Advertisement

ଜେଲ୍‌ର ଅନୁଭୂତି ବଖାଣିଲେ ପାୟଲ

ମୁମ୍ବାଇ: ଅଭିନେତ୍ରୀ ପାୟଲ ରୋହତଗି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତାଙ୍କ ବାପା ମୋତିଲାଲ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଘେରକୁ ଚାଲିଆସିଥିଲେ। ସୋମବାର ରାଜସ୍ଥାନର ବୁନ୍ଦି ପୋଲିସ ଗିରଫ କରିଥିବା ବେଳେ ମଙ୍ଗଳବାର ରାଜସ୍ଥାନ କୋର୍ଟରୁ ତାଙ୍କୁ ଜାମିନ ମିଳିଛି। ତେବେ ଖବରଦାତାଙ୍କ ସହ କଥାବାର୍ତ୍ତା ସମୟରେ ପାୟଲ ଜେଲ୍‌ରେ କାଟିଥିବା ପ୍ରଥମ ରାତିର ଅନୁଭୂତିକୁ ଶେୟାର କରିଛନ୍ତି। ଜେଲ୍‌ରେ ପ୍ରଥମ ରାତିର ଅନୁଭୂତି ବହୁତ ଭୟାବହ ଥିଲା। ସେଠାରେ ପ୍ରବଳ ଥଣ୍ଡା ଥିବାବେଳେ ତାଙ୍କୁ ତଳେ ମସିଣା ପକାଇ ଶୋଇବାକୁ ପଡ଼ିଥିଲା। ଜେଲ୍‌ଟି ଅପରିଷ୍କାର ଏବଂ ଖାଇବା ବି ଭଲ ନ ଥିଲା। ସେ ବହୁତ ଡରି ଯାଇଥିବାରୁ ରାତିସାରା ତାଙ୍କୁ ନିଦ ମଧ୍ୟ ହୋଇ ନ ଥିଲା। ସେହିପରି ଜେନେରାଲ ଓ୍ବାର୍ଡରେ ତାଙ୍କ ସହ କେତେକ ମହିଳା ଅପରାଧୀ ରହିବା ସହ ହାର୍ଡକୋର ଅପରାଧୀ ମଧ୍ୟ ରହିଥିଲେ। ମହିଳା ଅପରାଧୀମାନେ ନିଜର ଅନୁଭୂତି ତାଙ୍କ ସହ ବାଣ୍ଟୁଥିବା ବେଳେ ସେ ଭାବବିହ୍ବଳ ହୋଇପଡ଼ିଥିଲେ ବୋଲି ପାୟଲ କହିଛନ୍ତି। ଏହି ଜେଲ୍‌ଦଣ୍ଡ ମୋର ପ୍ରଥମ ଏବଂ ଶେଷ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଜେଲ୍‌ରୁ ବାହାରିବା ପରେ ସେ ବେଶ୍‌ ଖୁସି ହେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ଏବେ ବି ଭିଡିଓ ତିଆରି କରିବା ଜାରି ରହିବ। ମୋର କହିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ହେଲେ ଭିଡିଓ ତିଆରି କରିବା ସମୟରେ ସବୁ ଦିଗ ପ୍ରତି ଧ୍ୟାନ ଦେବି, ଯେପରି ଏହି ଭୁଲ ଆଉଥରେ ନ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଦୀପିକାଙ୍କ ବ୍ୟାଗ୍‌: ଦାମ୍‌ ୧ଲକ୍ଷ ୧୬ ହଜାର

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ୍‌ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବିଶେଷ କରି ତାଙ୍କ ଷ୍ଟାଇଲ୍‌କୁ ନେଇ...

ଭୁଲ କରିଥିଲେ ଦଣ୍ଡ ଭୋଗିବି : ତାପସୀ

ମୁମ୍ବାଇ, ୮।୩ : ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଉପରେ ଗତ ସପ୍ତାହରେ ଚଢ଼ାଉ କରିଥିଲା ଆୟକର ବିଭାଗ (ଆଇଟି)। ଏ ସମ୍ପର୍କରେ ସୋମବାର ପ୍ରଥମ...

ଟୁଇଟରରେ ଅନୁରାଗଙ୍କ ମୃତ୍ୟୁ ଖବର: ଫିଲ୍ମ ନିର୍ମାତା କହିଲେ ଯମ ନିଜେ ମୋତେ ଘରେ ଛାଡିଦେଇ ଗଲେ

ମୁମ୍ବାଇ,୧୪ ।୯: ବର୍ତ୍ତମାନ ସମୟରେ ବଲିଉଡରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି । ଆଉ ଇତିମଧ୍ୟରେ ଟୁଇଟରରେ ଏକ ଗୁଜବ ଦେଖିବାକୁ ମିଳିଛି...

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ପୂର୍ବଭାରତରେ ବିରୋଧ ପ୍ରଦର୍ଶନ

ଗୁଆହାଟି,୯।୧୨: ଆସାମ ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଲଗାତାର ଭାବେ ବିରୋଧ ପ୍ରଦର୍ଶନ କରାଯାଉଛି। ରବିବାର ଅଲ୍‌ ଆସାମ...

ବିରୋଧୀଙ୍କୁ ଏକତ୍ରିତ ହେବାକୁ ଲାଲୁଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୦ା୧୦: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ସୋମବାର ପୁଣିଥରେ ପୁରୁଣା ‘ମଣ୍ଡଳ ବନାମ କମଣ୍ଡଳ’ ବିତର୍କ ଉଠାଇବାକୁ ଆହ୍ବାନ ଦେଇଛନ୍ତି।...

ସିମ କାର୍ଡ କିଣିବା ପାଇଁ ନକଲି ପ୍ରମାଣ ପତ୍ର ଦେଲେ, ବର୍ଷେ ଜେଲଦଣ୍ଡ ସହିତ ୫୦ ହଜାର ଜରିମାନା…

ନୂଆଦିଲ୍ଲୀ, ୨୯।୯ : ଯେଉଁମାନେ ନକଲି ପରିଚୟ ମାଧ୍ୟମରେ ସିମ କାର୍ଡ କିଣୁଛନ୍ତି ଏବଂ ହ୍ବାଟସ ଆପ, ସିଗ୍ନାଲ କିମ୍ବା ଟେଲିଗ୍ରାମରେ ମିଥ୍ୟା ପରିଚୟ ଦେଖାଉଛନ୍ତି...

ସୋନିଆଙ୍କ ସହ ଫୋନରେ କଥା ହେଲେ ଉଦ୍ଧବ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ରାଜନୀତି ଡ୍ରାମା ସୋମବାର ସନ୍ଧ୍ୟାରେ ଶେଷ ହୋଇପାରେ। ଶିବସେନାକୁ ସମର୍ଥନ କରିବାକୁ ଯାଇ ଏନ୍‌ସିପି ନିଜର ମତ...

୨ ମହିଳାଙ୍କୁ ବଳି ଦେବା ଘଟଣା: ମଣିଷ ମାଂସକୁ ୫୬ ଖଣ୍ଡ କରି ରାନ୍ଧି ଖାଇଥିଲେ ଅଭିଯୁକ୍ତ

କୋଚି,୧୨।୧୦: କେରଳର ପଠାନାମାଥିଟ୍ଟାରେ ଧନ ସମୃଦ୍ଧି ବୃଦ୍ଧି ପାଇଁ ଦୁଇ ମହିଳାଙ୍କୁ ବଳି ଦେବାର ଏକ ସମ୍ବେଦନଶୀଳ ମାମଲା ଘଟିଛି। ଏହି ମାମଲାରେ ଅଭିଯୁକ୍ତମାନେ ମହିଳାଙ୍କୁ...

Advertisement
Archives

Model This Week