Posted inଜାତୀୟ

ଜେଏନ୍‌ୟୁରେ ଥମୁନି ବିବାଦ: ଛାତ୍ରୀଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.): ବିକ୍ଷୋଭରତ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ଛାତ୍ରୀଛାତ୍ରଙ୍କ ବିରୋଧରେ ମଙ୍ଗଳବାର ପୋଲିସ ମାମଲା ରୁଜୁକରିଛି। ହଷ୍ଟେଲ ଫି ବୃଦ୍ଧିକୁ ନେଇ ଏମାନେ ପ୍ରତିବାଦ ସ୍ବରୂପ ବିକ୍ଷୋଭ କରୁଥିବାବେଳେ ସୋମବାର ଏମାନଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିଲା। ଏବେ ଆଇପିସିର ଧାରା ୧୮୬, ୩୫୩, ୩୩୨, ୧୮୮, ୧୪୭, ୧୪୯ ଆଦି ଲଗାଯାଇ ପୋଲିସ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିକରିଛି। କିଷନଗଡ଼ ପୋଲିସ ଷ୍ଟେଶନ ଓ ଲୋଧି କଲୋନୀ ପୋଲିସ ଷ୍ଟେଶନରେ ଏହି ମାମଲା ରୁଜୁ କରାଯାଇଥିବା ଡିସିପି(ସାଉଥ୍‌) ଅତୁଲ୍‌ କୁମାର ଠାକୁର ପ୍ରକାଶ କରିଛନ୍ତି। ସରକାରୀ ସମ୍ପତ୍ତି ନଷ୍ଟକରିବା, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିକରିବା, ଦଙ୍ଗା ଓ ବିଶୃଙ୍ଖଳା କରି ଏକାଠି ହେବା ଭଳି ଅନେକ ସଙ୍ଗିନ ଅଭିଯୋଗ ଛାତ୍ରୀଛାତ୍ରଙ୍କ ବିରୋଧରେ ଲଗାଯାଇଛି। ସୋମବାର ଶତାଧିକ ଛାତ୍ରୀଛାତ୍ର ଦିଲ୍ଲୀରେ ବିକ୍ଷୋଭକରିବା ସହ ଫି ବୃଦ୍ଧିକୁ ବିରୋଧ କରି ମାର୍ଚ୍ଚ କରିଥିଲେ। ପୋଲିସ ଅଟକାଇବାରୁ ସଂଘର୍ଷ ହୋଇଥିଲା। ଛାତ୍ରୀଛାତ୍ରଙ୍କୁ ଦମନ କରିବା ଲାଗି ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀମାନେ ଏହାକୁ ଅସ୍ବୀକାର କରିଥିଲେ। ସଂଘର୍ଷରେ ୩୦ ପୋଲିସ ଓ ୧୫ ଛାତ୍ରୀଛାତ୍ର ଆହତ ମଧ୍ୟ ହୋଇଥିଲେ। ୮ ଘଣ୍ଟା ଧରି ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା। ଏଥିରେ ଦିଲ୍ଲୀର ଅନ୍ୟ ବିଶ୍ୱବିଦ୍ୟାଳୟର ହଜାର ହଜାର ଛାତ୍ରୀଛାତ୍ର ମଧ୍ୟ ସାମିଲ ଥିଲେ। ବ୍ୟାରିକେଡ୍‌ ଭାଙ୍ଗି ଛାତ୍ରୀଛାତ୍ରମାନେ ଆଗକୁ ମାଡ଼ିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଜେଏନୟୁ ଛାତ୍ର ସଂଘ ସଭାପତି ଏ.ଘୋଷ୍‌, ସମ୍ପାଦକ ସତୀଶ୍‌ ଚନ୍ଦ୍ର ଯାଦବଙ୍କ ସମେତ ଶତାଧିକ ଛାତ୍ରୀଛାତ୍ରଙ୍କୁ ପୋଲିସ ଅଟକ ରଖିଥିଲା।
ପୋଲିସ ଦମନଲୀଳାକୁ ନେଇ ଗୃହରେ ତାତି

ଫି’ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରୁଥିବା ଜେଏନ୍‌ୟୁ ଛାତ୍ରୀଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନର ତାତି ମଙ୍ଗଳବାର ପାର୍ଲାମେଣ୍ଟରେ ଦେଖିବାକୁ ମିଳିଛି। କେନ୍ଦ୍ରକୁ ଏନେଇ ବିରୋଧୀ ସମାଲୋଚନା କରିଛନ୍ତି। ଏଏପି ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ନିରୀହ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ସହରୀ ମାଓବାଦୀ କାର୍ଯ୍ୟକଳାପ ସହ ସମାନ ବୋଲି ମତ ଦେଇଛନ୍ତି। ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ପୋଲିସର ଦମନଲୀଳାକୁ ଲଜ୍ଜାଜନକ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି। ବିରୋଧୀ ସଦସ୍ୟମାନେ ଏଥିରେ ସ୍ବରମିଳାଇ ରାଜ୍ୟ ସଭାରେ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।
‘ଆଇନଗତ ପଦକ୍ଷେପ ନିଆ ନ ଯାଉ’

ବିକ୍ଷୋଭରତ ଛାତ୍ରୀଛାତ୍ରଙ୍କ ବିରୋଧରେ କୌଣସି ପ୍ରଶାସନିକ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଉ ବୋଲି ଜେଏନ୍‌ୟୁ ଛାତ୍ରସଂଘ ପକ୍ଷରୁ ଦାବି କରାଯାଇଛି। ଛାତ୍ରସଂଘ ସଭାପତି ଏ. ଘୋଷ୍‌ କହିଛନ୍ତି, ମାନବସମ୍ବଳ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ସହ ଆଲୋଚନା କରାଯାଇ ଛାତ୍ରୀଛାତ୍ରଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ନିଆ ନ ଯିବା ଲାଗି ଅନୁରୋଧ କରାଯାଇଛି। ଇ-ମେଲ୍‌ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ନୋଟିସ ପଠାଯାଇଥିଲେ ହେଁ କେହି ଟଙ୍କାଟିଏ ବି ଜରିମାନା ଦେବେନାହିଁ। ମଧ୍ୟସ୍ଥତା ଲାଗି ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ପ୍ୟାନେଲ ସହ ଆଲୋଚନା କରିବାକୁ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ମନା କରିଦେବା ଉଚିତ ନ ଥିଲା। ଏହା ଦ୍ୱାରା ଛାତ୍ର ଅଶାନ୍ତି ବୃଦ୍ଧି ପାଇବ। ଛାତ୍ରୀଛାତ୍ରଙ୍କ ଦାବି ପୂରଣ ନ ହେବା ଓ ଫି ବୃଦ୍ଧି ପ୍ରତ୍ୟାହାର କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଛାତ୍ରସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳକୁ ଗୁରୁତ୍ୱ: ୩୩ ଶହ କୋଟିର ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୧୦: ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳକୁ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ମେକ୍‌ ଇନ୍‌ ଇଣ୍ଡିଆ ଅନ୍ତର୍ଗତ ୩୩ ଶହ...

ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଛପାକ’

ଭୋପାଳ,୯।୧: ବଲିଉଡ୍‌ ବିୟୁଟି ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଏହି ବହୁ ପ୍ରତିକ୍ଷିତ ଫିଲ୍ମକୁ ମଧ୍ୟପ୍ରଦେଶ ସରକାର ଟ୍ୟାକ୍ସ...

ରାଶନ ଦୋକାନରେ ଶସ୍ତାରେ ମିଳିବ ପିଆଜ

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଛି। ତେବେ କଳାବଜାରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀର ରାଶନ ଦୋକାନରେ ଶାସ୍ତା...

ମାମଲାର ନିରପେକ୍ଷ ତଦନ୍ତ କର

ନୂଆଦିଲ୍ଲୀ,୧୪ା୮(ପି.ଟି.): ସିବିଆଇ ‘ରାଜନୈତିକ ହାତବାରିସୀ’ ଭାବେ ବ୍ୟବହୃତ ନହୋଇ ଅଧିକ ସ୍ବାଧୀନ ଓ ନିରପେକ୍ଷ ତଦନ୍ତ କରିବା ଉଚିତ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ...

ସିଏଏ ହିଂସାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ: ଏଏମ୍‌ୟୁର ୧୦ହଜାର ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ଅଲିଗଡ଼,୨୮।୧୨: ଉତ୍ତରପ୍ରଦେଶର ଅଲିଗଡ ମୁସ୍‌ଲିମ୍‌ ୟୁନିଭର୍ସିଟି(ଏଏମ୍‌ୟୁ)ର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ପୋଲିସ କହିବା ଅନୁସାରେ, ଡିସେମ୍ବର ୧୫ରେ...

ଶବାନାଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମିଙ୍କୁ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଧନ୍ୟବାଦ ଦେଇଛନ୍ତି। ଟୁଇଟ୍‌ କରି କେଜରିଓ୍ବାଲ ଡେଙ୍ଗୁ ନିରାକରଣ...

ସ୍ଥିତି ଅନୁଧ୍ୟାନ ଲାଗି ଲେହ, କଶ୍ମୀର ଯିବେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ, ୨୩ା୬: ସୀମାନ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ଲାଗି ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରଓ୍ବଣେ ଚଳିତ ସପ୍ତାହରେ ଲେହ ଏବଂ କଶ୍ମୀର ଗସ୍ତ କରିବେ।...

ଆଲିଗଡ଼ ବଳାତ୍କାର ମାମଲା: ଭାଜପାକୁ ‘ବେଟି ବଚାଓ’ ସ୍ଲୋଗାନ ମନେ ପକାଇଲା ଶିବସେନା

ମୁମ୍ବାଇ,୧୦।୬: ଉତ୍ତରପ୍ରଦେଶ ଆଲିଗଡ଼ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାରେ ଶିବସେନା ଭାଜପାକୁ ଟାର୍ଗେଟ୍‌ କରିଛି। ଶିବସେନା ମୁଖପତ୍ର ସାମନାରେ ଏନେଇ ଲେଖା ପ୍ରକାଶ ପାଇଛି। ଭାଜପା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *