Posted inଜାତୀୟ

ଜୁଳୁଜୁଳିଆ ପୋକ ଦେଉଛି ପେଟକୁ ଦାନା

ପୁଣେ,୨୬।୬: ଲୋକେ ରାତିରେ ଘରେ ବସି ଟିଭି ଅଥବା ମୋବାଇଲ୍‌ରେ ବ୍ୟସ୍ତ ଥିବାବେଳେ ପୁଣେର ରାଜମାଛି ଅଞ୍ଚଳର ଗ୍ରାମବାସୀ ପ୍ରାକୃତିକ ଲାଇଟ୍‌ ଶୋ’ ଆୟୋଜନ କରିଥାନ୍ତି। ଏଠାକାର କେତେକ ଗାଁରେ ଅନ୍ଧାର ହେଲେ ଅସଂଖ୍ୟ ଜୁଳୁଜୁଳିଆ ପୋକ ଉଡ଼ିବୁଲନ୍ତି। ସେମାନଙ୍କୁ ଦେଖିବା ପାଇଁ ଦେଶ ତଥା ବିଦେଶ ବର୍ଷସାରା ପର୍ଯ୍ୟଟକଙ୍କ ଆସିଥାନ୍ତି। ଏହାଯୋଗୁ ଗାଁ ଲୋକଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇପାରିଛି। କିଛି ଗ୍ରାମବାସୀ ସେମାନଙ୍କ ଘର ଛାତ ଉପରେ ପର୍ଯ୍ୟଟକଙ୍କୁ ବସାଇ ଜୁଳୁଜୁଳିଆ ପୋକ ଉଡ଼ିବୁଲୁଥିବାର ସୁନ୍ଦର ଦୃଶ୍ୟ ଦେଖାଇଥାନ୍ତି। ଏଥିପାଇଁ ସେମାନେ ପର୍ଯ୍ୟଟକଙ୍କଠାରୁ ଟଙ୍କା ମଧ୍ୟ ନେଇଥାନ୍ତି। ଧୀରେ ଧୀରେ ବାଜୁଥିବା ମ୍ୟଜିକ୍‌ର ତାଳେତାଳେ ଜୁଳୁଜୁଳିଆ ପୋକଙ୍କ ଉଡ଼ିବୁଲୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ମୋହିତ କରିଥାଏ। ଉଧଓ୍ବୋଡ଼ି, ଲୋନାଭିଲା, ଭଣ୍ଡାରଦରା, ଭୀମାଶଙ୍କର, ରାଧାନଗରୀ ଆଦି ଅଞ୍ଚଳରେ ଥିବା ଗାଁଗୁଡ଼ିକର ଆର୍ଥିକ ବିକାଶ ଜୁଳୁଜୁଳିଆ ପୋକ ଯୋଗୁ ହୋଇପାରିଥିବା ଗ୍ରାମବାସୀ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ୧୦ ମିନିଟ୍‌ ବିଳମ୍ବରେ ପହଞ୍ଚିବାରୁ ନିସ୍ତୁକ ପିଟିଲେ ଶିକ୍ଷକ: ଭିଡ଼ିଓ ଭାଇରାଲ

ଡୋଡା,୨୦।୬: ଜମ୍ମୁ-କଶ୍ମୀର ଡୋଡା ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଗୁଜର ବଖେରଓ୍ବାଲ ବାଳକ ଛାତ୍ରାବାସର ଛାତ୍ରମାନେ ୧୦ ମିନିଟ୍‌ ବିଳମ୍ବରେ ସ୍କୁଲରେ...

କହୁକହୁ କହିଦେଲେ ସତ: କମଳନାଥଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିଲେ ମୋଦି

ଇନ୍ଦୋର,୧୭।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାଚ୍ୟୁତ କରିଥିଲେ। ଏସମ୍ପର୍କରେ ଭାଜପା ମହାସଚିବ କୈଳାଶ ବିଜୟଭର୍ଗିୟ କହିଛନ୍ତି। ଇନ୍ଦୋରଠାରେ ଏକ...

ଭାଜପା ପାଇଁ ବଢିଲା ଅଡୁଆ

ଚଣ୍ଡିଗଡ,୧୮।୧୨: ପଞ୍ଜାବ ଏବଂ ହରିୟାଣା ସମେତ ଅନେକ ରାଜ୍ୟର କୃଷକମାନେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର...

ଭୋପାଳ ରାଜଭବନକୁ ପହଞ୍ଚିଲା କରୋନା

ଭୋପାଳ,୨୫।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସୋମବାର ୨୪ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସହରର ହଟସ୍ପଟ ଜୋନ କରୋନା ସଂକ୍ରମଣର ଶିକାର...

ଫେସ୍‌ବୁକ୍‌କୁ ନେଇ ବଢୁଛି ବିବାଦ

ନୂଆଦିଲ୍ଲୀ, ୩୦।୮: ଭାଜପା ନେତାମାନଙ୍କ ଘୃଣା ଉଦ୍ରେକକାରୀ ଭାଷଣକୁ ରୋକିବାରେ ଫେସ୍‌ବୁକ୍‌ ଇଣ୍ଡିଆର ପାତରଅନ୍ତର ନୀତି ବିରୋଧରେ ଉକ୍ତ ସଂସ୍ଥା କ’ଣ ପଦକ୍ଷେପ ନେଇଛି, ତାହା...

ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଲେ ବୋବଡେ

ନୂଆଦିଲ୍ଲୀ,୧୮।୧୧: ସୋମବାର ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ୬୩ ବୟସ୍କ ଶରଦ ଅରବିନ୍ଦ ବୋବଡେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ...

ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ: ପାକିସ୍ତାନ କରୁଛି ଚୋରା ନିଶାଦ୍ରବ୍ୟ କାରବାର

ନୂଆଦିଲ୍ଲୀ,୧୪।୭: ଭାରତରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ପାକିସ୍ତାନ ଏବେ ଚୋରା ନିଶାଦ୍ରବ୍ୟ କାରବାର କରୁଛି। ବିଗତ ଦିନରେ ସୀମାପାରରୁ ଆସୁଥିବା ବିପୁଳ...

ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆକ୍ରମଣ

ନୂଆଦିଲ୍ଲୀ,୨୪ା୪: ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆକ୍ରମଣ ହୋଇଛି। ଅର୍ଣ୍ଣବ ଓ ତାଙ୍କ ସ୍ତ୍ରୀ କାର୍‌ ଯୋଗେ ସେମାନଙ୍କର ଓ୍ବର୍ଲି ବାସଭବନକୁ ଫେରୁଥିବାବେଳେ...

Advertisement


Archives

Model This Week

Why Dharitri