ଜେନେରାଲ କାସିମ ସୁଲେମାନିଙ୍କ ଉପରେ ୟୁଏସ୍‌ ଏୟାର ଷ୍ଟ୍ରାଇକ୍‌ : ଭାରତ ବଜାର ଲାଗି ଚିନ୍ତାଜନକ

ନୂଆଦିଲ୍ଲୀ,୪-୧: ଇରାନର ଶୀର୍ଷ ସେନା ଅଧିକାରୀ ଜେନେରାଲ କାସିମ ସୋଲେମାନିଙ୍କ ଆମେରିକାର ଏୟାର ଷ୍ଟ୍ରାଇକ ଯୋଗୁ ଶୁକ୍ରବାର ମୃତ୍ୟୁ ଘଟିଛି। ଏଥି ଯୋଗୁ ପଶ୍ଚିମ ଏସିଆ ବଜାର ଉପରେ ଗଭୀର ପ୍ରଭାବ ପଡିବ ବୋଲି କୁହାଯାଉଛି। ଶୁକ୍ରବାର ପୂର୍ବାହ୍ନରେ ଏହି ଖବର ଆସିବା ପରେ ଶେୟାର ବଜାର ଉପରେ ପ୍ରଭାବ ପରିଲକ୍ଷିତ ହୋଇଛି। ଏହାବାଦ ଅଶୋଧିତ ତୈଳ ଦର ୪% ବଢିଥିବା ଜଣାପଡିଛି। ଏବେ ମାନ୍ଦାବସ୍ଥା ଦେଇ ଭାରତ ଗତି କରୁଥିବା ବେଳେ ଏଭଳି କାରଣ ଯୋଗୁ ସୁନା ରୁପା ମୂଲ୍ୟ ବଢିଗଲେ ସରକାରଙ୍କ ପାଇଁ ଏହା ଚିନ୍ତା ବଢାଇବ ବୋଲି ଆଶଙ୍କା କରାଯାଉଛି। ଏହା ଦ୍ୱାରା କେବଳ ଭାରତ ବଜାର ନୁହେଁ ସାରା ବିଶ୍ୱର ଅନ୍ୟ ଦେଶଗୁଡିକ ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା ଉପୁଜିଛି।

ଅଶୋଧିତ ତୈଳ ଦର ବୃଦ୍ଧି
ଶୁକ୍ରବାର ଆମେରିକାର ଏୟାର ଷ୍ଟ୍ରାଇକ ଖବର ଶୁକ୍ରବାର ପୂର୍ବାହ୍ନରେ ଆସିବା ପରେ ଆର୍ଥତ୍କ ଜଗତର ଚିନ୍ତା ବଢିଯାଇଛି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୪% ବୃଦ୍ଧି ଘଟିଥିବା ନଜରକୁ ଆସିଛି। ଚଳିତବର୍ଷ ଅଶୋଧିତ ତୈଳ ଦର ବର୍ତ୍ତମାନ ସୁଦ୍ଧା ୩୫% ମହଙ୍ଗା ହୋଇସାରିଛି। ଭାରତ ଏହାର ଚାହିଦା ମେଣ୍ଟାଇବା ଲାଗି ୮୩% ତୈଳ ଆମଦାନୀ କରୁଛି। ଅଶୋଧିତ ତେଲ ଦର ବଢିବା ଯୋଗୁ ଦେଶକୁ ଅଧିକ ବିଦେଶୀ ମୁଦ୍ରା ଖର୍ଚ୍ଚକରିବାକୁ ପଡିବ।
ଶେୟାର ବଜାର ଖସିଲା
ବିଶ୍ୱର ୨ ପ୍ରମୁଖ ତେଲ ଉତ୍ପାଦନକାରୀ ରାଷ୍ଟ୍ରଙ୍କ ମଧ୍ୟରେ ହୋଇଥିବା କଳି ଯୋଗୁ ଇରାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡିଛି। ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୧୬୨.୦୩ ପଏଣ୍ଟ ଖସିବା ସହ ୪୧,୪୪୬.୬୧ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୫୫.୫୫ ପଏଣ୍ଟ ଖସିବା ଯୋଗୁ ଏହା ୧୨,୨୨୬.୬୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
ରେକର୍ଡ ଉଚ୍ଚ ସ୍ତରରେ ସୁନା
ଇରାନ ମଧ୍ୟରେ ହୋଇଥିବା ଏୟାର ଷ୍ଟ୍ରାଇକ ଯୋଗୁ ସୁନା ରୁପା ବଜାର ଉପରେ ପ୍ରଭାବ ପକାଇଛି। ସୁନା,ରୁପା ଦର ଦ୍ରୁତ ଭାବେ ବଢିଥିବା ଜଣାପଡିଛି। ମୁଦ୍ରା ଦୁର୍ବଳ ହେବା କାରଣରୁ ଶୁକ୍ରବାର ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପିଛା ୭୫୨ ଟଙ୍କା ବଢି ୪୦,୬୫୨ ସ୍ତର ଛୁଇଁଥିଲା। ଗୁରୁବାର ସୁନାର ବଜାର ଦର ୩୯,୯୦୦ ଟଙ୍କା ସ୍ତରରେ ରହି ବନ୍ଦ ହୋଇଥିଲା। ସେହିଭଳି ରୁପା ଦର କିଲୋ ପ୍ରତି ୯୬୦ ଟଙ୍କା ବଢି ୪୮,୮୭୦ ଟଙ୍କା ଛୁଇଁଥିବା ନଜରକୁ ଆସିଛି। ଗୋଟିଏ ଦିନ ପୂର୍ବର କାରବାରରେ ରୁପା ଦାମ ୪୭,୯୯୦ ଟଙ୍କା ରହିଥିଲା। ଆର୍ଥତ୍କ ଅନିଶ୍ଚିତତା ବଢୁଥିବା ଯୋଗୁ ନିବେଶକମାନେ ସୁନା ଭଳି ସୁରକ୍ଷିତ ବିକଳ୍ପ ଆଡକୁ ବଢିବାକୁ ଚାହିଁବେ। ଚାହିଦା ଯୋଗୁ ସୁନା ଦର ଆହୁରି ବଢିବାର ସମ୍ଭାବନା ରହିଛି।
ଦରଦାମ ବଢିବ
ଅଶୋଧିତ ତୈଳ ଦର ବଢିବା ଯୋଗୁ ଏହାର ପ୍ରଭାବ ସିଧାସଳଖ ଭାରତୀୟଙ୍କ ଉପରେ ପଡିବାର ଆଶଙ୍କା ଉପୁଜିଛି। ଯଦି ଏଭଳି ସ୍ଥିତି ଲାଗି ରହେ ତେବେ ପେଟ୍ରୋଲ ଡିଜେଲ ଦର ଆହୁରି ବଢିବ। ତେଲ ଦର ବଢିଲେ ଏହାର ପ୍ରଭାବ ଅନ୍ୟ କ୍ଷେତ୍ରରେ ମଧ୍ୟ ପଡିବ। ଖାଦ୍ୟ ସାମଗ୍ରୀ ମୂଲ୍ୟ ବଢିବା ଯୋଗୁ ଏହାର ପ୍ରଭାବରେ ନଭେମ୍ବରରେ ମୁଦ୍ରାସ୍ଫୀତି ବୃଦ୍ଧି ଘଟି ୫.୫୪% ଛୁଇଁଛି। ଏହା ୩ ବର୍ଷର ସବୁଠାରୁ ଉଚ୍ଚସ୍ତର।

ସରକାରଙ୍କ ଚିନ୍ତା ବଢାଇବ
ଆମେରିକାର ଏଭଳି ଏୟାର ଷ୍ଟ୍ରାଇକ ଅନ୍ତର୍ଜାତୀୟ ବଜାର ଲାଗି ଚିନ୍ତାଜନକ ବୋଲି ପ୍ରଭୁଦାସ ଲିଲାଧରର ସିଇଓ ଅଜୟ ବୋଡକେ କହିଛନ୍ତି। ସୁଲେମାନି ଇରାନର ସବୁଠାରୁ ବଡ ନେତାଙ୍କ ବିଶ୍ୱସ୍ତ ଥିଲେ। ଏହି ଆକ୍ରମଣ ବିରୋଧରେ ଇରାନ ପାଲଟା କାର୍ଯ୍ୟାନୁଷ୍ଠାନ ନେବ। ଏହା ଦ୍ୱାରା ତେଲ ଦର ବଢିବାର ବିଶେଷ ସମ୍ଭାବନା ଉପୁଜିଛି। ତେଲ ଆମଦାନୀ କରୁଥିବା ଦେଶଗୁଡିକ ଏହା ଚିନ୍ତା ବଢାଇବ। ଭାରତ ଭଳି ବାଣିଜି୍ୟକ ନିଅଣ୍ଟ ଏବଂ ଚଳନ୍ତି ଖାତା ନିଅଣ୍ଟ ସମସ୍ୟା ସାମ୍ନା କରୁଥିବା ଦେଶ ଏଭଳି ଘଟଣା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବେ ବୋଲି ବୋଡକେ ମତ ଦେଇଛନ୍ତି।
ବଢିଛି ବିତ୍ତୀୟ ନିଅଣ୍ଟ
ଚଳିତବର୍ଷ ନଭେମ୍ବର ଶେଷସୁଦ୍ଧା ଭାରତର ବିତ୍ତୀୟ ନିଅଣ୍ଟ ବଜେଟରେ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟ ଟପିଛି। ବିତ୍ତୀୟ ଲକ୍ଷ୍ୟ ହାସଲ ଚ୍ୟାଲେଞ୍ଜ ଦେଇ ସରକାର ଗତି କରୁଛନ୍ତି। ଗତ ସପ୍ତାହରେ ଆସିଥିବା ଡାଟା ମୁତାବକ ସରକାରଙ୍କ ଆୟ ଏବଂ ବ୍ୟୟ ମଧ୍ୟରେ ବୃଦ୍ଧି ଘଟି ୮.୦୭ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହାବାଦ ସେପ୍ଟେମ୍ବରରେ ୦.୯% ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ବନ୍ଦ ହୋଇଯିବ କାଗଜ ଟଙ୍କା! ଜାରି ହେବ ୫୦, ୧୦୦, ୫୦୦ ଟଙ୍କାର ନୂଆ ପ୍ଲାଷ୍ଟିକ ନୋଟ! ଜାଣନ୍ତୁ କଣ ରହିଛି RBIର ବଡ଼ ପ୍ଲାନ୍‌

ମୁମ୍ବାଇ,୨୯।୫: ଦେଶରେ କ୍ୟାଶ (ନଗଦ ଟଙ୍କା)ର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ୟୁପିଆଇ (UPI) ପେମେଣ୍ଟ ଏବଂ ଅନଲାଇନ ଟ୍ରାଞ୍ଜାକସନ ପାଇଁ ମଧ୍ୟ କ୍ୟାଶର…

ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ

ନୂଆଦିଲ୍ଲୀ,୨୯।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଜୁନ 1, 2026 ଠାରୁ ସାରା ଦେଶରେ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri