ଜୋତା ଚୋରାଇବାରୁ ରାଗିଗଲେ ବର, ବିବାହ ଭାଙ୍ଗିଦେଲେ କନ୍ୟା

ମୁଜାଫରନଗର, ୧୫।୧୨: ବିବାହ ସମୟରେ ଜୋତା ଚୋରାଇବା ଏକ ପରମ୍ପରା ରହିଛି। କନ୍ୟାଙ୍କ ଭଉଣୀ ଏହି ପରମ୍ପରା ନିଭାଇବାର ବିଧି ରହିଛି। କିନ୍ତୁ ଏହି ଜୋତା ଚୋରା ପରମ୍ପରା ଯୋଗୁ ଏକ ବିବାହ ଭାଙ୍ଗିଯାଇଛି। ଉତ୍ତର ପ୍ରଦେଶର ମୁଜାଫରନଗରରେ ଘଟିଛି ଏଭଳି ଘଟଣା। ସିସୌଲିରେ ଚାଲିଥିବା ଏକ ବିବାହ କାର୍ଯ୍ୟକ୍ରମରେ ବରର ଜୋତା ଚୋରାଇଥିଲେ ଶାଳୀ। ଏହାର ବଦଳରେ ଶାଳୀ ଏବଂ ତାଙ୍କ ସାଙ୍ଗମାନେ ଟଙ୍କା ମାଗିଥିଲେ। କିନ୍ତୁ ଏଥିରେ ରାଗି ଯାଇ ବର ସେଠାରେ ଉପସ୍ଥିତି କିଛି ମହିଳାଙ୍କୁ ଅପଶବ୍ଦ କହିଥିଲେ। ଘଟଣାରେ ବରଙ୍କୁ କନ୍ୟା ଘର ପକ୍ଷରୁ ଯେତେବେ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ରାଗିଯାଇ ଜଣଙ୍କୁ ଚାପୁଡା ମାରିଥିଲେ। ଏସବୁ ଦେଖି କନ୍ୟା ନିଜ ବିବାହ ଭାଙ୍ଗି ଦେଇଥିଲେ। ଏପରିକି ଯୌତକ ବାବଦରେ ନେଇଥିବା ୧୦ ଲକ୍ଷ ଟଙ୍କା ଫେରାଇ ଦେବାକୁ ମଧ୍ୟ ଅଡି ବସିଥିଲେ। ବର, ତାଙ୍କ ପିତା ଏବଂ ଦୁଇ ସମ୍ପର୍କୀୟଙ୍କୁ କନ୍ୟା ଘର ପକ୍ଷରୁ ବନ୍ଧକ ରଖାଯାଇଥିଲା। ପୋଲିସ କୌଣସି ସୁତ୍ରରୁ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମାମଲାର ସମାଧାନ ପାଇଁ ଉଭୟ ପକ୍ଷରୁ ବୁଝାଇଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରି ନ ଥିଲା। ଫଳରେ ବିବାହ ଭାଙ୍ଗିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବହାଦୁରଗଡ଼ରେ ଭୟାବହ ଅଗ୍ନିକାଣ୍ଡ: କେମିକାଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ନିକଟସ୍ଥ ବହାଦୁରଗଡ଼ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଆହତ ହୋଇଥିବା...

ଛୁଆଙ୍କୁ ଧରି ବୁଲୁଥିଲା ଜାତୀୟ ପକ୍ଷୀ: ପଛରୁ ଛକିଥିଲା ପଶୁ, ଆଉ ତାପରେ

ଜାତୀୟ ପଶୁ ଓ ପକ୍ଷୀକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ...

ଫିଲ୍ମ ଷ୍ଟାଇଲରେ ପରସ୍ପରକୁ ଗୁଳି ମାରିଲେ ପ୍ରେମୀଯୁଗଳ

ଜୟପୁର,୧୩।୬: ରାଜସ୍ଥାନର ବାରମେର ଜିଲାରେ ଏଭ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମୀଯୁଗଳ ଫିଲ୍ମ ଷ୍ଟାଇଲରେ ପରସ୍ପରକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି।...

ତିରୁପତି ମନ୍ଦିର କର୍ମଚାରୀ କରୋନା ପଜିଟିଭ୍‌: ୨ ଦିନ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

ତିରୁପତି,୧୨।୬: ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି)ର ଜଣେ କର୍ମଚାରୀ ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଟିଟିଡିର ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।...

ମୁସଲିମ ଯୁବକଙ୍କୁ ପିଟି ପିଟି ହତ୍ୟା କରି ପୋତି ଦେଲେ

ପାଟଣା,୨୩।୨: ସୋସିଆଲ ମିଡିଆରୁ ଏକ ବିଚଳିତ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ମୁସଲିମ ଯୁବକଙ୍କୁ ଗୋରକ୍ଷକ ଦର୍ଶାଉଥିବା ଏକ ଗୋଷ୍ଠୀ ନିର୍ଯାତନା ଦେଉଥିବା...

ହନୁମାନ ଚାଳିଶା ପରେ ଏବେ ଏଏପି ପାଠ କରିବ ‘ସୁନ୍ଦରାକାଣ୍ଡ’

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଆରମ୍ଭ...

ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣା ମାମଲା: ଟ୍ରକ୍‌ ଡାଇଭର ଓ ହେଲ୍‌ପରଙ୍କୁ ୩ ଦିନ ରିମାଣ୍ଡରେ ନିଆଗଲା

ଲକ୍ଷ୍ନୌ,୩।୮: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଓ ହେଲପର୍‌ଙ୍କୁ ସ୍ପେଶାଲ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌...

ସାଢ଼େ ୩ ବର୍ଷର ବାନ୍ୟାଙ୍କ ଯୋଗ: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୬: ସାରା ଦେଶରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍‌କୁ ପାଳନ କରାଯାଇ ଯୋଗ ଦିବସ...

Advertisement
Archives

Model This Week