Posted inଜାତୀୟ

ଜେଟଲୀଙ୍କୁ କ୍ଷମା ମାଗିଥିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ଆମ ଗହଣରେ ନାହାଁନ୍ତି ସତ। ହେଲେ ତାଙ୍କର କିଛି କାର୍ଯ୍ୟ ଏବେବି ଅନେକଙ୍କ ମନରେ ଅଭୁଲା ହୋଇ ରହିଯାଇଛି। ୬୬ ବର୍ଷ ବୟସରେ ଶନିବାର ଜେଟଲୀଙ୍କର ପରଲୋକ ହୋଇଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅତିତରେ ଜେଟଲୀଙ୍କ ନାଁରେ ଆଣିଥିବା ଭ୍ରଷ୍ଟାଚାର ମାମଲାକୁ ନେଇ ଶେଷରେ କେଜରିଓ୍ବାଲ ତାଙ୍କୁ କ୍ଷମା ମାଗିବା ସହ ସମସ୍ତ ଅଭିଯୋଗକୁ ଫେରାଇ ନେଇଥିବା ଘଟଣା ଆଜିବି ଅଭୁଲା ହୋଇ ରହିଛି। ଜେଟଲୀ ଯେତେବେଳେ ଡିଡିସିଏର ଅଧ୍ୟକ୍ଷ ଥିଲେ ସେତେବେଳେ ସେ ୧୩ ବର୍ଷ ମଧ୍ୟରେ ଭଷ୍ଟ୍ରାଚାର କରିଥିଲେ ବୋଲି କେଜରିଓ୍ବାଲଙ୍କ ସମେତ ତାଙ୍କ ଦଳର ନେତାମାନେ ଅଭିଯୋଗ କରିଥିଲେ। ଏହାପରେ ଜେଟଲୀ କେଜରିଓ୍ବାଲଙ୍କ ସମେତ କୁମାର ବିଶ୍ୱାସ, ଆଶୁତୋଷ, ସଞ୍ଜୟ ସିଂ, ରାଘବ ଚଡ୍ଡା ଓ ଦୀପକ ବାଜପେୟୀଙ୍କ ନାଁରେ ମାନହାନୀ ମାମଲା କରିବା ସହ ୧୦ କୋଟି ଟଙ୍କା କ୍ଷତି ପୂରଣ ରାଶି ଦାବି କରିଥିଲେ। ଏହାପରେ ଦିଲ୍ଲୀ ହାଇକୋର୍ଟ ଦୌଡି ଦୌଡି ଶେଷରେ କେଜରିଓ୍ବାଲ ଜେଟଲୀ ଓ ତାଙ୍କ ପରିବାରକୁ କ୍ଷମା ମାଗିବା ସହ ସମସ୍ତ ଅଭିଯୋଗକୁ ଫେରାଇ ନେଇଥିଲେ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମରିନି ଆଶା, ରହିଛି ନୂଆ ସମ୍ଭାବନା: ୧୪ ଦିନ ପର୍ଯ୍ୟନ୍ତ ନିଖୋଜ ବିକ୍ରମକୁ ଖୋଜିବ ଇସ୍ରୋ

ଶ୍ରୀହରିକୋଟା,୮।୯: ଭାରତର ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ଏବେ ବି ମରିନି ଆଶା,...

ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବି’

ବେଙ୍ଗାଲୁରୁ,୧୮ା୭(ପି.ଟି.): ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କର୍ନାଟକ ବିଧାନସଭାର ବାଚସ୍ପତି କେ.ଆର୍‌. ରମେଶ କୁମାର ସ୍ବାଗତ କରିଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଅଦାଲତ...

ଆଣ୍ଡ୍ରଏଡ୍‌ ଡେଭ୍‌ଲପର ଋଷିଙ୍କୁ ବାଲ୍‌ ପୁରସ୍କାର

ନୂଆଦିଲ୍ଲୀ,୨୬।୧: ଅଦମ୍ୟ ଇଚ୍ଛାଶକ୍ତି ଆଗରେ କୌଣସି ପ୍ରତିବନ୍ଧକ ବେଶି ସମୟ ପର୍ଯ୍ୟନ୍ତ ତିଷ୍ଟି ରହିପାରେ ନାହିଁ। ଆଧୁନିକ ଯୁଗରେ ବହୁଳ ବ୍ୟବହାର ହେଉଥିବା ଆଣ୍ଡ୍ରଏଡ୍‌ ଆପ୍ଲିକେଶନ୍‌କୁ...

ଅନୁଚ୍ଛେଦ ୩୭୦ ଉପରେ ମୁହଁ ଖୋଲି ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ ହେଲେ ରାହୁଲ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ଉପରେ ମୁହଁ ଖୋଲି ରାହୁଲ ଗାନ୍ଧୀ ସମାଲୋଚନାର ଶିକାର ହୋଇଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ଗୋଟିଏ ଦିନ ପରେ ମଙ୍ଗଳବାର...

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ରଦ୍ଦ ହେବ ବିଧାୟକ ପଦ! ହାଇକୋର୍ଟରେ ଯାଚିକା ଦାଖଲ

ବେଙ୍ଗାଲୁରୁ,୨୨।୭: ୫ପଏଣ୍ଟର ଗ୍ୟାରେଣ୍ଟି କାର୍ଡ ବାଣ୍ଟି ଅଡୁଆରେ କର୍ନାଟକ ସରକାର। ଚଳିତ କର୍ନାଟକ ନିର୍ବାଚନରେ ଭୋଟ ହାତେଇବା ପାଇଁ ଭୋଟରଙ୍କୁ ୫ଟି ଗ୍ୟାରେଣ୍ଟି ପୂରଣ କରିବେ...

ଫ୍ଲୋର ଟେଷ୍ଟର ଆଉ ଆବଶ୍ୟକତା ନାହିଁ, ବିଧାନସଭା ସଚିବ ଦେଲେ ସୂଚନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ପରେ ବିଧାନସଭା ସଚିବ ରାଜେନ୍ଦ୍ର ଭାଗଓ୍ବତ ସୂଚନା ଦେଇଛନ୍ତି ଯେ, ଆଉ ଫ୍ଲୋର...

ସେଣ୍ଟ୍ରାଲ ଜେଲରେ ମହିଳା କଏଦୀ ପାଳିଲେ କରଓ୍ବା ଚୌଥ

ଇନ୍ଦୋର,୧୩।୧୦: ସାରା ଦେଶରେ ଗୁରୁବାର କରଓ୍ବା ଚୌଥ ବ୍ରତ ପାଳନ କରାଯାଉଛି। ବିବାହିତା ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ ଆୟୁଷ ପାଇଁ ଏହି ବ୍ରତ ପାଳନ...

ହସ୍ପିଟାଲର ଲମ୍ବା ବିଲ୍‌: କରୋନା ରୋଗୀଙ୍କୁ ଦେବାକୁ ପଡିଲା ୧୨ ଲକ୍ଷ ଟଙ୍କା

ସୁରଟ,୧୦।୬: କରୋନା ସଙ୍କଟବେଳେ ଡାକ୍ତରମାନେ ଯୋଦ୍ଧା ଭାବରେ ପ୍ରଶଂସିତ ହେଉଛନ୍ତି। ଗୁଜରାଟରେ ଏକ ବେସରକାରୀ ଡାକ୍ତରଖାନାରେ କରୋନା ପଜିଟିଭ ରୋଗୀଙ୍କଠାରୁ ୧୨ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ...

Advertisement
Archives

Model This Week