ଜେଏନ୍‌ୟୁରେ ହିଂସା: ୨୫ ଆହତ

ନୂଆଦିଲ୍ଲୀ,୬ା୧(ଆଇଏଏନ୍‌ଏସ୍‌): ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ରବିବାର ରାତିରେ କେତେଜଣ ମୁଖାପିନ୍ଧା ଗୁଣ୍ଡା ପ୍ରବେଶ କରି ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ କାଠଫାଳିଆ ଓ ଲୁହାରଡ୍‌ରେ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ଜେଏନ୍‌ୟୁ ଛାତ୍ର ସଂଘର ସଭାନେତ୍ରୀ ଐଶେ ଘୋଷ, କେତେଜଣ ଶିକ୍ଷକଙ୍କ ସମେତ ୨୫ ଆହତ ହୋଇଛନ୍ତି। ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଏଥିସହିତ ଆକ୍ରମଣକାରୀମାନେ କ୍ୟାମ୍ପସ୍‌ ପରିସରରେ ଭଙ୍ଗାରୁଜା କରିଥିଲେ। ଦୁଇ ଘଣ୍ଟା ଧରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଫଳରେ ପ୍ରଶାସନ ପୋଲିସକୁ ଡାକିଥିଲା। ପୋଲିସ ପହଞ୍ଚତ୍ ଫ୍ଲାଗ୍‌ମାର୍ଚ୍ଚ କରିଛି।
ହିଂସାକାଣ୍ଡ ପାଇଁ ଛାତ୍ରୀଛାତ୍ର ଆର୍‌ଏସ୍‌ଏସ୍‌ର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)କୁ ଦାୟୀ କରିଛନ୍ତି। ତେବେ ଏବିଭିପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଛାତ୍ରୀଛାତ୍ରଙ୍କ ସ୍ବରକୁ ଚାପିଦେବା ପାଇଁ କ୍ଷମତାରେ ଥିବା ଦଳ ଉଦ୍ୟମ କରୁଛି ବୋଲି ବିରୋଧୀ ଦଳଗୁଡ଼ିକ ଭାଜପାକୁ ଲକ୍ଷ୍ୟ କରି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ଜେଏନ୍‌ୟୁର ପୂର୍ବତନ ଛାତ୍ର ଏସ୍‌. ଜୟଶଙ୍କର ଏବଂ ନିର୍ମଳା ସୀତାରାମନ ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି। ସ୍ବରାଷ୍ଟ୍ର ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ପୋଲିସ ଓ ଜେଏନ୍‌ୟୁ ପ୍ରଶାସନକୁ ରିପୋର୍ଟ ମଗାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସ ମୁଖ୍ୟଙ୍କ ସହ କଥା ହୋଇ ଜେଏନ୍‌ୟୁ ସ୍ଥିତି ସମ୍ପର୍କରେ ବୁଝିଥିଲେ।
ମୁଖାପିନ୍ଧା ଗୁଣ୍ଡାମାନେ ବିଶ୍ୱବିଦ୍ୟାଳୟ ପରିସରରେ ପଶି ଲୁହାରଡ଼, ହକିଷ୍ଟିକ୍‌ ଓ ଲାଠିରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିବାରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସକୁ ଡକାଗଲା ବୋଲି ଜେଏନ୍‌ୟୁ କର୍ତ୍ତୃପକ୍ଷ କହିଛନ୍ତି। ଫ୍ଲାଗ ମାର୍ଚ୍ଚ ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି। ଛାତ୍ରସଂଘ ସଭାନେତ୍ରୀ ଘୋଷ ଗୁରୁତର ହୋଇଥିବାବେଳେ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମଧ୍ୟ ଆହତ ହୋଇଛନ୍ତି। ଏବିଭିପି ନେତୃତ୍ୱରେ ଏହି ଆକ୍ରମଣ ହୋଇଥିବା ଜେଏନ୍‌ୟୁ ଛାତ୍ରସଂଘ ଉପାଧ୍ୟକ୍ଷ ସକେତ ମୁନ୍‌ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆକ୍ରମଣ ପାଇଁ ବାମଦଳ ସମର୍ଥତ୍ତ ଛାତ୍ରସଂଘକୁ ଏବିଭିପି ଦାୟୀ କରିଛି। ଆକ୍ରମଣକାରୀମାନେ ହଷ୍ଟେଲ ପ୍ରକୋଷ୍ଠ ଓ ଲବିରେ ଭଙ୍ଗାରୁଜା କରିବା ସହ ଅନେକ ଗାଡ଼ି ଭାଙ୍ଗିଛନ୍ତି।
ଜେଏନ୍‌ୟୁ ଶିକ୍ଷକ ସଂଘ ପକ୍ଷରୁ ସନ୍ଧ୍ୟା ୫ଟାରେ ଏକ ସଭା ଚାଲିଥିଲା। ଏହି ସଭା ଶେଷ ହେବା ପରେ ୫୦ରୁ ଅଧିକ ଗୁଣ୍ଡା କ୍ୟାମ୍ପସ୍‌ରେ ପ୍ରବେଶ କରି ଛାତ୍ର ଓ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ ବୋଲି ଇତିହାସ ବିଭାଗ ପ୍ରଫେସର ଆର୍‌. ମହାଲକ୍ଷ୍ମୀ କହିଛନ୍ତି। ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ରକ୍ଷା ସହ କ୍ୟାମ୍ପସ୍‌ରେ ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ନିଶଙ୍କ ଜେଏନ୍‌ୟୁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇଛନ୍ତି। କ୍ୟାମ୍ପସ୍‌ରେ ଏଭଳି ଆକ୍ରମଣ ଚିନ୍ତାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିବା ସହ ଏହାକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ୧୫ ଅଯୋଗ୍ୟ ଘୋଷିତ ବିଧାୟକ

ବେଙ୍ଗାଲୁରୁ,୧୪।୧୧: କର୍ନାଟକ କଂଗ୍ରେସ ଓ ଜେଡି(ଏସ୍‌)ର ୧୫ ଅଯୋଗ୍ୟ ଘୋଷିତ ବିଧାୟକ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ...

ଯୋଗୀଙ୍କୁ ଘେରିଲେ ପ୍ରିୟଙ୍କା: ରାଜ୍ୟରେ ଅପରାଧୀଙ୍କୁ ଦିଆଯାଉଛି ସୁରକ୍ଷା

ଲକ୍ଷ୍ନୌ, ୧୮।୧୦: ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥା ନେଇ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।...

ଭାରତୀୟ ବାୟୁସେନାରେ ସାମିଲ ହେବ ଆଉ ୫ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨୮।୯-ଭାରତକୁ ମିଳିବ ଆଉ ୫ଟି ରାଫେଲ ଯୁଦ୍ଧ ବିମାନ। ଖୁବଶିଘ୍ର ଭାରତୀୟ ବାୟୁସେନାରେ ସାମିଲ ହେବ ଏହି ୫ ଯୁଦ୍ଧ ବିମାନ। ରାଫେଲ ନିର୍ମାଣକାରୀ କମ୍ପାନୀ...

୨ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ସକାଳେ ନୂଆଦିଲ୍ଲୀରୁ ଢାକା ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ।...

ମହାରାଷ୍ଟ୍ରର ନୂଆ ସମୀକରଣକୁ ଦେଖି କିଛି ଲୋକଙ୍କ ପେଟ କାଟୁଛି: ଶିବସେନା

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ଏବେ ସରକାର ଗଢିବାକୁ ଶିବସେନା ପୁଣି ଥରେ ପାଗ ଭିଡୁଛି। ଏତିକି ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ହଜମ କରିପାରୁ ନ...

ଭୋଟ ପୂର୍ବରୁ କୃପାଭିକ୍ଷା

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌। ଆଉ ମାତ୍ର କେଇ ଘଣ୍ଟା ପରେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହେବ...

ଟିକ୍‌ ଟକ୍‌ ବ୍ୟାନ୍‌ ନେଇ ଏମିତି କହିଲେ ଟିଏମ୍‌ସି ମହିଳା ଏମ୍‌ପି

କୋଲକାତା, ୧।୭- ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଯୋଗୁ ତିକ୍ତତା ଚରମସୀମାରେ ପହଞ୍ଚତ୍ବାବେଳେ ନିକଟରେ ଦେଶର ତଥ୍ୟ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

୧୨ ଶହ ଟଙ୍କାରେ ମିଛ କରୋନା ରିପୋର୍ଟ…

ଲକ୍ଷ୍ନୌ,୧୦।୪: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ମିଛ କରୋନା ରିପୋର୍ଟ ପ୍ରସ୍ତୁତ କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି।...

Advertisement


Archives

Model This Week

Why Dharitri