ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜ ପୁଣିଥରେ ଉଡ଼ିବା ନେଇ ସଂଶୟ ରହିଛି। ଗତ ୭ ମାସ ମଧ୍ୟରେ ୪୧୦ ଜଣ ପାଇଲଟ ଓ କ୍ୟାପ୍ଟେନ ଚାକିରି ଛାଡ଼ିଛନ୍ତି। ଏବେ ଜେଟ୍‌ ନିକଟରେ ୧୫୨୭ ପାଇଲଟ ରହିଛନ୍ତି  ବୋଲି ଏୟାରଲାଇନର ପାଇଲଟ ସଂଘ, ନ୍ୟାଶନାଲ ଏଭିଏଟର୍ସ ଗିଲ୍ଡ କହିଛି। କିଛି ବିମାନକୁ ଏହାର ବିମାନ ପରିଚାଳନା ଦଳ ସହିତ ଅନ୍ୟ ଏୟାରଲାଇନ୍ସକୁ ଭଡ଼ାରେ ଦିଆଯିବାର ପ୍ରସ୍ତାବ ରହିଛି। ସ୍ପାଇସଜେଟ୍‌, ଏୟାର ଇଣ୍ଡିଆ ଏବଂ ଏଆଇ ଏକ୍ସପ୍ରେସ ଭଳି ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ଛିଡ଼ା ହୋଇଥିବା ବୋଇଂ ୭୩୭ ଏବଂ ବି୭୭୭ ବିମାନ ଲିଜ୍‌ରେ ନେବାର ଯୋଜନା ରହିଛି ବୋଲି ଏହା କହିଛି। ଜେଟ୍‌ ମ୍ୟାନେଜମେଣ୍ଟ ସହିତ ଆଲୋଚନା ପରେ ଗିଲ୍ଡ ପକ୍ଷରୁ ଏହାର ସଦସ୍ୟ ପାଇଲଟଙ୍କ ନିକଟକୁ ପଠାଯାଇଥିବା ସୂଚନାରେ କୁହାଯାଇଛି ଯେ, ଗତବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୪୧୦ ଜଣ ପାଇଲଟ ଇସ୍ତଫା ଦେଇସାରିଛନ୍ତି। ବିମାନକୁ ଲିଜ୍‌ରେ ଦିଆଯିବାର ଯୋଜନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଧମାକାଦାର ସ୍କିମ୍‌ରେ କରନ୍ତୁ ଟଙ୍କା ନିବେଶ, ମିଳିବ ଡବଲ୍‌: ପୋଷ୍ଟ ଅଫିସ୍‌ରେ ଦେଉଛି ଏଭଳି ଅଫର୍‌

ନିଜର ଏବଂ ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ, ଆମେ ବିଭିନ୍ନ ଯୋଜନାରେ ନିବେଶ କରୁ, ଯାହା ଆମକୁ ଭଲ ଲାଭ ଦିଏ। ଏମିତି ଏକ...

ଜବରଦସ୍ତ ସରକାରୀ ଯୋଜନା! କୃଷକଙ୍କୁ ମାସକୁ ମିଳିବ ୩୦୦୦ ପେନସନ, ଜାଣନ୍ତୁ କିଭଳି କରିବେ ଆବେଦନ

ନୂଆଦିଲ୍ଲୀ,୬।୭: କେନ୍ଦ୍ର ସରକାର କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ପିଏମ୍‌ କିଶାନ ମାନଧନ ଯୋଜନା ଚଳାଉଛନ୍ତି। ଏହି ଯୋଜନାରେ ବହୁତ କମ୍‌ ଟଙ୍କା ଯୋଗଦାନ...

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା, କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୫।୭: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା...

ମାଇକ୍ରୋସଫ୍ଟରେ ବଡ଼ ଧରଣର ଛଟେଇ: ୯,୧୦୦ କର୍ମଚାରୀ ହରାଇବେ ଚାକିରି

ନୂଆଦିଲ୍ଲୀ,୨।୭: ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ଏକ ବଡ଼ ଧରଣର ଛଟେଇ ଘୋଷଣା କରିଛି, ଯେଉଁଥିରେ ପ୍ରାୟ ୪% ବା ୯,୧୦୦ କର୍ମଚାରୀଙ୍କୁ ଚାକିରିରୁ...

ମାଲିକ କହୁଛନ୍ତି ୭୦ ଘଣ୍ଟା କାମ କରନ୍ତୁ ଭାରତୀୟ, ସେପଟେ ନିଜ କମ୍ପାନୀ କହୁଛି ଓଭରଟାଇମକୁ ନା..

ବେଙ୍ଗାଲୁରୁ, ୧।୭: ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସ୍ ଏବେ କର୍ମଚାରୀଙ୍କୁ କାମ ଓ ଜୀବନର ସନ୍ତୁଳନ ବଜାୟ ରଖିବାକୁ ପରାମର୍ଶ ଦେଉଛି। କମ୍ପାନୀ ଏକ ଅଭ୍ୟନ୍ତରୀଣ...

୧ ଜୁଲାଇରୁ ଆର୍ଥିକ ନିୟମରେ ବଡ଼ ପରିବର୍ତ୍ତନ: ଆଧାର-ପ୍ୟାନ ଲିଙ୍କ, ଏଟିଏମ ଫିସ୍ ଆଉ ଏସବୁ ବଦଳିଯିବ

ନୂଆଦିଲ୍ଲୀ,୩୦ା୬: ୧ ଜୁଲାଇ ୨୦୨୫ରୁ ଭାରତରେ ଆର୍ଥିକ ଓ ସେବା ସମ୍ବନ୍ଧୀୟ ନିୟମାବଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସୁଛି। ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ, କ୍ରେଡ଼ିଟ କାର୍ଡ...

ତତ୍କାଳ ଟିକେଟ ବୁକିଂରୁ ATMରୁ ଟଙ୍କା ଉଠାଣ ଯାଏ… ଜୁଲାଇ ୧ରୁ ବଦଳିଯିବ ୪ ବଡ଼ ନିୟମ ! ଜାଣି ରଖନ୍ତୁ

ନୂଆଦିଲ୍ଲୀ,୨୮।୬: ଜୁଲାଇ ଆରମ୍ଭ ହେବାକୁ ଆଉ ଦୁଇଦିନ ବାକି। ନୂଆ ମାସ ସହ ଅନେକ ବଡ଼ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ...

Cash Deposit Limit: ବ୍ୟାଙ୍କ ଆକାଉଣ୍ଟରେ ଏକାଥରେ କେତେ ଟଙ୍କା ଜମା କରିପାରିବେ? ଟ୍ୟାକ୍ସ ନୋଟିସ୍‌ ଚାହୁଁ ନ ଥିଲେ…

ନୂଆଦିଲ୍ଲୀ,୨୭।୬: ଯେତେବେଳେ କୌଣସି ବ୍ୟକ୍ତି ସମ୍ପତ୍ତି କାରବାର, ବିବାହ, ବ୍ୟବସାୟିକ ଦେୟ କିମ୍ବା କୌଣସି ଜରୁରୀକାଳୀନ ପରିସ୍ଥିତିରେ ଏକ ବଡ଼ ପରିମାଣର ନଗଦ ପାଆନ୍ତି, ସେତେବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri