ଜେଟ୍‌ ଏୟାରଓ୍ବେଜ୍‌ର ବିଡିଂରେ ସାମିଲ ହେବେ ହିନ୍ଦୁଜା ଭ୍ରାତା

ନୂଆଦିଲ୍ଲୀ,୨୨-୫: ଆର୍ଥିକ ସଙ୍କଟ କାରଣରୁ ସାମୟିକ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ବିଡିଂରେ ହିନ୍ଦୁଜା ଭ୍ରାତା ଭାଗ ନେବେ। ଚଳିତ ସପ୍ତାହରେ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ। ଏଥିଲାଗି ଏୟାରଲାଇନ୍ସର ମୁଖ୍ୟ ପାର୍ଟନର ତଥା ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ରଣନୈତିକ ନିବେଶକ ଏଟିହାଦ୍‌ ଏୟାରଓ୍ବେଜ ଠାରୁ ହିନ୍ଦୁଜା ଭ୍ରାତା ଅନୁମତି ନେଇସାରିଛନ୍ତି। ସୂଚନାଯୋଗ୍ୟ, ସପ୍ତାହକ ଭିତରେ ଜେଟ୍‌ ଏୟାରଓ୍ବେଜ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଅଧ୍ୟକ୍ଷ ରଜନୀଶ କୁମାର ସ୍ପଷ୍ଟ କରିଥିଲେ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜେଟ୍‌ର ଡ୍ୟୁ ଡିଲିଜେନ୍ସ ବା ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ଲାଗି ହିନ୍ଦୁଜା ଗ୍ରୁପ୍‌ ଏସ୍‌ବିଆଇ କ୍ୟାପିଟାଲ ମାର୍କେଟ୍ସ ମାଧ୍ୟମରେ ବ୍ୟାଙ୍କ କନ୍‌ସୋର୍ଟିୟମ ସହ ଆଲୋଚନା କରିସାରିଛି। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ। ଉଲ୍ଲେଖଥାଉ କି, ନରେଶ ଗୋୟଲଙ୍କ ସହ ହିନ୍ଦୁଜା ଗ୍ରୁପ୍‌ର ଗତ ଦୁଇ ଦଶନ୍ଧି ଧରି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି। ବକେୟା ଋଣ ପରିମାଣକୁ ବ୍ୟାଙ୍କଗୁଡ଼ିକ ଯଥେଷ୍ଟ ହ୍ରାସ କରିବେ ବୋଲି ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଦେଶର ବହୁ ବ୍ୟବସାୟୀ ଗୋଷ୍ଠୀ ଗୋୟଲଙ୍କ କମ୍ପାନୀରେ ନିବେଶ କରିବାକୁ ମନା କରିସାରିଛନ୍ତି। ପୂର୍ବରୁ ଟାଟା ଗ୍ରୁପ୍‌ ଆଗ୍ରହ ଦେଖାଇଥିଲା, କିନ୍ତୁ ପରେ ଓହରି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଜିଓ ଫାଇବର ସମ୍ପ୍ରସାରିତ ଜାରି

ଭୁବନେଶ୍ୱର,୮।୮: ଦେଶର ପ୍ରମୁଖ ବ୍ରଡବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ କମ୍ପାନୀ ଜିଓ ତା’ର ଫାଇବର ସଂଯୋଗ ଓଡ଼ିଶାର ୩୫ରୁ ଅଧିକ ସହର ଓ ନଗରରେ ଉପଲବ୍ଧ କରାଇଛି।...

ପୁରୀରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌ ପକ୍ଷରୁ ପୁରୀରେ ଏୟାରଟେଲ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପୁରୀରେ...

ଉନ୍ନତ ବିକ୍ରି ଆଶାରେ ଜୁଏଲର୍ସ

ଭୁବନେଶ୍ୱର,୨।୧୧: ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ସ୍ଥିତି ବଜାର ଉପରେ ଏତେଟା ନାହିଁ। ଏବେ କଟକଣା ମଧ୍ୟ କୋହଳ ହୋଇଛି। ସୁନା ଦର...

ବିଓଆଇର ଡିବିୟୁ ଉଦ୍‌ଘାଟିତ

ଭୁବନେଶ୍ୱର,୧୭ା୧୦: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ (ଡିବିୟୁ) ଉଦ୍‌ଘାଟିତ ହୋଇଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍‌ରେ ଦେଶର...

ଗ୍ରାମୀଣ ଅର୍ଥ ବ୍ୟବସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ

  ନୂଆଦିଲ୍ଲୀ,୨୫।୪: ଦେଶର ମୋଟ୍‌ ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ଗ୍ରାମାଞ୍ଚଳରେ ଦୁଇତୃତୀୟାଂଶ ଲୋକ ବସବାସ କରୁଛନ୍ତି। ୨୦୧୬ର ବିମୁଦ୍ରୀକରଣ, ମରୁଡ଼ି ସମେତ ଅନ୍ୟ ସମସ୍ୟା...

ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ବ୍ଲୁ ଟିକ୍‌ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା

କାଲିଫର୍ନିଆ,୩୦।୩: ନିକଟରେ ମେଟା ଆମେରିକାରେ ଏହାର ସବ୍‌ସ୍କ୍ରିପ୍‌ଶନ ମଡେଲ ଲଞ୍ଚ୍‌ କରିଛି। ଆମେରିକାର ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍‌...

ତାଳତେଲ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ

ନୂଆଦିଲ୍ଲୀ,୧୫।୬: ଦେଶର ପ୍ରମୁଖ ଘରୋଇ ଅନୁଷ୍ଠାନର ଖାଦ୍ୟ ପ୍ରକିୟାକରଣ ୟୁନିଟ୍‌ ପତଞ୍ଜଳି ଫୁଡ୍‌ ଲିମିଟେଡ୍‌ (ପିଏଫ୍‌ଏଲ୍‌) ପକ୍ଷରୁ ତାଳତେଲ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି...

କମ୍ପୋଜିଶନ ଡିଲରଙ୍କ ରିଟର୍ନ ପଇଠ ସୀମା ବଢ଼ିଲା

ନୂଆଦିଲ୍ଲୀ,୧୫।୭: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି କମ୍ପୋଜିଶନ ଡିଲରଙ୍କ ରିଟର୍ନ ଦାଖଲ ସୀମାକୁ ସରକାର ବଢ଼ାଇଛନ୍ତି। ଏହାଦ୍ୱାରା ଅଗଷ୍ଟ ୩୧ ପର୍ଯ୍ୟନ୍ତ କମ୍ପୋଜିଶନ ଡିଲର ରିଟର୍ନ...

Advertisement
Archives

Model This Week