ଜୁଲାଇ ୩ରେ ଶ୍ରମିକ ସଙ୍ଗଠନର ଧର୍ମଘଟ ଡାକରା

ନୂଆଦିଲ୍ଲୀ,୬।୬: ଇଣ୍ଡିଆନ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଆଇଏନ୍‌ଟିୟୁସି) ଏବଂ ସେଣ୍ଟର ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ୍ସ(ସିଆଇଟିୟୁ) ସମେତ ୧୦ ଶ୍ରମିକ ସଙ୍ଗଠନ ଜୁଲାଇ ୩ରେ ଧର୍ମଘଟ ଡାକରା ଦେଇଛନ୍ତି। ଶ୍ରମିକ ସଙ୍ଗଠନଗୁଡିକ ସହ ଏହାର ଅନୁବନ୍ଧିତ ସଙ୍ଗଠନଗୁଡିକ ଧର୍ମଘଟକୁ ଓହ୍ଲାଇବା ସହ ଏହାକୁ ସଫଳ କରାଇବା ଲାଗି କୁହାଯାଇଛି ବୋଲି ଏକ ବିବୃତିରେ ସୂଚନା ରହିଛି। ଏହିଦିନଟିକୁ ସଙ୍ଗଠନଗୁଡିକ ପ୍ରତିବାଦ ଦିବସ ଭାବେ ପାଳନ କରିବେ। ଅନ୍ୟ ସଙ୍ଗଠନଗୁଡିକ ମଧ୍ୟରେ ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ଏଆଇୟୁଟିୟୁସି, ଟିୟୁସିସି, ଏଆଇସିସିଟିୟୁ, ଏସ୍‌ଇଡବ୍ଲ୍ୟୁଏ, ଏଲ୍‌ପିଏଫ୍‌ ଏବଂ ୟୁଟିୟୁସି ରହିଛି। ଶ୍ରମ ଏବଂ ଶ୍ରମିକଙ୍କ ଅଧିକାର, ଛଟେଇ, ନିଯୁକ୍ତି ହ୍ରାସ, ମଜୁରି, ଚାକିରି ନିରାପତ୍ତା ଏବଂ ପ୍ରବାସୀ ଶ୍ରମିକ ଭଳି ୧୨ ଦଫା ଦାବି ସଙ୍ଗଠନଗୁଡିକ ରଖିଛନ୍ତି। ବର୍ତ୍ତମାନ ୧୪ କୋଟି ଚାକିରି ଚାଲିଯାଇଥିବା ବେଳେ ୨୪ କୋଟିଙ୍କ ଜୀବିକା କ୍ଷତିଗ୍ରସ୍ତ ହୋଇଛି। ସରକାର ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଏକ ଧୂଆଁବାଣ ଏବଂ ଅସୁବିଧା ସମୟରେ ପରିହାସ ବୋଲି ସଙ୍ଗଠନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ ଘରୋଇ ଟ୍ରେନ ଚଳାଇବାକୁ ଯୋଜନା

ନୂଆଦିଲ୍ଲୀ,୨୩-୯: ଆଗାମୀ ଦିନରେ ରେଳଯାତ୍ରୀମାନେ ଘରୋଇ ଟ୍ରେନରେ ଆରାମଦାୟକ ଯାତ୍ରାର ମଜା ଉଠାଇପାରିବେ। ଏହି ଟ୍ରେନଗୁଡ଼ିକ ଅତ୍ୟାଧୁନିକ ହେବା ସହ ଆରାମ୍‌ ଦୃଷ୍ଟିରୁ ବିଶ୍ୱସ୍ତରୀୟ ହେବ।...

ଜି-୨୦ ଦେଶ ମଧ୍ୟରେ ଭାରତର ସ୍ଥିତି ଉନ୍ନତ

ନୂଆଦିଲ୍ଲୀ,୧୮।୪: ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍‌-୧୯ ଏହାର କାୟାବିସ୍ତାର କରିଛି। ଲକ୍‌ଡାଉନ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ଅର୍ଥ ବ୍ୟବସ୍ଥାକୁ...

ଚାହିଦା ଫେରାଇ ଆଣିବା ଲାଗି ଅଭିଜିତଙ୍କ ମନ୍ତ୍ର

ନୂଆଦିଲ୍ଲୀ,୬।୫: ଚାହିଦା ଫେରାଇ ଆଣିବା ଲାଗି ଭାରତ ପର୍ଯ୍ୟାପ୍ତ ପରିମାଣର ଆର୍ଥତ୍କ ପ୍ୟାକେଜ ପ୍ରଦାନ କରୁ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି।...

ସମ୍ପୂର୍ଣ୍ଣ ବୁକିଂ ଅର୍ଥ ରିଫଣ୍ଡ କରିବେ ବିମାନ କମ୍ପାନୀ

ନୂଆଦିଲ୍ଲୀ,୧୭।୪ : ଦୁଇଟି ପର୍ଯ୍ୟାୟରେ ଏବେ ଲକ୍‌ଡାଉନ ମେ ମାସ ୩ ଯାଏ ବଢ଼ିଛି। ୨୫ ମାର୍ଚ୍ଚରୁ ୧୪ ଏପ୍ରିଲ ଯାଏ ବୁକିଂ ହୋଇଥିବା ଟିକେଟର...

ସଂସ୍କାର ଧାରାରୁ ଫାଇଦା ମିଳିବ:ମୋଦି

ନୂଆଦିଲ୍ଲୀ,୩।୬: ଭାରତ ନିଶ୍ଚିତ ପକ୍ଷେ ଏହାର ଅଭିବୃଦ୍ଧି ପଥକୁ ଫେରିବ। ଲକ୍‌ଡାଉନ ସମୟରେ ସରକାର ଯେଉଁ ସଂସ୍କାର ଧାରା ଗ୍ରହଣ କରିଛନ୍ତି ତା’ର ଲାଭ ଅର୍ଥ...

ଜେଇଇ ଆଡଭାନ୍ସରେ ଆକାଶ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୧୫-୬:ଚଳିତ ବର୍ଷର ଜେଇଇ ଆଡଭାନ୍ସରେ ଆକାଶ କୋଚିଂ ପ୍ରତିଷ୍ଠାନର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ର଼୍ୟାଙ୍କ ୫୧ ସହ ପ୍ରତିଷ୍ଠାନର ଛାତ୍ର ସାୟନ୍ତନ ଧର...

୨୦ରେ ହାଲଓ୍ବା ସେରିମନି

ନୂଆଦିଲ୍ଲୀ,୧୯-୧: ଚଳିତ ମାସ ୨୦ ତାରିଖରେ ହାଲଓ୍ବା ସେରିମନି ଅନୁଷ୍ଠିତ ହେବ। ପ୍ରଥା ଅନୁସାରେ ଏହି ଦିନ ବଜେଟ ଦସ୍ତାବିଜ ପ୍ରିଣ୍ଟ ଆରମ୍ଭ ହୋଇଥାଏ। ଫେବୃୟାରୀ...

ଗୁଗଲ ପେ ପେମେଣ୍ଟ ସିଷ୍ଟମ ଅପରେଟର ନୁହେଁ

ନୂଆଦିଲ୍ଲୀ,୨୦।୬:ଗୁଗଲ ପେ ତୃତୀୟ ପକ୍ଷ ଆପ୍‌ ପ୍ରୋଭାଇଡର କିମ୍ବା କୌଣସି ପେମେଣ୍ଟ ସିଷ୍ଟମ ପରିଚାଳନା କରୁନାହିଁ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି...

Coronavirus Update


Archives

Model This Week

Why Dharitri