ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। କାରଣ ଏହି କମ୍ପାନୀରେ ପୁଞ୍ଜିନିବେଶ ସମ୍ଭାବନା ଖୋଜୁଥିବା ଏଟିହାଦ ଏୟାରଓ୍ବେଜ, ଟିପିଜି କ୍ୟାପିଟାଲ ଏବଂ ଇଣ୍ଡିଗୋ ପାର୍ଟନର୍ସ ଜେଟ୍‌କୁ ନେଇ ବିଶେଷ ଆଶବାଦୀ ନୁହନ୍ତି। ଏହାଛଡ଼ା ଜେଟ୍‌ର ବିଡିଂ ପ୍ରକ୍ରିୟାକୁ ନେଇ ସେମାନଙ୍କ ମନରେ ଉଠିଥିବା କେତେକ ପ୍ରଶ୍ନର ଉତ୍ତର ଆଜିଯାଏ ସେମାନଙ୍କୁ ମିଳିନାହିଁ। ଏଥିସହିତ କେନ୍ଦ୍ର ସରକାର ଜେଟ୍‌ର ଉଡ଼ାଣ ସ୍ଲଟ୍‌କୁ ଅନ୍ୟ ଏୟାରଲାଇନ୍ସକୁ ବଣ୍ଟନ କରିବାକୁ ନିଷ୍ପତ୍ତି ନେବା ପରେ ବିଡିଂ ପ୍ରକ୍ରିୟାରେ ସାମିଲ କମ୍ପାନୀମାନେ ହତୋତ୍ସାହିତ ହୋଇଛନ୍ତି। ଏତେ ସବୁ ନକରାମତ୍କ ଦିଗ ଭିତରେ ପୁଞ୍ଜିନିବେଶରୁ ଫାଇଦା ମିଳିବ ନାହିଁ ବୋଲି ମନେ କରି ସେମାନେ ବିଡିଂ ପ୍ରକ୍ରିୟା ପଛଘୁଞ୍ଚା ଦେଲେଣି। ସେମାନେ ବିଡିଂ ପ୍ରକ୍ରିୟାରେ ସାମିଲ ନ ହେବା ନେଇ ବିଚାର କରୁଛନ୍ତି। ଜେଟ୍‌ ଋଣପ୍ରଦାନକାରୀ ଓ ବିଡ଼୍‌ ପ୍ରକ୍ରିୟା ଚଳାଉଥିବା ଏସ୍‌ବିଆଇ କ୍ୟାପିଟାଲ ମାର୍କେଟସ ଡ୍ୟୁ ଡିଲିଜେନ୍ସ ପ୍ରୋସେସ୍‌ ଆରମ୍ଭ କରିଛି। ନିବେଶକ ମେ ୧୦ ତାରିଖ ସୁଦ୍ଧା ସେମାନଙ୍କର ବିଡ଼୍‌ ଦାଖଲ କରିପାରିବେ। ବିଡ଼୍‌ ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ, ଜେଟ୍‌ର ୪୦୦ରୁ ଅଧିକ ଲାଭଜନକ ସ୍ଲଟ୍‌ ଅନ୍ୟ ଏୟାରଲାଇନ୍ସକୁ ମିଳୁଥିବାରୁ ନିବେଶକମାନଙ୍କ ଭିତରେ ନକରାମତ୍କ ପ୍ରଭାବ ପଡିଛି। ସେମାନେ ଜେଟ୍‌ରେ ନିବେଶ କରି କ’ଣ ପାଇବେ ସେ ନେଇ ପ୍ରଶ୍ନ କରିବା ଆରମ୍ଭ କଲେଣି। ତେବେ ସରକାର କହୁଛନ୍ତି ଅସ୍ଥାୟୀ ଭାବେ ଏହା ଦିଆଯାଉଛି। କିନ୍ତୁ ସରକାରଙ୍କ କଥାରେ ନିବେଶକମାନେ ସନ୍ତୁଷ୍ଟ ନୁହନ୍ତି। କାରଣ ଦିଆଯାଇଥିବା ସ୍ଲଟ ଫେରସ୍ତ ପାଇବା ସେତେଟା ସହଜ ନୁହେଁ। ଏହାଛଡ଼ା ବିମାନକୁ ଲିଜ୍‌ରେ ଦିଆଯାଉଛି। ଏହି କାରଣରୁ ଜେଟ୍‌ରେ ନିବେଶ କରିବା ଦ୍ୱାରା ଫାଇଦା ମିଳିବାର ସମ୍ଭାବନା କମ୍‌ ବୋଲି ସେମାନେ ବିଚାର କରୁଛନ୍ତି। ଏହାଛଡ଼ା ଋଣପ୍ରଦାନକାରୀଙ୍କ ନିକଟରେ ଏବେ ମଧ୍ୟ ୩୧% ଶେୟାର ରହିଛି, ଯାହାକୁ ନରେଶ ଗୋୟଲ ବନ୍ଧା ରଖିଛନ୍ତି। ସେହିପରି ଋଣପ୍ରଦାନକାରୀ ଜରୁରୀ ପାଣ୍ଠି ନ ଦେବା ପଛରେ ରହିଥିବା ରହସ୍ୟ ସେମାନେ ବୁଝି ପାରୁନ ଥିବାରୁ ନିବେଶକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri