Posted inଜାତୀୟ

ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ: ଏମ୍ସରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୧୮।୮: ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିଛି। ତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଏମ୍ସରେ ବହୁ ରାଜନେତାଙ୍କ ଭିଡ ଜମିଛି। ରବିବାର ସନ୍ଧ୍ୟା ୮ଟାରେୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂଟାନ ଗସ୍ତରୁ ଫେରି ଜେଟଲୀଙ୍କ ଭେଟିବାକୁ ଯାଇଛନ୍ତି। ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ଏମ୍ସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅମିତ ଶାହ ଏମ୍ସ ପହଞ୍ଚିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ, ଆପ ମୁଖ୍ୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏମ୍ସ ଆସିଥିଲେ। ସୂଚନାଯୋଗ୍ୟ, ଅଗଷ୍ଟ ୯ରେ ଜେଟଲୀଙ୍କୁ ନିଃଶ୍ୱାସପ୍ରଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଯୋଗୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହା ପରଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କଲେ ଜଗନ ରେଡ୍ଡୀ, କହିଲେ ମୋର ବି ଅଛନ୍ତି ଦୁଇଟି ଝିଅ

ହାଇଦ୍ରାବାଦ,୯।୧୨:ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ରେଡ୍ଡୀ ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କରିଛନ୍ତି। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ପୋଲିସକୁ ପ୍ରଶଂସା କରିଛନ୍ତି।...

ବିଭତ୍ସ ହତ୍ୟା: ବାଇକ୍‌ ପଛରେ ଯୁବକଙ୍କୁ ବାନ୍ଧି ୧୫ କିଲୋମିଟର ଘୋଷାଡି ମାରିଲେ ଦୃର୍ବୃତ୍ତ

ଲକ୍ଷ୍ନୌ,୨୫।୯:ଉତ୍ତରପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ବେକରେ ରଶି ବାନ୍ଧି ବାଇକ୍‌ ପଛରେ ୧୫କିମି ଘୋଷାଡି ଘୋଷାଡି ହତ୍ୟା କରାଯାଇଛି। ତେବେ...

ଅବେଳରେ କଂଗ୍ରେସକୁ ସୋନିଆ ସାହା

ନୂଆଦିଲ୍ଲୀ,୧୨ା୮: ଚଳିତବର୍ଷ ଶେଷ ଭାଗରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସୋନିଆ ଗାନ୍ଧୀ କଂଗ୍ରେସର ନେତୃତ୍ୱ ନିଜ ହାତକୁ ନେଇଛନ୍ତି। ଖରାପ...

ଟିଏମ୍‌ସି ଅଭିଯୋଗରେ ସତ୍ୟତା ନାହିଁ : ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୨।୩ : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ଲାଗି ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା।...

ଆଣବିକ ପରୀକ୍ଷାରେ ଘୁଞ୍ଚତ୍ଥିଲା ପର୍ବତ

ଚେନ୍ନାଇ,୧୮ା୧୧: ଉତ୍ତର କୋରିଆ ୨୦୧୭ରେ ଆଣବିକ ପରୀକ୍ଷା କରିଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ ପରୀକ୍ଷାସ୍ଥଳ ମାଉଣ୍ଟ ମଣ୍ଟପର ଉପରିଭାଗକୁ ଘୁଞ୍ଚାଇଦେଇଥିଲା। ହିରୋସୀମାରେ ପଡ଼ିଥିବା...

ତେଲର ବିଜ୍ଞାପନ ପାଇଁ ବଲିଉଡ୍‌ ଅଭିନେତାଙ୍କ ଉପରେ ୨୦ ହଜାର ଟଙ୍କା ଜରିମାନା

ମୁମ୍ବାଇ,୨୫।୧୧: ବଲିଉଡ୍‌ ଅଭିନେତା ଗୋବିନ୍ଦା ଓ ଜ୍ୟାକି ଶ୍ରଫ ଦରଜ ଭଲ ହେବା ତେଲର ଏକ ବିଜ୍ଞାପନରେ କାମ କରିଥିଲେ। ହେଲେ ଏବେ ଏହା ତାଙ୍କୁ...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେବ ଅଧିକ ସଶକ୍ତ: ମୋଦି

ନୂଆଦିଲ୍ଲୀ,୨୫।୫: ଏଣିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସୂଚନା ଦେଇଛନ୍ତି। ମୋଦି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ...

ବଜାରକୁ ଆସିଲା ହାପୁସ ଆମ୍ବ, ଗୋଟିକର ଦାମ ୧୭୦ଟଙ୍କା

ମୁମ୍ବାଇ,୧।୨: କୋଙ୍କଣର ବିଶ୍ୱ ପ୍ରସିଦ୍ଧ ହାପୁସ ଆମ୍ବ ଏବେ ବଜାରକୁ ଆସିବା ଆରମ୍ଭ କରିଛି। ନିକଟରେ ଏହାର ଏକ ନିଲାମି କରାଯାଇଥିବା ସୂଚନା ମିଳିଛି। ଏହାର...

Advertisement
Archives

Model This Week