକୁଲ୍‌ ନ ଥିଲା। ‘ବିଉଟି ଉଇଥ୍‌ ବ୍ରେନ୍‌’ର...

ଏମିତି ଉପାୟରେ ଚୋରା ମଦ ନେଉଥିଲେ ମାଫିଆ, ଭିଡିଓ ଦେଖିଲେ କହିବେ…

ମଦ ଚୋରାଚାଲାଣ ଏକ ନିତିଦିନିଆ ଘଟଣା। ମାତ୍ର ବେଳେବେଳେ ଚୋରଙ୍କ ଉପାୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେହିପରି ଏକ ଅଜବ ଉପାୟରେ ମଦ ଚୋରାଚାଲାଣ...

Advertisement


Archives

Model This Week