ଜୁଲାଇ-ସେପ୍ଟେମ୍ବର ଜିଡିପି ନମ୍ବର ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ,୧୩-୧୧: ନଭେମ୍ବର ୨୯ରେ ଜିଡିପି ତଥ୍ୟ ସମ୍ପର୍କରେ ଘୋଷଣା ହେବ। ଭାରତର ଜିଡିପି ୬ ବର୍ଷର ସବୁଠାରୁ ନିମ୍ନ ସ୍ତରରେ ଥିବାରୁ ଏହି ଘୋଷଣା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସିଙ୍ଗାପୁର ଭିତ୍ତିକ ଡିବିଏସ୍‌ ବ୍ୟାଙ୍କ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଡିଡିପି ଅଭିବୃଦ୍ଧି ଆଶାନୁରୂପକ ନ ହେଲେ ଏହାର ପ୍ରଭାବ ବଜାର ଉପରେ ପଡିବ। ଫଳରେ ଟଙ୍କା ମୂଲ୍ୟ ପ୍ରଭାବିତ ହେବା ସହ ଡଲାର ଶକ୍ତିଶାଳି ହେବ। ଗତ ୨ ମାସ ହେବ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୦.୧ରୁ ୭୧.୫ ଟଙ୍କା ସ୍ତରରେ ରହିଛି। ଜିଡିପି ନମ୍ବର ଠିକ ନ ହେଲେ ଏହା ବଢିପାରେ ବୋଲି ଡିବିଏସ୍‌ ପ୍ରକାଶ କରିଛି। ସେପ୍ଟେମ୍ବରରେ ଦେଶର ଶିଳ୍ପ ଉତ୍ପାଦନ ୪.୩% ଖସିଛି। ଅଗଷ୍ଟରେ ଏଥିରେ ୧.୪% ହ୍ରାସ ଘଟିଥିବା ନିକଟରେ ରିପୋର୍ଟ ସାମ୍ନାକୁ ଆସିଛି। ଏହି ସମୟରେ କ୍ୟାପିଟାଲ ଗୁଡସ, କଞ୍ଜ୍ୟୁମର ଡ୍ୟୁରେବଲ୍ସ, ଭିତ୍ତିଭୂମି ଏବଂ ନିର୍ମାଣ କ୍ଷେତ୍ର କାର୍ଯ୍ୟକଳାପ ଗଭୀର ଭାବେ ପ୍ରଭାବିତ ହୋଇଛି। କ୍ୟାପିଟାଲ ଗୁଡ୍‌ସ କ୍ଷେତ୍ରରେ ୪.୭% ହ୍ରାସ ଘଟିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସ ଜିଡିପି ଅଭିବୃଦ୍ଧି ୫%କୁ ଖସିବ ବୋଲି ଏହା ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଉସିଂ ଫାଇନାନ୍ସ କମ୍ପାନୀ ସହ ଏସ୍‌ବିଆଇର ସହଭାଗିତା

ମୁମ୍ବାଇ,୨୭।୩: ଗୃହଋଣ ପହଞ୍ଚୁ ନ ଥିବା କିମ୍ବା ଅଭାବ ରହୁଥିବା କ୍ଷେତ୍ର ପାଇଁ ଆବଶ୍ୟକ ଗୃହଋଣ ମଞ୍ଜୁର କରିବା ନିମନ୍ତେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ...

ସିସିଡିର ନେତୃତ୍ୱ ନେବେ ସିଦ୍ଧାର୍ଥଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୩-୮: କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଆକଷ୍ମିକ ମୃତ୍ୟୁ ପରେ ଏହାର ନେତୃତ୍ୱ କିଏ ନେବ ବୋଲି ସାଧାରଣରେ ପ୍ରଶ୍ନ ଆସିଛି। ତେବେ ମିଡିଆ...

ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଛନ୍ତି ୮ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ,୧୪।୫- ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା...

୪ ଗୁଣ ବଢ଼ିଲା ବିଟ୍‌ କଏନ ଟ୍ରେଡ୍‌

ନୂଆଦିଲ୍ଲୀ: ଭର୍ଚୁଆଲ କରେନ୍ସି ବିଟ୍‌ କଏନ କାରବାର ଭାରତରେ ଏବେ ଲଗାତର ବଢୁଛି। ଟେସ୍‌ଲା କମ୍ପାନୀର ମୁଖ୍ୟ ଏଲନ୍‌ ମସ୍କ ବିଟ୍‌ କଏନରେ ଦେଢ଼ ଶହ...

ଅଭିବୃଦ୍ଧି ଇଞ୍ଜିନର ମୁଖ୍ୟ ଚକା ଜାମ୍‌

ନୂଆଦିଲ୍ଲୀ,୩୦।୫: କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ ଦେଶର ଅଭିବୃଦ୍ଧିକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ଘରୋଇ ବଜାରର ଅଭିବୃଦ୍ଧି ଲାଗି ପ୍ରମୁଖ ଯୋଗଦାନ ରଖୁଥିବା ସେବା...

ଗ୍ରାମୀଣ ଅର୍ଥ ବ୍ୟବସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ

  ନୂଆଦିଲ୍ଲୀ,୨୫।୪: ଦେଶର ମୋଟ୍‌ ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ଗ୍ରାମାଞ୍ଚଳରେ ଦୁଇତୃତୀୟାଂଶ ଲୋକ ବସବାସ କରୁଛନ୍ତି। ୨୦୧୬ର ବିମୁଦ୍ରୀକରଣ, ମରୁଡ଼ି ସମେତ ଅନ୍ୟ ସମସ୍ୟା...

ଫ୍ୟୁଚର ରିଟେଲରୁ ତୋଷନୀଓ୍ବାଲଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୫।୫: ଋଣଭାରରେ ବୁଡ଼ି ରହିଥିବା ଫ୍ୟୁଚର ରିଟେଲ ଗ୍ରୁପ୍‌ର ମୁଖ୍ୟ ବିତ୍ତୀୟ ଅଧିକାରୀ (ସିଏଫ୍‌ଓ) ସି.ପି. ତୋଷନୀଓ୍ବାଲ କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ମେ’...

ପୂର୍ବାଞ୍ଚଳର ଶକ୍ତି ଉତ୍ପାଦନ ୮% ବୃଦ୍ଧି

କୋଲକାତା,୧୮ା୧୦: ଚଳିତ ଆର୍ଥତ୍କ ବର୍ଷ ଅକ୍ଟୋବର ସୁଦ୍ଧା ଦେଶର ପୂର୍ବ ଭାଗରେ ଶକ୍ତି ଉତ୍ପାଦନ ୮.୪୮% ଅଭିବୃଦ୍ଧି ଘଟିଛି। ଅପରପକ୍ଷରେ ଅନ୍ୟ ପ୍ରାନ୍ତଗୁଡ଼ିକରେ ଶକ୍ତି ଉତ୍ପାଦନ ୫%କମିଥିବା...

Advertisement
Archives

Model This Week