Posted inଜାତୀୟ

ଜୁହୁ ବିମାନ ବନ୍ଦର ରନ୍‌ଓ୍ବେରେ ଖେଳିଲା ମାଗୁର ମାଛ: ଭିଡ଼ିଓ ଭାଇରାଲ

ମୁମ୍ବାଇ,୨।୭: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇର ଅନେକ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି। ଜୁହୁ ବିମାନ ବନ୍ଦରରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବିମାନ ବନ୍ଦର ରନ୍‌ଓ୍ବେରେ ବର୍ଷା ଜଳ ଜମି ରହିବାରୁ ଏଠାରେ ମାଛ ଖେଳୁଥିବା କୁହାଯାଉଛି। ରନ୍‌ଓ୍ବେରେ ଏକ ତିନି ଫୁଟ ଲମ୍ବ ମାଗୁର ମାଛ ଖେଲୁଥିବା ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଶିବ ଅରୁର୍‌ ନାମକ ଜଣେ ବ୍ୟକ୍ତି ତାଙ୍କ ଟୁଇଟର ଆକାଉଣ୍ଟ୍‌ରେ ଏହି ଭିଡ଼ିଓ ଅପଲୋଡ୍‌ କରିଛନ୍ତି। ଭିଡ଼ିଓ ଭାଇରାଲ ହେବା ପରେ ବିମାନବନ୍ଦର କର୍ମଚାରୀ ରନ୍‌ଓ୍ବେକୁ ସଫା କରିବ ସହିତ ମାଛକୁ ଧରି ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ରଖିଛନ୍ତି। ଜୁହୁ ବିମାନ ବନ୍ଦରର ଗୋଟିଏ ପଟେ ହ୍ରଦ ଥିବାବେଳେ ଅନ୍ୟ ପଟେ ନାଳ ରହିଛି। ରନ୍‌ଓ୍ବେରେ ବର୍ଷା ଜଳ ଜମି ରହିବାରୁ ହ୍ରଦ ଓ ନାଳରୁ ମାଛ ଆସିଥିବା କୁହାଯାଉଛି। ୨୬ ସେକେଣ୍ଡର ଏହି ଭିଡ଼ିଓଟି ଜୁନ୍‌ ୨୯ରେ ଅପଲୋଡ୍‌ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଦଙ୍ଗା ସମୟରେ ଶାହା ଥିଲେ କେଉଁଠି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୧।୩: ଦିଲ୍ଲୀରେ ଦଙ୍ଗା ଜାରି ରହିଥିବା ସମୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେଉଁଠି ଥିଲେ ବୋଲି ଲୋକ ସଭାରେ କଂଗ୍ରେସ ସଦସ୍ୟ ଅଧିର ରଞ୍ଜନ ଚୌଧୁରୀ...

ସାଇକେଲ ଚାଳକ ହେବାର ସ୍ବପ୍ନ ଦେଖିଥିଲେ, ଏମିତି ଉପହାର ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଣେ ସ୍କୁଲ ଛାତ୍ରଙ୍କୁ ରେସିଂ ସାଇକେଲ ଦେଇଛନ୍ତି। ରିୟାଜ୍‌ ନାମକ ଜଣେ ସ୍କୁଲ ଛାତ୍ର ସାଇକେଲିଷ୍ଟ ହେବାକୁ ସ୍ବପ୍ନ ଦେଖିଥିଲେ।...

ଫସିଲେ କେଜରିଓ୍ବାଲ: ଟିକେଟ ନମ୍ବର ୪୫

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ନାମାଙ୍କନ ଦାଖଲ କରିବାକୁ ଜାମନଗର ହାଉସ ପହଞ୍ଚିବା ପରେ ଏବେ ଫସି ଯାଇଛନ୍ତି। କାହିଁକିନା ସେଠାରେ ତାଙ୍କୁ...

ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ନିଆଁ

ମୁମ୍ବାଇ,୯।୧୦: ମୁମ୍ବାଇର ଏକ ଲୋକାଲ୍‌ ଟ୍ରେନ୍‌ରେ ବୁଧବାର ସକାଳେ ନିଆଁ ଲାଗି ଯାଇଥିବା ଜଣାପଡିଛି। ପନବେଲ ଯାଉଥିବା ଏହି ଟ୍ରେନ୍‌ରେ ଓ୍ବାସି ରେଲଓ୍ବେ ଷ୍ଟେଶନରେ ନିଆ...

ଆସାମରେ ଏକାଧିକ ଭୂସ୍ଖଳନ: ମାଟିତଳେ ଚାପିହୋଇ ୨୦ ଲୋକଙ୍କ ଜୀବନ ଗଲା

ଗୁଆହାଟି, ୨।୬: ଲଗାତାର ବର୍ଷା ଯୋଗୁ ଆସାମର ଏକାଧିକ ସ୍ଥାନରେ ମଙ୍ଗଳବାର ଭୂସ୍ଖଳନ ଘଟିଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କେତେକ ଆହତ ହୋଇଛନ୍ତି।...

ଅବୁ ସାଲେମ ମାମଲାରେ କେନ୍ଦ୍ର ସରକାରଙ୍କୁ ଶେଷ ସୁଯୋଗ…

ନୂଆଦିଲ୍ଲୀ, ୧୨।୪ : ମୁମ୍ବାଇ ସିରିଏଲ୍‌ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଅବୁ ସାଲେମଙ୍କ ମାମଲାକୁ ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପକ୍ଷରୁ ଶେଷ ସୁଯୋଗ...

୩ ମାସ ପର୍ଯ୍ୟନ୍ତ ଘରଭଡା ଆଦାୟ କରିବେନି ମାଲିକ

ମୁମ୍ବାଇ,୧୭।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଅନେକ ଲୋକଙ୍କ ଜୀବନଜୀବିକା ଉପରେ ଏହା ପ୍ରଭାବ ପକାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର...

ହିଂସା ପାଇଁ ପରସ୍ପରକୁ ଦାୟୀ କଲେ ଭାଜପା- ଟିଏମ୍‌ସି

କୋଲକାତା,୧୧।୪: ପଶ୍ଚିମବଙ୍ଗ କୁଚବିହାର ହିଂସାକୁ ନେଇ ଭାଜପା- ଟିଏମ୍‌ସି ମୁହାଁମୁହିଁ। ଯବାନଙ୍କ ଗୁଳିରେ ୪ ଜଣଙ୍କ ମୃତ୍ୟୁକୁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ନରସଂହାର ବୋଲି...

Advertisement
Archives

Model This Week