ଜେଟ୍‌ର ଯୋଗ୍ୟ କର୍ମଚାରୀଙ୍କୁ ନିଯୁକ୍ତି ମିଳିଯିବ: ଜୟନ୍ତ ସିହ୍ନା

ନୂଆଦିଲ୍ଲୀ,୨୧ା୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ପ୍ରାୟ ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ ବୁଡ଼ି ଯାଇଛି। ଏହା ଉପରେ ନିଜ ପ୍ରତିକ୍ରିୟାରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି ଯେ, ଜେଟ୍‌ର ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ଯେତେ ଶୀଘ୍ର ସମ୍ଭବ ନିଯୁକ୍ତି ମିଳିଯାଉ ଏହା ସରକାର ଚାହୁଁଛନ୍ତି। ଖୁବଶୀଘ୍ର ଯୋଗ୍ୟ କର୍ମଚାରୀଙ୍କୁ ନିଯୁକ୍ତି ମିଳିଯିବ। କାରଣ ବେସାମରିକ ବିମାନ ଶିଳ୍ପ ବିକଶିତ ହେଉଛି ଏବଂ ଆଗାମୀ ଦିନରେ ଏହି କ୍ଷେତ୍ରରେ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହେବ। ସରକାରୀ ହସ୍ତକ୍ଷେପ ସମ୍ପର୍କରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ବିପଦ ଦେଖାଦେଇଥିବା ଅବସ୍ଥାରେ ସରକାର ହସ୍ତକ୍ଷେପ କରନ୍ତି। ଏହା ସାରା ବିଶ୍ୱରେ ଚାଲିଆସୁଛି। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଓ ଜେଟ୍‌ ମାମଲା ମଧ୍ୟରେ ରହିଥିବା ପାର୍ଥକ୍ୟ ବୁଝିବାକୁ ହେବ। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲା କାରଣରୁ ଅର୍ଥନୀତି ପ୍ରଭାବିତ ହେବାର ସମ୍ଭାବନା ରହିଛି ଏବଂ ବହୁ ପ୍ରକାର ବିପଦର ସାମ୍ନା କରିବାକୁ ପଡିପାରେ। ଅନ୍ୟପକ୍ଷରେ ଆଇନ ଓ ନିୟାମକୀୟ ଢାଞ୍ଚା ପାଳନ କରି ଜେଟ୍‌ ବ୍ୟବସାୟ କରୁଥିବା ବେଳେ ଏହା ବନ୍ଦ ହୋଇଯିବା ଦ୍ୱାରା ଅର୍ଥନୀତି ଉପରେ ସେଭଳି ପ୍ରଭାବ ପଡ଼ିବ ନାହିଁ ବୋଲି ସିହ୍ନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ବର୍ଷ ପୂର୍ୱରୁ ୧୦ଗ୍ରାମକୁ ୧୮ଟଙ୍କା ଥିଲା ସୁନା ଦାମ୍‌, ୧୦୦ଟଙ୍କା ହେବାକୁ ଲାଗିଯାଇଥିଲା ଏତେବର୍ଷ…

ଆଜିକାଲି ଦରଦାମ୍‌ରେ ବୃଦ୍ଧି ଘଟୁଛି। ବିଶ୍ୱ ଉତ୍ତେଜନା ବୃଦ୍ଧି ପାଉଥିବାରୁ, ସୁନା ଏବଂ ରୂପାର ମୂଲ୍ୟ ଆକାଶଛୁଆଁ ହେଉଛି। ସୁନା ଏବଂ ରୂପାର ମୂଲ୍ୟ ପ୍ରତିଦିନ...

ଭାରତ ସହ ବଡ଼ ଡିଲ୍‌, ଟ୍ରମ୍ପଙ୍କୁ ଝଟ୍‌କା!

ନୂଆଦିଲ୍ଲୀ,୧୩।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବେ ଏକ...

ଏଥର ବଜେଟରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା କରିବେ ଅର୍ଥମନ୍ତ୍ରୀ! ମିଳିବ ବଡ଼ ଆଶ୍ୱସ୍ତି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୩।୧: ୨୦୨୭ ଆର୍ଥିକ ବର୍ଷର ବଜେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ବର୍ଷ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲଗାତାର ନବମ ଥର ପାଇଁ...

ଖୁବଶୀଘ୍ର ଗଡ଼ିବ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍: ଜାଣନ୍ତୁ କେତେ ରହିବ ଭଡ଼ା

ନୂଆଦିଲ୍ଲୀ,୧୨ା୧: ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦେଶରେ ଖୁବଶୀଘ୍ର ଅତ୍ୟାଧୁନିକ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍ ସେବା ଆରମ୍ଭ...

SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ଏଟିଏମ୍ କାରବାର ପାଇଁ ଦେବାକୁ ପଡ଼ିବ ଅଧିକ ଶୁଳ୍କ

ମୁମ୍ବାଇ,୧୨ା୧: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI ନିଜର ଏଟିଏମ୍ କାରବାର ଶୁଳ୍କରେ ବୃଦ୍ଧି କରିଛି। ମାଗଣା ସୀମା ଶେଷ ହେବା ପରେ ଅନ୍ୟ ବ୍ୟାଙ୍କର...

ଡିସେମ୍ବରରେ ବଢିଗଲା ଖୁଚୁରା ଦରଦାମ୍, ତିନିମାସରେ ସର୍ବାଧିକ

ନୂଆଦିଲ୍ଲୀ,୧୨।୧: ଭାରତର ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବର ମାସରେ ୩ ମାସର ସର୍ବୋଚ୍ଚ ସ୍ତର ୧.୩୩% ରେ ପହଞ୍ଚିଛି। ନଭେମ୍ବର ମାସରେ ଏହି ହାର ୦.୭୧%...

ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସ୍ମାର୍ଟଫୋନ୍ ନିର୍ମାତାଙ୍କୁ ଏପରି ପ୍ରସ୍ତାବ ଦେଲେ ଭାରତ ସରକାର

ନୂଆଦିଲ୍ଲୀ,୧୧।୧: ଦେଶରେ ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ସ୍ମାର୍ଟଫୋନ୍ ସୁରକ୍ଷା ପାଇଁ ନୂଆ ନିୟମ ଆଣିବେ ଭାରତ ସରକାର। ଏହି ନିୟମ ଅନୁସାରେ ସ୍ମାର୍ଟଫୋନ...

ଦରମାରୁ PF କଟୁଥିଲେ ପାଇବେ ୭ ଲକ୍ଷ ଟଙ୍କାର ବୀମା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୧୧ା୧: ଭାରତରେ ଲକ୍ଷଲକ୍ଷ ଲୋକ ଚାକିରି କରୁଛନ୍ତି, ପ୍ରତି ମାସରେ ସେମାନଙ୍କ ଦରମାରୁ PF କଟାଯାଉଛି। ଅଧିକାଂଶ କର୍ମଚାରୀଙ୍କ ଦରମା ଜମା ହେବା ମାତ୍ରେ ସ୍ବୟଂଚାଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri