ଜେଟ୍‌ ଏୟାରଓ୍ବେଜ୍‌ରେ ଇସ୍ତଫା ଦୌଡ

ନୂଆଦିଲ୍ଲୀ,୧୫-୫: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପୁନଃକାର୍ଯ୍ୟକ୍ଷମ ହେବା ଆଶା ପ୍ରାୟ ଶେଷ ହୋଇଯିବା ପରେ ଟପ୍‌ ମ୍ୟାନେଜମେଣ୍ଟ ଅଧିକାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି। ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଧିକାରୀ(ସିଇଓ) ବିନୟ ଦୁବେ, ଡେପୁଟି ସିଇଓ ତଥା ସିଏଫ୍‌ଓ ଅମିତ ଅଗ୍ରଓ୍ବାଲ ଏବଂ ଚିଫ୍‌ ପିପୁଲ୍ସ ଅଫିସର ରାହୁଲ ତନେଜା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁ ନିଜ ପଦରୁ ଇସ୍ତଫା ଦେଲେ ବୋଲି ସେମାନେ ଜଣାଇଛନ୍ତି।

ଦୁବେ ୨୦୧୭ ଅଗଷ୍ଟରେ ଜେଟ୍‌ ଏୟାରଓ୍ବେଜ୍‌ ସହ ନିଜକୁ ଜଡ଼ିତ କରିଥିଲେ। ଏହାପୂର୍ବରୁ ସେ ଡେଲ୍ଟା ଏୟାରଲାଇନ୍ସ ଏବଂ ଆମେରିକାନ ଏୟାରଲାଇନ୍ସରେ କାମ କରିଥିଲେ। ଅନ୍ୟପକ୍ଷରେ ଏସାର ଗ୍ରୁପ୍‌ର ଏଚ୍‌ଆର୍‌ ମୁଖ୍ୟ ରହିଥିବା ତନେଜା ୨୦୧୬ ଫେବୃୟାରୀରେ ଜେଟ୍‌ରେ ଯୋଗ ଦେଇଥିଲେ। ଅଗ୍ରଓ୍ବାଲ ଫାଇନାନ୍ସ ମୁଖ୍ୟ ଭାବେ ୨୦୧୫ ଡିସେମ୍ବରରେ କମ୍ପାନୀରେ ସାମିଲ ହୋଇଥିଲେ। ତାଙ୍କୁ ୨୦୧୭ ନଭେମ୍ବରରେ ଡେପୁଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଜେଟ୍‌ ଏୟାରଓ୍ବେଜର ବିଡ଼୍‌ ଦାଖଲ ବେଳେ ଆବୁଧାବୀର ବିମାନ କମ୍ପାନୀ ଏଟିହାଦ ଏୟାରଲାଇନ୍ସ କେତେକ ସର୍ତ୍ତାରୋପ କରିଛି। ଜେଟ୍‌ରେ କମ୍ପାନୀ ୧୭୦୦ କୋଟି ଟଙ୍କା ନିବେଶ କରିପାରିବ ବୋଲି ସ୍ପଷ୍ଟ କରିଛି। ପୁନର୍ଗଠିତ ଜେଟ୍‌ ଏୟାରଓ୍ବେଜରେ ଏହାର ୨୪% ଅଂଶଧନ ହିଁ ରହିବ ବୋଲି ଏଟିହାଦ କହିଛି। ତେବେ ଜେଟ୍‌ ଉପରେ ଏବେ ୯ ହଜାର କୋଟି ଟଙ୍କାରୁ ଅଧିକ ବକେୟା ଋଣ ରହିଥିବାରୁ କମ୍ପାନୀର ପୁନରୁଦ୍ଧାର ଲାଗି ବଡ଼ ନିବେଶକଙ୍କ ଆବଶ୍ୟକତା ରହିଛି, ଯାହା କି ମିଳୁନାହିଁ। ପ୍ରମୋଟର ନରେଶ ଗୋୟଲଙ୍କ ପରେ ମ୍ୟାନେଜମେଣ୍ଟର ୩ ଶୀର୍ଷ ଅଧିକାରୀଙ୍କ ଇସ୍ତଫା ଦେବାରୁ କର୍ମଚାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି। ସେମାନେ ନିଜର ଦୁଃଖ ଓ ଅସୁବିଧା ଦୂର ଲାଗି କାହାପାଖକୁ ଯିବେ ବୋଲି କର୍ମଚାରୀମାନେ ମତପ୍ରକାଶ କରିଛନ୍ତି। ସୂଚନାଥାଉ କି, ଜେଟ୍‌ର ଅପରେଶନ ସାମୟିକ ବନ୍ଦ ହୋଇଯିବା ପରେ ଏହାର ୭୫୦ ସ୍ଲଟ୍‌ ଖାଲି ପଡିଥିଲା। ତନ୍ମଧ୍ୟରୁ କେନ୍ଦ୍ର ସରକାର ୪୮୦ ସ୍ଲଟ୍‌କୁ ଅନ୍ୟ ଏୟାରଲାଇନ୍ସକୁ ବାଣ୍ଟି ଦେଇଥିଲେ। ଏଥିରୁ ସ୍ପାଇସ୍‌ଜେଟ୍‌ ୧୩୦, ଇଣ୍ଡିଗୋ ୧୨୫, ଭିସ୍ତାରା ୧୧୦, ଗୋଏୟାର ଏବଂ ଏୟାରଏସିଆ ୪୦ରୁ ୪୫ ସ୍ଲଟ୍‌ ପାଇଛନ୍ତି। ଜେଟ୍‌ ଏୟାରଓ୍ବେଜ୍‌ର ୧୧୮ ଦିଲ୍ଲୀ ସ୍ଲଟ୍‌ ମଧ୍ୟରୁ ଇଣ୍ଡିଗୋକୁ ୪୦ ଏବଂ ସ୍ପାଇସ୍‌ଜେଟ୍‌କୁ ୨୦୦ରୁ ୭୦ ମୁମ୍ବାଇ ସ୍ଲଟ୍‌ ମିଳିଛି। ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ନିଜର କର୍ମଚାରୀଙ୍କୁ ଗତ ୫ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦରମା ଦେଇପାରିନି। ଏହା ଅର୍ଥ ଅଭାବରେ ନିଜର ଅପରେଶନ ବନ୍ଦ କରିଦେଇଛି। ଅନ୍ୟପକ୍ଷରେ ଜେଟ୍‌ର ଅଂଶଧନ ବିକ୍ରି କରିବା ପାଇଁ ଏସ୍‌ବିଆଇ ନେତୃତ୍ୱରେ ବ୍ୟାଙ୍କ କନ୍‌ସୋର୍ଟିୟମର ଉଦ୍ୟମ ଫଶର ଫାଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଆପ୍ଲିକେଶନରେ ହେବ ଚଳିତ ବର୍ଷର ବଜେଟ

ନୂଆଦିଲ୍ଲୀ,୩୦।୧: ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କାଗଜ କଲମ ବଦଳରେ ମୋବାଇଲ ଆପ୍‌ ଜରିଆରେ ବଜେଟ ଉପସ୍ଥାପନ କରାଯିବ। ଦେଶବାସୀ ଓ ସରକାର...

ଭି-ଗାର୍ଡର ଆଣିଲା ନୂଆ ରାଇସ୍‌ କୁକର

ନୂଆଦିଲ୍ଲୀ,୨୬-୪: ଭିଗାର୍ଡ ପକ୍ଷରୁ ନୂଆ ରାଇସ୍‌ କୁକର ବଜାର ପ୍ରବେଶ  କରାଯାଇଛି। କମ୍ପାନୀ ଏହାର ୩ଟି ମଡେଲ ଆଣିଛି। ଏଗୁଡିକ ୧ଲିଟର, ୨.୨ ଲିଟର ଏବଂ...

ବହୁଦେଶୀୟ କମ୍ପାନୀଙ୍କ ଟିକସ ନେଇ ଜି-୭ର ନିଷ୍ପତ୍ତି

ନୂଆଦିଲ୍ଲୀ,୭।୬: ଶନିବାର ଜି-୭ ରାଷ୍ଟ୍ର ସମୂହର ପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ଏକ ବିଶେଷ ବୈଠକ ଲଣ୍ଡନରେ ଅନୁଷ୍ଠିତ ହୋଇଯାଇଛି। ଗୁଗଲ, ଆପଲ୍‌ ଓ ଆମାଜନ...

ଓଡିଶାରେ ହୋଇପାରିବ ଦେଶର ପ୍ରମୁଖ ପ୍ଲାଷ୍ଟିକ କ୍ଲଷ୍ଟର

ଭୁବନେଶ୍ୱର,୮-୭(ବ୍ୟୁରୋ): ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ଲାଷ୍ଟିକ ଶିଳ୍ପର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଅଟୋଶିଳ୍ପ, ନିର୍ମାଣ, ଇଲେକଟ୍ରୋନିକ୍ସ, ସ୍ବାସ୍ଥ୍ୟସେବା, ବିୟନ, ଏଫ୍‌ଏମ୍‌ସିଜି ଭଳି କ୍ଷେତ୍ର ସହ ପ୍ଲାଷ୍ଟିକ...

ମାଲାବାରରେ ‘ମାଇନ ଡାଇମଣ୍ଡ ଶୋ’

ଭୁବନେଶ୍ୱର,୧୩।୧୦: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଶହୀଦନଗର ଷ୍ଟୋର ପରିସରରେ ‘ମାଇନ ଡାଇମଣ୍ଡସ ଶୋ’ର ଶୁଭାରମ୍ଭ ହୋଇଯାଇଛି। ଏହି ଶୋ’ ଅକ୍ଟୋବର ୧୨ରୁ ୧୬ ତାରିଖ...

ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ଲାଭ

ନୂଆଦିଲ୍ଲୀ,୧୭।୫ : ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଦକ୍ଷ ଏୟାରସ୍ପେସ୍‌ ମ୍ୟାନେଜମେଣ୍ଟ ଲାଗି ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା କମ୍ପାନୀଙ୍କୁ ପ୍ରାୟ ୧୦୦୦...

ଏନ୍‌ସିଏଲ୍‌ଟି ମାମଲାରେ ଅନୀଲ ଅମ୍ବାନୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୩୧।୮: ଅନୀଲ ଅମ୍ବାନୀଙ୍କ ଗ୍ରୁପ କମ୍ପାନୀକୁ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)କୁ ପଠାଇବା ମାମଲାରେ ତାଙ୍କୁ ବର୍ତ୍ତମାନ ଆଶ୍ୱସ୍ତି ମିଳିଛି। ଅନୀଲଙ୍କ ଗ୍ରୁପର ରିଲାଏନ୍ସ ହୋମ୍‌...

ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ମିଳିବ ପ୍ରୋତ୍ସାହନ

ମୁମ୍ବାଇ,୬-୧୦: ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଶନିବାର ଘୋଷଣା କରିଛି। କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଭିତ୍ତିଭୂମି ନିର୍ମାଣକୁ ରିଜର୍ଭ ବ୍ୟାଙ୍କ...

Advertisement
Archives

Model This Week