Posted inଜାତୀୟ

ଜ୍ୟୋତିଷ କଥାରେ ପଡି ୭ ଦିନର ନାତୁଣୀକୁ ମାରିଦେଲେ ଜେଜେମା’

ବେଙ୍ଗାଲୁରୁ, ୧।୧୨: ଉତ୍ତର ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୬୦ ବର୍ଷୀୟ ମହିଳା ମାତ୍ର ୭ ଦିନର ନାତୁଣୀକୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଜ୍ୟୋତିଷଙ୍କ କଥାରେ ପଡି ସେ ଏଭଳି କାଣ୍ଡ କରିଥିବା ପୋଲିସ ଆଗରେ କହିଛନ୍ତି। ସୂଚନାଯୋଗ୍ୟ, ମେଦାରହଲ୍ଲୀ ନିବାସୀ ପରମେଶ୍ୱରୀ ନାମକ ଜଣେ ମହିଳାଙ୍କ ପୁଅ ମାର୍ଶଲ ନଭେମ୍ବର ୨୨ରେ ଏକ କନ୍ୟା ସନ୍ତାନର ଜନକ ହୋଇଥିଲେ। ଏଥିରେ ଦୁଃଖି ଥିଲେ ତାଙ୍କ ମା’। ଘଟଣାଦିନ ଶିଶୁଟିର ମା’ ଗାଧୋଇବାକୁ ଯାଇଥିବା ବେଳେ ଜେଜେମା’ ନାତୁଣୀର ତଣ୍ଟି ଚିପି ମାରିଦେଇ ପାଖ ନାଳରେ ପକାଇଥିଲେ। ଅଜଣା ବ୍ୟକ୍ତି ଜଣେ କିଏ ଶିଶୁଟିକୁ ନେଇଯାଇଥିବା ଘର ଲୋକଙ୍କ ଆଗରେ କହିଥିଲେ ପରମେଶ୍ୱରୀ। ପରେ ପୋଲିସ ଥାନରେ ଏତଲା ଦିଆଯିବାରୁ ତଦନ୍ତ ଆରମ୍ଭ ହୋଇଥିଲା। ନାତୁଣୀ ହେଲେ କାଳେ ଘରର ଆର୍ଥିକ ମାନ୍ଦାବସ୍ଥା ଲାଗିରହିବ ବୋଲି ଜ୍ୟୋତିଷ ତାଙ୍କୁ କହିଥିଲେ। ଏହି କାରଣରୁ ନାତୁଣୀକୁ ତଣ୍ଟି ଚିପି ମାରିଦେଇଥିଲେ ପୋଲିସ ଆଗରେ ଦୋଷ ସ୍ବୀକାର କରିଥିଲେ ପରମେଶ୍ୱରୀ। ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁକାବିଲା ପାଇଁ ୧୦୦ କୋଟି ଡଲାର ଦେବ ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ,୧୬ା୫: ଭାରତର କୋଭିଡ୍‌-୧୯ ବିରୋଧୀ ଲଢ଼େଇକୁ ସହାୟତା ପାଇଁ ବିଶ୍ୱବ୍ୟାଙ୍କ ୧୦୦ କୋଟି (୧ ବିଲିୟନ) ଡଲାର ଯୋଗାଇଦେବ। କରୋନା ମହାମାରୀ ଯୋଗୁ ଅସୁବିଧାର ସମ୍ମୁଖୀନ...

ପୋଲିସ ଚାକିରିକୁ ବାଏବାଏ କହିଲେ ‘ସିଂଘମ୍‌’: ଏବେ କରିବେ ଜନସେବା

ବେଙ୍ଗାଲୁରୁ, ୨୯।୫: କର୍ନାଟକର ‘ସିଂଘମ୍‌’ ନାମରେ ପ୍ରସିଦ୍ଧ ପୋଲିସ ଡିସିପି କେ.ଅନାମଲାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ସେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି...

କରୋନାଭାଇରସରୁ ମୁକ୍ତି ପାଇଁ ବାଲାଜୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ହାଇଦ୍ରାବାଦ,୭।୨: ତେଲେଙ୍ଗାନାର ଚିଲକୁର ବାଲାଜୀ ମନ୍ଦିରରେ ଗୁରୁବାର ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ଦେଖିବାକୁ ମିଳିଥିଲା। ଏହା କରୋନାଭାଇରସରୁ ମୁକ୍ତି ପାଇଁ କରାଯାଇଥିବା କୁହାଯାଏ। ଚାଇନାରେ...

ପଶ୍ଚିମବଙ୍ଗ: ୨ ଦିନରେ ୮୦ ମୃତ

କୋଲକାତା,୭ା୫: ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୪କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ଏଠାରେ ସର୍ବାଧିକ ରହିଛି। ଗତ ଦୁଇଦିନରେ ଏହି ରାଜ୍ୟରେ ୮୦ରୁ ଅଧିକ ଲୋକ...

ଟିକା ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ଦେଖି ପ୍ରଫେସର କହିଲେ, ମୁଁ ନେବି ନାହିଁ ଟିକା

ଚଣ୍ଡିଗଡ଼, ୨୯।୪: ଟିକା ପ୍ରମାଣପତ୍ର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଯୋଗୁ ପଞ୍ଜାବର ଜଣେ ପୂର୍ବତନ ପ୍ରଫେସର ଏହି ଟିକା ପାଇବାକୁ ମନା କରି...

ମୁଲତବି ରହିଲା ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲାର ଶୁଣାଣି

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ବହୁ ଚର୍ଚ୍ଚିତ ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲାର ଶୁଣାଣିକୁ ମୁଲତବି ରଖିଛନ୍ତି। ଏହି ମାମଲାର ବିଚାରପତି ଛୁଟିରେ ଥିବାରୁ...

ସ୍ବିଜରଲାଣ୍ଡ ସବୁଠାରୁ ମହଙ୍ଗା ଦେଶ: ଶସ୍ତା ତାଲିକାରେ ତୃତୀୟରେ ଭାରତ

ନ୍ୟୁୟର୍କ/ନୂଆଦିଲ୍ଲୀ,୬।୨: ପୃଥିବୀର ସqବୁଠାରୁ ମହଙ୍ଗା ଦେଶ ତାଲିକାରେ ଏକ ନମ୍ବର ସ୍ଥାନରେ ସ୍ବିଜରଲାଣ୍ଡ ରହିଛି। ଅପରପକ୍ଷରେ ଶସ୍ତା ଦେଶ ତାଲିକାରେ ତୃତୀୟ ସ୍ଥାନରେ ଭାରତ ରହିଛି।...

ମଣିଷ ଖିଆ ବାଘୁଣୀ ନ ଥିଲା ଅବନୀ

ନୂଆଦିଲ୍ଲୀ, ୧୦ା୨- ୨୦୧୮ ନଭେମ୍ବରରେ ମଣିଷ ଖିଆ ଅଭିଯୋଗରେ ଅବନୀ ନାମକ ବାଘୁଣୀକୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ମାମଲା ସମ୍ପର୍କିତ ଏକ ଆବେଦନର ଶୁଣାଣି...

Advertisement


Archives

Model This Week