ଜୁଲାଇରେ ଗାଡ଼ି ବିକ୍ରି ୧୯ବର୍ଷର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୪-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ ବଢ଼ିଚାଲିଛି। ଏହା କେବେ ରୋକିବ କେହି କହିପାରୁନାହାନ୍ତି। ଏହାରି ଭିତରେ ଜୁଲାଇରେ ଗାଡ଼ି ବିକ୍ରି ୧୯ ବର୍ଷର ସର୍ବନିମ୍ନ ସ୍ତର ୧୮.୭୧ ପ୍ରତିଶତକୁ ହ୍ରାସ ପାଇଛି। ଫଳରେ ଗତ ୩ ମାସ ମଧ୍ୟରେ ୧୫ ହଜାର କର୍ମଚାରୀ ନିଯୁକ୍ତି ହରାଇଛନ୍ତି ବୋଲି ଅଟୋ ନିର୍ମାତା ସଂଘ ସିଆମ୍‌ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ସଂଘ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ପାସେଞ୍ଜର ଓ ଦୁଇଚକିଆ ଗାଡ଼ି ସମେତ ସମସ୍ତ ବର୍ଗରେ ଜୁଲାଇରେ ୧୮,୨୫,୧୪୮ ଗାଡ଼ି ବିକ୍ରି ହୋଇଛି। ପୂର୍ବବର୍ଷ ଜୁଲାଇରେ ୨୨,୪୫,୨୨୩ ୟୁନିଟ ଗାଡ଼ି ବିକ୍ରି ହୋଇଥିଲା। ୨୦୦୦ ଡିସେମ୍ବରରେ ଶେଷ ଥର ପାଇଁ ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ଥାର ପ୍ରଭାବ ପଡିଥିଲା ଏବଂ ସେତେବେଳେ ବିକ୍ରି ସର୍ବାଧିକ ୨୧.୮୧ ପ୍ରତିଶତ ହ୍ରାସ ପାଇଥିଲା। ସେହିପରି ଘରୋଇ ପାସେଞ୍ଜର ଗାଡ଼ି ବିକ୍ରି ୧୯ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଜୁଲାଇରେ ପାସେଞ୍ଜର ଗାଡ଼ି ବିକ୍ରି ୩୦.୯୮ ପ୍ରତିଶତ ହ୍ରାସ ପାଇ ୨,୦୦,୭୯୦ ୟୁନିଟ ହୋଇଛି, ଯାହା କି ପୂର୍ବବର୍ଷ ୨,୯୦,୯୩୧ ଥିଲା। ସେହିଭଳି ଗତମାସରେ ଦୁଇଚକିଆ ଯାନ ବିକ୍ରି ୧୬.୮୨% ହ୍ରାସ ପାଇ ୧୫,୧୧,୬୯୨ ୟୁନିଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ-ପାନୀୟ ସାମଗ୍ରୀ ଠାରୁ ଦେଶରେ ବଡୁଛି ଶିକ୍ଷା ପାଇଁ ଖର୍ଚ୍ଚ, ରିପୋର୍ଟରେ ନୂଆ ଖୁଲାସା

ନୂଆଦିଲ୍ଲୀ,୧୨।୯: ଶିକ୍ଷା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣେ ବୋଲି କେହି ଅସ୍ବୀକାର କରିପାରିବେ ନାହିଁ। ଏହାର କାରଣ ହେଉଛି ଭାରତୟମାନେ ଶିକ୍ଷା କ୍ଷେତ୍ରରେ ଭଲ ପୁଞ୍ଜି...

ଚିଲିକାରେ ମାଛ ଉପତ୍ାଦନ ବଢ଼ୁଛି: ଚିଙ୍ଗୁଡ଼ି , କଙ୍କଡ଼ା କମୁଛି

ଭୁବନେଶ୍ୱର,୧୨।୯ (ଅନୁରାଧା ମହାରଣା): ଚିଲିକାରୁ ଉପତ୍ାଦିତ ହେଉଥିବା ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାର ଚାହିଦା ରାଜ୍ୟରୁ ଆରମ୍ଭକରି ସମଗ୍ର ଦେଶ ତଥା ବିଦେଶରେ ମଧ୍ୟ ରହିଛି।...

ବଜାରରେ ସ୍କୋଡାର ଅଲ୍‌ ନ୍ୟୁ ମଣ୍ଟେ କାର୍ଲୋ

ଭୁବନେଶ୍ୱର,୧୨।୯ (ଅଭୟ ଦାଶ): ସ୍କୋଡା ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ସ୍କୋଡା ମଣ୍ଟେ କାର୍ଲୋର ଅନାବରଣ ସର୍ବଭାରତୀୟ ସ୍ତରରେ...

‘ବିଶ୍ୱର ପ୍ରତ୍ୟେକ ଡିଭାଇସ୍‌ରେ ଭାରତ ନିର୍ମିତ ଚିପ୍‌ ରହିବା ଆମର ସ୍ବପ୍ନ’

ନୂଆଦିଲ୍ଲୀ, ୧୨।୯(ଅଭୟ ଦାଶ): ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋଜିଶନ ମାର୍ଟ ଲିମିଟେଡ୍‌ଠାରେ ଏକ ୩ ଦିନିଆ ସମ୍ମିଳନୀ ‘ସେମିକନ୍‌...

ଓଲା ଶୋ’ରୁମ୍ ରେ ନିଆଁ ଲଗାଇଦେଲେ ଅସନ୍ତୁଷ୍ଟ ଗ୍ରାହକ

ବେଙ୍ଗାଲୁରୁ,୧୧।୯: ଓଲା ଇଲେକ୍ଟ୍ରିକ୍‌ ଶୋ’ରୁମ୍ ରେ ନିଆଁ ଲଗାଇ ଦେଲେ ଅସନ୍ତୁଷ୍ଟ ଗ୍ରାହକ। ନିକଟରେ କିଣିଥିବା ଇ-ସ୍କୁଟରର ସେବାରେ ଅସନ୍ତୁଷ୍ଟ ହୋଇ ବୁଧବାର ୨୬ ବର୍ଷୀୟ...

‘ହକିର ଗ୍ଲୋବାଲ ହବ୍‌ରେ ପରିଣତ ହୋଇଛି ଓଡ଼ିଶା’

ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସଭାପତି ତୟାବ ଇକ୍ରାମ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏଠାରେ ସାକ୍ଷାତ କରିଛନ୍ତି।...

ଡେଭିଡ୍‌ ବେଦାନ୍ତ କୋଲ୍‌ ମାଇନ୍ସର ନୂଆ ସିଇଓ

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ବେଦାନ୍ତ କୋଲ୍‌ ମାଇନ୍ସର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ଟିପିସିଓଡିଏଲ୍‌କୁ ନୂତନ ମାନ୍ୟତା

ଭୁବନେଶ୍ୱର,୧୧।୯ (ଅଭୟ ଦାଶ): ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟି ପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)କୁ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri