ଜେଟ୍‌ର ଯୋଗ୍ୟ କର୍ମଚାରୀଙ୍କୁ ନିଯୁକ୍ତି ମିଳିଯିବ: ଜୟନ୍ତ ସିହ୍ନା

ନୂଆଦିଲ୍ଲୀ,୨୧ା୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ପ୍ରାୟ ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ ବୁଡ଼ି ଯାଇଛି। ଏହା ଉପରେ ନିଜ ପ୍ରତିକ୍ରିୟାରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି ଯେ, ଜେଟ୍‌ର ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ଯେତେ ଶୀଘ୍ର ସମ୍ଭବ ନିଯୁକ୍ତି ମିଳିଯାଉ ଏହା ସରକାର ଚାହୁଁଛନ୍ତି। ଖୁବଶୀଘ୍ର ଯୋଗ୍ୟ କର୍ମଚାରୀଙ୍କୁ ନିଯୁକ୍ତି ମିଳିଯିବ। କାରଣ ବେସାମରିକ ବିମାନ ଶିଳ୍ପ ବିକଶିତ ହେଉଛି ଏବଂ ଆଗାମୀ ଦିନରେ ଏହି କ୍ଷେତ୍ରରେ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହେବ। ସରକାରୀ ହସ୍ତକ୍ଷେପ ସମ୍ପର୍କରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ବିପଦ ଦେଖାଦେଇଥିବା ଅବସ୍ଥାରେ ସରକାର ହସ୍ତକ୍ଷେପ କରନ୍ତି। ଏହା ସାରା ବିଶ୍ୱରେ ଚାଲିଆସୁଛି। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଓ ଜେଟ୍‌ ମାମଲା ମଧ୍ୟରେ ରହିଥିବା ପାର୍ଥକ୍ୟ ବୁଝିବାକୁ ହେବ। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲା କାରଣରୁ ଅର୍ଥନୀତି ପ୍ରଭାବିତ ହେବାର ସମ୍ଭାବନା ରହିଛି ଏବଂ ବହୁ ପ୍ରକାର ବିପଦର ସାମ୍ନା କରିବାକୁ ପଡିପାରେ। ଅନ୍ୟପକ୍ଷରେ ଆଇନ ଓ ନିୟାମକୀୟ ଢାଞ୍ଚା ପାଳନ କରି ଜେଟ୍‌ ବ୍ୟବସାୟ କରୁଥିବା ବେଳେ ଏହା ବନ୍ଦ ହୋଇଯିବା ଦ୍ୱାରା ଅର୍ଥନୀତି ଉପରେ ସେଭଳି ପ୍ରଭାବ ପଡ଼ିବ ନାହିଁ ବୋଲି ସିହ୍ନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ମିଳିବ ଫ୍ରି ହ୍ୟାଣ୍ଡ ସାନିଟାଇଜର

ଭୁବନେଶ୍ୱର,୧୬।୭: ମୁମ୍ବାଇରେ ଚାଲୁଥିବା ଟ୍ରେନ୍‌ଗୁଡ଼ିକରେ ଯାତ୍ରୀଙ୍କୁ କରୋନା ଭାଇରସ୍‌ ସହ ଲଢିବାର ଏକ ସାଧନ ଉପଲବ୍ଧ ହେବ। ଏହି ଜୋନରେ ଟ୍ରେନ୍‌ଗୁଡିକରେ ଯାତ୍ରୀଙ୍କ ଲାଗି ଫ୍ରି...

ବିଳମ୍ବ ହେବ ମାଲ୍ୟାଙ୍କ ପ୍ରତ୍ୟର୍ପଣ

ନୂଆଦିଲ୍ଲୀ,୫।୬: ବ୍ୟାଙ୍କଗୁଡ଼ିକରୁ ୯ ହଜାର କୋଟି ଟଙ୍କାର ଋଣ ଖିଲାପୀ ମାମଲାରେ ଜଡ଼ିତ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେଶକୁ ଫେରାଇ ଆଣିବା ବିଳମ୍ବ ହେବ।...

ବ୍ୟାଙ୍କ ଜାତୀୟକରଣକୁ ପୂରିଲା ୫୦ ବର୍ଷ

ନୂଆଦିଲ୍ଲୀ,୨୦-୭: ଆଜିଠୁ ଦୀର୍ଘ ୫୦ବର୍ଷ ପୂର୍ବେ ୧୯ ଜୁଲାଇ, ୧୯୬୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ୧୪ ପ୍ରମୁଖ ବ୍ୟାଙ୍କକୁ ପ୍ରଥମଥର ଜାତୀୟକରଣ କରିଥିଲେ।...

ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ: ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ସରକାର ବାତିଲ କରିଛନ୍ତି। କରୋନା ମାମଲା ବର୍ତ୍ତମାନ ନିୟନ୍ତ୍ରଣକୁ ଆସି ନ ଥିବାରୁ ଏଭଳି ପଦକ୍ଷେପ...

ସମଗ୍ର ଦିଲ୍ଲୀ ଏନ୍‌ସିଆର୍‌ରେ ୫ଜି ସେବା

ମୁମ୍ବାଇ,୧୯।୧୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ସମଗ୍ର ଦିଲ୍ଲୀ ଏନ୍‌ସିଆର୍‌ରେ ୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦିଲ୍ଲୀ...

ଅନ୍‌ଲାଇନ ନେଣଦେଣ ୮୦% ବଢ଼ିଛି

ନୂଆଦିଲ୍ଲୀ,୧୪।୧: ବର୍ଷ ୨୦୨୦ରେ ଦେଶ ମଧ୍ୟରେ ଅନ୍‌ଲାଇନ ନେଣଦେଣ ପ୍ରାୟ ୮୦% ବୃଦ୍ଧି ପାଇଛି। ଛୋଟ ଏବଂ ମଧ୍ୟମ ବର୍ଗ ସହରଗୁଡିକରେ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଗ୍ରହଣ ହାର...

ଜିଓରେ ୪୩, ୫୭୪ କୋଟି ନିବେଶ କରିବ ଫେସ୍‌ବୁକ୍‌

ମୁମ୍ବାଇ,୨୩।୪: ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟ୍‌ଫର୍ମରେ ପ୍ରମୁଖ ସୋସିଆଲ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ୪୩,୫୭୪ କୋଟି ଟଙ୍କା ନିବେଶ କରିବ। ମାର୍କ ଜୁକରବର୍ଗଙ୍କ ନେତୃତ୍ୱାଧୀନ ଫେସ୍‌ବୁକ୍‌ ଜିଓରେ...

ଅଶୋଧିତ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ,୫।୯ (ଅଭୟ ଦାଶ): ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି।...

Advertisement
Archives

Model This Week