Posted inଜାତୀୟ

ଜେଟଲୀଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ୬୬ ବର୍ଷ ବୟସରେ ପରଲୋକ ହୋଇଛି। ଏମ୍ସର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ୧୨ଟା ୭ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ ସଙ୍ଗିତା ଜେଟଲୀ, ପୁଅ ରୋହନ ଓ ଝିଅ ସୋନାଲି ଜେଟଲୀ ବକ୍ସିଙ୍କ ସହ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତେବେ ଜେଟଲୀଙ୍କ ବିୟୋଗରେ ଭାରତୀୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ପରଲୋକରେ ସବୁ ମହଲରୁ ଶୋକ ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୯ରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଜେଟଲୀ ଏମ୍ସରେ ଭର୍ତ୍ତି ହେବା ପରଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଓ ଭାଜପାର ଅନ୍ୟ ବରିଷ୍ଠ ନେତାମାନେ ଏମ୍ସ ଯାଉଥିଲେ। ସୂଚନାଯୋଗ୍ୟ, ପ୍ରଥମେ ୨୦୦୦ ମସିହାରେ ଜେଟଲୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ କ୍ୟାବିନେଟ ମନ୍ତ୍ରୀଭାବେ କାମ କରିଥିଲେ। ୨୦୦୯ରେ ସେ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୪ରେ ମୋଦି ସରକାରଙ୍କ ଶାସନ ସମୟରେ ସେ ଅର୍ଥ ବିଭାଗ ଭଳି ଗୁରୁ ଦାୟିତ୍ୱ ସମ୍ଭାଳି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପିଙ୍କ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ: ପାରୁନ ଯଦି ଜଣାଅ

ନୂଆଦିଲ୍ଲୀ, ୧୩ା୧୨:ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଇନଜୀବୀମାନେ ଚଳାଇଥିବା ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ହୋଇପାରୁନାହିଁ।...

କ୍ୱାରାଣ୍ଟାଇନ୍‌ରେ ଉମା ଭାରତୀ: ନମୁନା କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୨୭।୯: ଭାଜପା ସଦସ୍ୟା ଉମା ଭାରତୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ରବିବାର ଉମା ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ସୁରକ୍ଷାକର୍ମୀଙ୍କ ଗାଡ଼ିରେ ବିସ୍ଫୋରଣ, ୩ ଯବାନ ଆହତ…

ଶ୍ରୀନଗର, ୨।୬ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏକ ଗାଡ଼ିରେ ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣ ଯବାନ ଆହତ ହୋଇଥିବା କଶ୍ମୀର...

କେଜରିୱାଲଙ୍କୁ ବିରୋଧିଙ୍କ ଟାର୍ଗେଟ, ବିନା ସର୍ତ୍ତରେ ମାଗନ୍ତୁ କ୍ଷମା

ନୂଆଦିଲ୍ଲୀ,୧୮ ।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୋଟିଏ ଦିନ ପୂର୍ବରୁ ମନୀଷ ସିସୋଡିଆଙ୍କୁ ଭଗତ ସିଂଙ୍କ ସହ ତୁଳନା କରିଥିଲେ । ଯାହାକୁ ନେଇ...

ନାନ୍‌କାନା ସାହିବ୍‌ ଗୁରୁଦ୍ୱାର ଆକ୍ରମଣ ଘଟଣା: ପାକିସ୍ତାନ ବିରୋଧରେ ବିକ୍ଷୋଭ

ନୂଆଦିଲ୍ଲୀ/ଚଣ୍ଡିଗଡ଼,୫।୧(ପି.ଟି.):ପାକିସ୍ତାନର ନାନ୍‌କାନା ସାହିବସ୍ଥିତ ଗୁରୁଦ୍ୱାର ଉପରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ ଘଟଣାକୁ ବିରୋଧ କରି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା...

ବିଧାନ ପରିଷଦର ୩ ଆସନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ବେଙ୍ଗାଲୁରୁ, ୭।୬: କର୍ନାଟକ ବିଧାନ ପରିଷଦର ୩ଟି ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି। ଏହି ଆସନଗୁଡିକ ପାଇଁ ଜୁନ ୩୦ରେ...

ରାଜଧାନୀର ୬ ହସ୍ପିଟାଲ ପାଲଟିଛି କରୋନା ହଟସ୍ପଟ: ୫୯ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ,୪ ।୧: କରୋନା ସଂକ୍ରମଣକୁ ନେଇ ଏବେ ରାଜଧାନୀ ଦିଲ୍ଲୀର ହସ୍ପିଟାଲ ହଟସ୍ପଟ ପାଲଟି ଯାଇଛି । କିଛିଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ...

ପ୍ରଥମରୁ ୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମାଗଣା ସ୍କୁଲ୍‌ କିଟ୍‌ ଦେବେ ଏହି ସରକାର

ହାଇଦ୍ରାବାଦ୍‌, ୮।୧୦: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ ରେଡ୍ଡୀ ଗୁରୁବାର ଦିନ ଆଉ ଏକ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାମ...

Advertisement
Archives

Model This Week