Posted inଜାତୀୟ

ଜେଏନ୍‌ୟୁ ଛାତ୍ରସଂସଦ ନିର୍ବାଚନ: ବାମ ସଂଗଠନ ପ୍ରାର୍ଥୀ ଆଗରେ

ନୂଆଦିଲ୍ଲୀ,୯ା୯(ଆଇଏଏନ୍‌ଏସ୍‌): ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ରସଂସଦ ନିର୍ବାଚନ ଭୋଟ ଗଣତି ଅଧାରୁ ଅଟକି ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୫୫ରୁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଛାତ୍ରୀଛାତ୍ର ଓ ବିଶ୍ୱବିଦ୍ୟାଳୟ ଅଭିଯୋଗ ସମାଧାନ ପ୍ରକୋଷ୍ଠ (ଜିଆର୍‌ସି) ମଧ୍ୟରେ ମତଭେଦ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି। ମୋଟ ୧୮୪୧ ବାଲାଟରୁ ୫୫୦ଟି ଗଣାସରିଥିବାବେଳେ ସଭାପତି ପଦ ପାଇଁ ଲଢ଼ୁଥିବା ବାମ ସଂଗଠନର ଐଶେ ଘୋଷ ଆଗରେ ଅଛନ୍ତି। ସେହିପରି ବାମ ସଂଗଠନରୁ ଉପସଭାପତି ପଦ ପାଇଁ ଲଢ଼ୁଥିବା ସକେତ୍‌ ମୁନ୍‌ ୩୬୦ ଭୋଟ ସହ ଆଗରେ ରହିଥିବା ଜଣାପଡିଛି। ୧୭ ତାରିଖ ପର୍ଯ୍ୟନ୍ତ ଫଳାଫଳ ଘୋଷଣା ନ କରିବାକୁ ଦିଲ୍ଲୀ ହାଇକୋର୍ଟ ଜେଏନ୍‌ୟୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଛାତ୍ରସଂସଦର ସବୁ ପ୍ରମୁଖ ପଦରେ ବାମଦଳ ପ୍ରାର୍ଥୀ ଆଗରେ ରହିଛନ୍ତି। ସଭାପତି ପଦ ପାଇଁ ବିର୍ସା ଆମ୍ବେଡ୍‌କର ଫୁଲେ ଷ୍ଟୁଡେଣ୍ଟସ୍‌ ଆସୋସିଏଶନ (ବିଏପିଏସ୍‌ଏ) ଫ୍ରାଟରନିଟିରୁ ପ୍ରାର୍ଥୀ ହୋଇଥିବା ଓଡ଼ିଆ ଛାତ୍ର ଜିତେନ୍ଦ୍ର ସୁନାଙ୍କୁ ପଛରେ ପକାଇ ଦେଇଛନ୍ତି ଐଶେ। ଗଣତି ହୋଇଥିବା ୫୫୦ ଭୋଟରୁ ସେ ୨୬୬ ପାଇଛନ୍ତି। ସାଧାରଣ ସମ୍ପାଦକ ପାଇଁ ପ୍ରାର୍ଥୀ ହୋଇଥିବା ସତୀଶ ଚନ୍ଦ୍ର ଯାଦବ ୨୬୧ ଭୋଟ ପାଇଥିବାବେଳେ ଯୁଗ୍ମ ସମ୍ପାଦକ ପ୍ରାର୍ଥୀ ମହମ୍ମଦ ଡାନିଶ ୩୫୩ ଭୋଟ ପାଇଛନ୍ତି। ନିର୍ବାଚନ ଲଢ଼ୁଥିବା ବାମ ଦଳଗୁଡିକ ମଧ୍ୟରେ ଅଛନ୍ତି ଅଖିଳ ଭାରତ ଛାତ୍ର ସଂଗଠନ (ଏଆଇଏସ୍‌ଏ), ଭାରତର ଛାତ୍ର ସଂଘ (ଏସ୍‌ଏଫ୍‌ଆଇ), ଗଣତାନ୍ତ୍ରିକ ଛାତ୍ର ସଂଘ (ଡିଏସ୍‌ଏଫ) ଏବଂ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌)।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାରଠାରୁ କରତାରପୁର ବନ୍ଦ

ନୂଆଦିଲ୍ଲୀ,୧୫।୩: ଭାରତରେ ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭ ଛୁଇଁଛି। ସଂକ୍ରମଣକୁ ଦୃଷ୍ଟିରେ ଭାରତ ସରକାରଙ୍କ ପକ୍ଷରୁ ଭିଡ଼ରୁ ଦୂରେଇ ରହିବାକୁ ଲୋକଙ୍କ ପରାମର୍ଶ ଦିଆଯାଇଛି।...

କଂଗ୍ରେସର ଝୁମ୍ପୁଡ଼ି ବସ୍ତି ରାଜନୀତି

ନୂଆଦିଲ୍ଲୀ, ୮।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟିବା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି...

ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ

ପାଟନା,୧୯।୫: ବିହାରର ଆର୍‌ଜେଡି ନେତା ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ରବିବାର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ ସେ ଭୋଟ...

ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ: ଦେଇପାରିବେ ନାହିଁ ଭୋଟ

ନୂଆଦିଲ୍ଲୀ,୨୫।୪: ମୋଦି ସରକାରର ମନ୍ତ୍ରୀ ତଥା ପଶ୍ଚିମବଙ୍ଗର ଟଲିଗଞ୍ଜର ଭାଜପା ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଦ୍ୱିତୀୟଥର କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏହା ବିଷୟରେ...

ଜମ୍ମୁ-କଶ୍ମୀରରେ ୩୮ ପାକିସ୍ତାନୀ ଆତଙ୍କବାଦୀ, ଗୋଇନ୍ଦା ରିପୋର୍ଟ…

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀମାନେ ଶାନ୍ତି ଭଙ୍ଗ କରିବାକୁ କ୍ରମାଗତ ଷଡଯନ୍ତ୍ର କରୁଛନ୍ତି। ଟାର୍ଗେଟ କିଲିଂ ଠାରୁ ଆରମ୍ଭ କରି ଯୁବକମାନଙ୍କୁ ପ୍ରତାରଣା କରି ଆତଙ୍କବାଦ...

୨୯ ଦିନରେ ୧୭ ସର୍ଚ୍ଚ ଅପରେଶନ୍‌: ୪୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି

ଶ୍ରୀନଗର, ୨୯।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜୋରସୋର୍‌ ଜାରି ରହିଛି। ଗତ ୨୯ ଦିନ ମଧ୍ୟରେ ଏଠାରେ ୧୭ ସର୍ଚ୍ଚ ଅପରେଶନ୍‌...

ରାମମନ୍ଦିର ନିର୍ମାଣ ହେଲେ କରୋନା ବିନାଶ ହେବ

ଭୋପାଳ,୨୩।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ସେପଟେ...

ଦିଲ୍ଲୀରେ ଅଛନ୍ତି କେତେ ଅନୁପ୍ରବେଶକାରୀ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁୁ ରିପୋର୍ଟ ମାଗିଲେ ପ୍ରବେଶ ବର୍ମା

ନୂଆଦିଲ୍ଲୀ,୩।୩: ଦିଲ୍ଲୀରେ କେତେ ସଂଖ୍ୟକ ଅନୁପ୍ରବେଶକାରୀ ଅଛନ୍ତି। ତାହାର ରିପୋର୍ଟ ଭାଜପା ଏମ୍‌ପି ପ୍ରବେଶ ବର୍ମା ଲୋକସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁୁ ମାଗିଛନ୍ତି। ସେମାନେ କିଭଳି ଦିଲ୍ଲୀରେ...

Advertisement
Archives

Model This Week