Posted inଫୁରସତ

ଜେଏନୟୁରେ ୫ ବର୍ଷ ଥିଲେ ସିକ୍ୟୁରିଟି ଗାର୍ଡ, ଏବେ ସେଠି ପାଠ ପଢିବାକୁ ଯୋଗ୍ୟ ବିବେଚିତ ହେଲେ

ନୂଆଦିଲ୍ଲୀ, ୧୫।୭: କଥାରେ ଅଛି ଯଦି ଧୈର୍ଯ୍ୟ, ସାହସ, ପରିଶ୍ରମ ଏବଂ ଇଚ୍ଛାଶକ୍ତି ଅଛି ତେବେ ସଫଳତା ପାଇବା ଆଦୌ କଷ୍ଟକର ନୁହେଁ। ଏହି ୪ ସୁଗୁଣ ସମ୍ପନ୍ନ ଯୁବକ ହେଉଛନ୍ତି ରାମଜଳ ମୀନା। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ୫ ବର୍ଷ ହେଲା ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ମୀନା ଏବେ ସେଠାରେ ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜେଏନୟୁରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯେଉଁଠି ସେ ଲାଇବ୍ରେରୀ କ୍ଲାସରୁମ୍‌ ବାହାରେ ପହରା ଦେଉଥିଲେ ଏବେ ଭିତରେ ବସି ପାଠ ପଢିବେ। ରାଜସ୍ଥାନରେ କିରୌଲି ଜିଲାରୁ ଆସିଥିବା ମୀନା ମାତ୍ର ୧୬ବର୍ଷ ବୟସରେ ବିବାହ କରିଥିଲେ। ଫଳରେ ତାଙ୍କ ପାଠ ପଢାରେ ଡୋରୀ ଲାଗିଯାଇଥିଲା। ଚାକିରି ସନ୍ଧାନରେ ନୂଆଦିଲ୍ଲୀ ଆସିଥିବା ରାମଜଳ ଜେଏନୟୁରେ ସିକ୍ୟୁରିଟି ଗାର୍ଡ ଭାବେ କାମ ଆରମ୍ଭ କରିଥିଲେ। କିନ୍ତୁ ପାଠପଢା ଛାଡି ନ ଥିଲେ। କାମ ସହ ପାଠପଢା ବି ଜାରି ରଖିଥିଲେ। ରାମଜଳଙ୍କ ପାଠପଢା ପ୍ରତି ନିଶା ଦେଖି ତାଙ୍କୁ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଏବଂ ପ୍ରଫେସର ପ୍ରୋତ୍ସାହିତ କରିଥିଲେ। ଶେଷରେ ସେ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିପିଇ କିଟ୍‌ ପିନ୍ଧି ବରଯାତ୍ରୀରେ ନାଚିଲେ ଆମ୍ବୁଲାନ୍ସ ଡ୍ରାଇଭର, କହିଲେ…

କରୋନା ମହାମାରୀ ସମୟରେ ଦେଶର ପ୍ରତ୍ୟେକ ବ୍ୟକ୍ତି ଭୟ ଆଉ ଚିନ୍ତାରେ ରହିଛନ୍ତି। ଏହି ମହାମାରୀ ଯୋଗୁ ଲୋକେ ପୁଣି ଥରେ ଘରେ ବସିବାକୁ ବାଧ୍ୟ...

ପେଣ୍ଟିଂର ମୂଲ୍ୟ ୧୭୭ କୋଟି

୨୦୦୦ ମସିହାରେ ଜାପାନୀ ପେଣ୍ଟର ୟୋଶିତୋମା ନାରା କରିଥିଲେ ଏକ ପେଣ୍ଟିଂ। ସେତେବେଳେ ତା’ର ମୂଲ୍ୟ କିଛି ନ ଥିଲା। ତେବେ ନିକଟରେ ଏହାକୁ ନିଲାମ...

ପ୍ରଥମ ଉପାର୍ଜନରେ ବହି କିଣିଥିଲି: ଲେଖିକା ମାନିନୀ ମିଶ୍ର

ସେଇ ସମୟର ସମ୍ବଲପୁର ଜିଲାର ଗୋଟିଏ ଛୋଟ ଅଥଚ ପ୍ରସିଦ୍ଧ ଗାଁ ବରପାଲି । ଛୋଟ ବେଳେ ମଙ୍ଗାର ଠକ୍‌ ଠକ୍‌ , ବାନ୍ଧର ରଙ୍ଗଭରା...

ଡେଭିଡ୍‌ ବେକହାମ୍‌ ମନ୍ଦିର

ଦେବଦେବୀଙ୍କ ମନ୍ଦିର ସହ ଅନେକ ସମୟରେ କିଛି ଅଜବ ମନ୍ଦିର ବି ସାରା ପୃଥିବୀରେ ଦେଖିବାକୁ ମିଳେ। କିଛି ସ୍ଥାନରେ ତ ଲୋକଙ୍କ ପ୍ରିୟ ତାରକା,...

ଗ୍ରୀନ୍‌ ପାରିକୁଦ ଅଭିଯାନରେ ହିମାଂଶୁ

ଚିଲିକା ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବଦା ବନ୍ୟା,ବାତ୍ୟାପରି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଥାଏ। ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟରେ ଏହି ଅଞ୍ଚଳରେ ବୃକ୍ଷଗୁଡ଼ିକର...

ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ଏଲିଏନ୍‌

ନୂଆଦିଲ୍ଲୀ,୨୦।୮: ଏପର୍ଯ୍ୟନ୍ତ ସମସ୍ତେ କେବଳ ଏଲିଏନ୍‌ ଓ ୟୁଏଫ୍‌ଓର ନାଁ ଶୁଣିଛନ୍ତି। ହେଲେ ଏହାର ଉପସ୍ଥିତି ସମ୍ପର୍କରେ ଏଯାବତ୍‌ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ।...

ରହସ୍ୟମୟ ସ୍ଥାନ : ଏଠାକୁ ଆସିଥା’ନ୍ତି ପ୍ରେତଲୋକ

ଆତ୍ମା ଏବଂ ପ୍ରେତାତ୍ମା ସହିତ ଜଡ଼ିତ କିଛି କାହାଣୀ ନିଶ୍ଚିତ ପରିବାରର ବଡ଼ ସଦସ୍ୟମାନଙ୍କଠାରୁ ଶୁଣିଥିବେ। ଏହି କଥାକୁ କିଛି ଲୋକ ବିଶ୍ୱାସ କରୁଥିବାବେଳେ ଆଉ...

ହୋଟେଲ ବେଡ୍‌ରୁମ୍‌ରେ କଡ଼ ଲେଉଟାଇଲେ ହୁଏ ଏପରି…

ପୃଥିବୀର ବିଭିନ୍ନ ଦେଶ ଦେଶ ମଧ୍ୟରେ ସୀମାରେଖା ଟଣାଯିବା ସମୟରେ ବହୁ ରୋଚକ ଘଟଣାମାନ ଘଟିଛି। ସେପରି କିଛି ଘଟଣା ମଧ୍ୟରୁ ଏକ ନିଆରା ଉଦାହରଣ...

Advertisement
Archives

Model This Week