ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। କାରଣ ଏହି କମ୍ପାନୀରେ ପୁଞ୍ଜିନିବେଶ ସମ୍ଭାବନା ଖୋଜୁଥିବା ଏଟିହାଦ ଏୟାରଓ୍ବେଜ, ଟିପିଜି କ୍ୟାପିଟାଲ ଏବଂ ଇଣ୍ଡିଗୋ ପାର୍ଟନର୍ସ ଜେଟ୍‌କୁ ନେଇ ବିଶେଷ ଆଶବାଦୀ ନୁହନ୍ତି। ଏହାଛଡ଼ା ଜେଟ୍‌ର ବିଡିଂ ପ୍ରକ୍ରିୟାକୁ ନେଇ ସେମାନଙ୍କ ମନରେ ଉଠିଥିବା କେତେକ ପ୍ରଶ୍ନର ଉତ୍ତର ଆଜିଯାଏ ସେମାନଙ୍କୁ ମିଳିନାହିଁ। ଏଥିସହିତ କେନ୍ଦ୍ର ସରକାର ଜେଟ୍‌ର ଉଡ଼ାଣ ସ୍ଲଟ୍‌କୁ ଅନ୍ୟ ଏୟାରଲାଇନ୍ସକୁ ବଣ୍ଟନ କରିବାକୁ ନିଷ୍ପତ୍ତି ନେବା ପରେ ବିଡିଂ ପ୍ରକ୍ରିୟାରେ ସାମିଲ କମ୍ପାନୀମାନେ ହତୋତ୍ସାହିତ ହୋଇଛନ୍ତି। ଏତେ ସବୁ ନକରାମତ୍କ ଦିଗ ଭିତରେ ପୁଞ୍ଜିନିବେଶରୁ ଫାଇଦା ମିଳିବ ନାହିଁ ବୋଲି ମନେ କରି ସେମାନେ ବିଡିଂ ପ୍ରକ୍ରିୟା ପଛଘୁଞ୍ଚା ଦେଲେଣି। ସେମାନେ ବିଡିଂ ପ୍ରକ୍ରିୟାରେ ସାମିଲ ନ ହେବା ନେଇ ବିଚାର କରୁଛନ୍ତି। ଜେଟ୍‌ ଋଣପ୍ରଦାନକାରୀ ଓ ବିଡ଼୍‌ ପ୍ରକ୍ରିୟା ଚଳାଉଥିବା ଏସ୍‌ବିଆଇ କ୍ୟାପିଟାଲ ମାର୍କେଟସ ଡ୍ୟୁ ଡିଲିଜେନ୍ସ ପ୍ରୋସେସ୍‌ ଆରମ୍ଭ କରିଛି। ନିବେଶକ ମେ ୧୦ ତାରିଖ ସୁଦ୍ଧା ସେମାନଙ୍କର ବିଡ଼୍‌ ଦାଖଲ କରିପାରିବେ। ବିଡ଼୍‌ ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ, ଜେଟ୍‌ର ୪୦୦ରୁ ଅଧିକ ଲାଭଜନକ ସ୍ଲଟ୍‌ ଅନ୍ୟ ଏୟାରଲାଇନ୍ସକୁ ମିଳୁଥିବାରୁ ନିବେଶକମାନଙ୍କ ଭିତରେ ନକରାମତ୍କ ପ୍ରଭାବ ପଡିଛି। ସେମାନେ ଜେଟ୍‌ରେ ନିବେଶ କରି କ’ଣ ପାଇବେ ସେ ନେଇ ପ୍ରଶ୍ନ କରିବା ଆରମ୍ଭ କଲେଣି। ତେବେ ସରକାର କହୁଛନ୍ତି ଅସ୍ଥାୟୀ ଭାବେ ଏହା ଦିଆଯାଉଛି। କିନ୍ତୁ ସରକାରଙ୍କ କଥାରେ ନିବେଶକମାନେ ସନ୍ତୁଷ୍ଟ ନୁହନ୍ତି। କାରଣ ଦିଆଯାଇଥିବା ସ୍ଲଟ ଫେରସ୍ତ ପାଇବା ସେତେଟା ସହଜ ନୁହେଁ। ଏହାଛଡ଼ା ବିମାନକୁ ଲିଜ୍‌ରେ ଦିଆଯାଉଛି। ଏହି କାରଣରୁ ଜେଟ୍‌ରେ ନିବେଶ କରିବା ଦ୍ୱାରା ଫାଇଦା ମିଳିବାର ସମ୍ଭାବନା କମ୍‌ ବୋଲି ସେମାନେ ବିଚାର କରୁଛନ୍ତି। ଏହାଛଡ଼ା ଋଣପ୍ରଦାନକାରୀଙ୍କ ନିକଟରେ ଏବେ ମଧ୍ୟ ୩୧% ଶେୟାର ରହିଛି, ଯାହାକୁ ନରେଶ ଗୋୟଲ ବନ୍ଧା ରଖିଛନ୍ତି। ସେହିପରି ଋଣପ୍ରଦାନକାରୀ ଜରୁରୀ ପାଣ୍ଠି ନ ଦେବା ପଛରେ ରହିଥିବା ରହସ୍ୟ ସେମାନେ ବୁଝି ପାରୁନ ଥିବାରୁ ନିବେଶକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାନ ମୂଲ୍ୟ ବଢାଇ ପାରେ ହୋଣ୍ଡା କାର୍‌ସ

ନୂଆଦିଲ୍ଲୀ,୧୭-୬: ହୋଣ୍ଡା କାର୍‌ସ ଇଣ୍ଡିଆ ଆସନ୍ତା ମାସଠାରୁ ଏହାର ବିଭିନ୍ନ ମଡେଲ ଯାନ ଉପରେ ମୂଲ୍ୟ ବଢାଇବା ନେଇ ବିଚାର କରୁଛି। କମ୍ପାନୀ ଏହାର ବିଭିନ୍ନ...

ପାଇକାରୀ ମୁଦ୍ରାସ୍ଫୀତି ତିନି ବର୍ଷର ସର୍ବନିମ୍ନ ସ୍ତରରେ…

ନୂଆଦିଲ୍ଲୀ,୧୪।୬ : ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ କହିଛି ପାଇକାରୀ ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ମେ...

ହ୍ବାଟସଆପରେ ସ୍କ୍ରିନ୍‌ଶଟ ମନା…

ନୂଆଦିଲ୍ଲୀ,୪।୧୦ : ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଏକ ନୂତନ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ଆଉ ମେସେଜ...

ଏନ୍‌ପିଏ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିବ

ମୁମ୍ବାଇ,୨୭।୫: ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର ଗତି ଧୀମା ହୋଇଥିବା ବେଳେ ବ୍ୟାଙ୍କଗୁଡ଼ିକରେ ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ) ବଢ଼ିବାର ଆଶଙ୍କା କରାଯାଇଛି। କରୋନା ପାଇଁ ଚଳିତ ଆର୍ଥତ୍କ ବର୍ଷରେ...

ଜେ ଆଣ୍ଡ କେ ବ୍ୟାଙ୍କ ସରକାରଙ୍କ ନିୟନ୍ତ୍ରଣକୁ ଆସିବ

ନୂଆଦିଲ୍ଲୀ,୭-୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ଏବେ କେନ୍ଦ୍ର ସରକାର ଜେ ଆଣ୍ଡ କେ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେବେ। ବର୍ତ୍ତମାନ ଏହି ବ୍ୟାଙ୍କର...

ମାନ୍ଦାବସ୍ଥା ଲାଗି ଜିଏସ୍‌ଟି ପ୍ରମୁଖ କାରଣ: ବିବେକ ଦେବରୟ

ନୂଆଦିଲ୍ଲୀ,୧୨-୧୦: ଦେଶରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ ହେବା ପରେ ଜିଡିପି ଅଭିବୃଦ୍ଧି କେତେ ପ୍ରତିଶତ ପ୍ରଭାବିତ ହୋଇଛି ତାହା ପରିସଂଖ୍ୟାନଗତ ଭାବେ କହିବା...

‘ଭାରତରେ ନିବେଶ କରିବାର ସମୟ’

ନୂଆଦିଲ୍ଲୀ,୧୭।୧: ଭାରତରେ ନିବେଶ କରିବାର ଶ୍ରେଷ୍ଠ ସମୟ ଆସିଯାଇଛି। ବିଶ୍ୱ ନେତାଙ୍କୁ ଉଦ୍‌ବୋଧନ ଦେଇ ବିଶ୍ୱ ଇକୋନୋମିକ୍‌ ଫୋରୋମ (ଡବ୍ଲ୍ୟୁଇଏଫ୍‌)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି...

ହାଇକୋର୍ଟରେ ଚୋକସିଙ୍କ ସତ୍ୟପାଠ;ଫେରାର ହୋଇନି, ଟ୍ରିଟ୍‌ମେଣ୍ଟ ପାଇଁ ବିଦେଶ ଯାଇଛି

ନୂଆଦିଲ୍ଲୀ,୧୮-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ସୋମବାର ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି।...

Advertisement
Archives

Model This Week