Posted inଜାତୀୟ

ଜେଲ ଗଲେ ଆଇଏଏସ୍‌ ଅଫିସର

ଥିରୁଭାନନ୍ଥପୁରମ୍‌,୫ା୮(ପି.ଟି.) :ଆଇଏଏସ୍‌ ଅଫିସର ଶ୍ରୀରାମ ଭେଙ୍କିଟରମନ୍‌ଙ୍କ କାର୍‌ ଧକ୍କାରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ଜେଲ୍‌ ପଠାଇଦିଆଯାଇଛି। ଗିରଫ ଆଇଏଏସ୍‌ ଅଫିସରଙ୍କୁ ଏକ ଘରୋଇ ହସ୍ପିଟାଲରେ ପଞ୍ଚତାରକା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ତେବେ ରିମାଣ୍ଡରେ ଥିବା ଜଣେ ଅଭିଯୁକ୍ତଙ୍କୁ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ଉପରେ ଚାପ ବଢ଼ିବାରୁ ତାଙ୍କୁ ରବିବାର ଜେଲ୍‌ ପଠାଇଦିଆଯାଇଛି। ଆଇଏଏସ୍‌ ଅଧିକାରୀ ଜଣକ ନିଶାସକ୍ତ ଅବସ୍ଥାରେ କାର ଚଳାଉଥିବାବେଳେ ମାଲାୟଲମ ଖବରକାଗଜ ‘ସିରାଜ’ର ଥିରୁଭାନନ୍ଥପୁରମ୍‌ ବ୍ୟୁରୋ ଚିଫ୍‌ କେ. ମହମ୍ମଦ ବଶିର୍‌ (୩୫)ଙ୍କୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ବଶିରଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Ketan Murder Case: ଏବେ ପୋଲିସକୁ ନୂଆ କାହାଣୀ ଶୁଣାଇଲେ ଅଭିଯୁକ୍ତ ସିୟା, ପୋଲିସ ଚକିତ

ନୂଆଦିଲ୍ଲୀ,୨୬।୬: ପୁଣେର କେତନ ଅଗ୍ରୱାଲ ହତ୍ୟାକାଣ୍ଡର ଅଭିଯୁକ୍ତ ବାନ୍ଧବୀ ସିୟା ଗୋୟଲ ଏବେ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ସିୟାକୁ ଏହି ମାମଲାକୁ ନେଇ ପଚରାଉଚରା ଜାରି…

ଭେନେଜୁଏଲା ଭୂମିକମ୍ପର ଭାରତ ଉପରେ କି ପ୍ରଭାବ ପଡ଼ିବ? ଅଶୋଧିତ ତୈଳ ଯୋଗାଣ ପାଇଁ ଦେଖାଦେଲାଣି ସଙ୍କଟ

କାରାକାସ,୨୬।୬: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ କେବଳ ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇନାହିଁ ବରଂ ଭାରତର ଅଶୋଧିତ ତୈଳ ଯୋଗାଣ ସମ୍ପର୍କରେ ନୂତନ ଚିନ୍ତା ସୃଷ୍ଟି କରିଛି।…

ହର୍ମୁଜରେ ପୁଣି ଆକ୍ରମଣ, ଜାହାଜକୁ ଟାର୍ଗେଟ କଲା ଇରାନ, ଜାଣନ୍ତୁ କେଉଁ ଜାହାଜ ଉପରେ ହୋଇଛି ଆକ୍ରମଣ

ତେହରାନ,୨୬।୬: ଶାନ୍ତି ଚୁକ୍ତିନାମା ପରେ ହର୍ମୁଜ ପ୍ରଣାଳୀରେ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ଇରାନ ଏକ ଜାହାଜକୁ ଟାର୍ଗେଟ କରି ଅଭିଯୋଗ କରିଛି ଯେ ଏହା…

ସାଧାରଣ ପାସ୍‌ପୋର୍ଟ ଫି’ ୨୫୦୦ ଟଙ୍କାକୁ ବୃଦ୍ଧି, ତତ୍କାଳ ପାଇଁ ଦେବାକୁ ପଡ଼ିବ ୫ ହଜାର

ନୂଆଦିଲ୍ଲୀ,୨୬ା୬(ପି.ଟି.): କେନ୍ଦ୍ର ସରକାର ଦେଶରେ ପାସ୍‌ପୋର୍ଟ ପ୍ରସ୍ତୁତି ଏବଂ ଏହାର ନବୀକରଣ (ରି-ଇସ୍ୟୁ) ଫି’ରେ ବଡ଼ଧରଣର ବୃଦ୍ଧି କରିଛନ୍ତି । ୧୯୮୦ ମସିହାର ‘ପାସ୍‌ପୋର୍ଟ ନିୟମାବଳୀ’ରେ ସଂଶୋଧନ…

କ୍ୟାନ୍‌ସର ଔଷଧ, ଟିକା, ଆଣ୍ଟିବାୟୋଟିକ୍‌ରେ ‘କ୍ୟୁଆର୍‌ କୋଡ୍‌’ ବାଧ୍ୟତାମୂଳକ, ଜୁଲାଇ ୧ରୁ ପ୍ରଥମ ପର୍ଯ୍ୟାୟ ନିୟମ ଲାଗୁ

ନୂଆଦିଲ୍ଲୀ,୨୬ା୬(ପି.ଟି.): ଦେଶରେ ନକଲି ଏବଂ ନିମ୍ନମାନର ଔଷଧର ବେଆଇନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍‌…

ହଠାତ୍‌ ନାବାଳିକାଙ୍କ ହେଲା ପ୍ରସବ ବେଦନା: ମେଡିକାଲ ନେବାରୁ…

ଫୁଲବାଣୀ,୨୬ା୬(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅଞ୍ଚଳରେ ଜଣେ ନାବାଳିକା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି I ୧୭ ବର୍ଷୀୟା ଏହି ନାବାଳିକା ଜଣକ ଭୁବନେଶ୍ୱର…

ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ: ଆଉ ତା’ପରେ ଘଟିଲା…

ଉଦଳା,୨୬।୬(ସନ୍ତୋଷ କୁମାର ବାଛିନି): ଜନ୍ମ କଲା ପୁଅ ସାଜିଲା ଅମଣିଷ। ଅତି ନିର୍ମମ ଭାବେ ମା’ଙ୍କୁ ବାଡେଇ ଲହୁଲୁହାଣ କଲେ ପୁଅ। ନିଶା ଖାଇ ଆସି କାଠ…

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ଥାନା ଘେରାଉ କଲେ ୨ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଧାମନଗର,୨୬।୬ (କାଳନ୍ଦି ବେହେରା): ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ଗାଁରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ନେଇ ପରିବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri