ଜୁନ୍‌-୧୫ ପରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଜାରି ନେଇ ଚର୍ଚ୍ଚା: ମିଥ୍ୟା ବୋଲି ସୂଚନା ଦେଲା ପିଆଇବି

ନୂଆଦିଲ୍ଲୀ, ୧୧।୬: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏପରିସ୍ଥଳେ କେତେକ ଗୁଜବ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଉଛି। ସେଭଳି ଏକ ଖବରକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ କୁହାଯାଇଛି ଯେ, ଜୁନ୍‌ ୧୫ ପରେ ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରିି ହେବ। ତେବେ ଏହା ମିଥ୍ୟା ବୋଲି ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ପରେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଏବେ ଅନ୍‌ଲକ୍‌ ଆରମ୍ଭ ହୋଇଛି। କିନ୍ତୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ କେତେକ ଏଭଳି ମିଥ୍ୟ ତଥ୍ୟ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଉଥିବା ପିଆଇବି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋପାଳ ଡଙ୍ଗା ବୁଡ଼ି ଦୁର୍ଘଟଣା: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୮ଜୀବନ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଶୁକ୍ରବାର ଗଣପତିଙ୍କ ବିସର୍ଜନ ସମୟରେ ଏକ ଦୁର୍ଘଟଣା ଘଟିଛି। ନଦୀରେ ବୁଡ଼ି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା...

ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

ଏନ୍‌ବିଏ ଖେଳାଳି ପୂରା ଦରମା ପାଇବେ

ଓ୍ବାଶିଂଟନ,୧୦।୪ (ଏଏଫପି): କୋଭିଡ-୧୯ ମହାମାରୀ ସତ୍ତ୍ୱେ ଏନ୍‌ବିଏ ଖେଳାଳିମାନେ ଏପ୍ରିଲ ୧୫ ତାରିଖରେ ପୂରା ପାଉଣା ପାଇବେ ବୋଲି ଆମେରିକୀୟ ଗଣମାଧ୍ୟମଗୁଡିକ ସୂଚନା ଦେଇଛନ୍ତି। ତେବେ...

ଭାରତୀୟ ସେନାରୁ ବିଦାୟ ନେବ ଘୋଡ଼ାସବାର ବାହିନୀ

ନୂଆଦିଲ୍ଲୀ,୧୬।୫: ଭାରତୀୟ ସେନାରୁ ଘୋଡ଼ାସବାର ବାହିନୀକୁ ଖୁବ୍‌ଶୀଘ୍ର ବିଦାୟ ଦିଆଯିବ। ଏହାବଦଳରେ ଟ୍ୟାଙ୍କର ବ୍ୟବହାର କରାଯିବ। ସେନାରେ ୬୧ ଘୋଡ଼ାସବାର ବାହିନୀ ୧୯୫୩ରୁ କାର୍ଯ୍ୟ କରୁଛି।...

ପୁଣି ଆଇସୋଲେଶନ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ରାଜ୍ୟକୁ ପୁଣି ଫେରିଛି କୋଭିଡ୍‌ କଟକଣା ‘ହୋମ୍‌ ଆଇସୋଲେଶନ’ ପ୍ରକ୍ରିୟା। ୧୧ ରାଜ୍ୟ ଏବଂ ଚଣ୍ଡିଗଡ଼ରୁ ଫେରୁଥିବା ପ୍ରବାସୀଙ୍କ ଲାଗି ଏହି କଟକଣା...

କରୋନା ପାଇଁ ମରିଗଲା ମାନବିକତା: ଗାଁ ଦାଣ୍ଡରେ ୮ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

ଜଗନ୍ନାଥ ପ୍ରସାଦ, ୩।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚଭୂତି ଗୌଡ଼ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ...

ଚାଷୀଙ୍କ ଉପରେ ମାଡ଼ିଗଲା କେନ୍ଦ୍ର ମନ୍ତ୍ରୀଙ୍କ ପୁଅର କାର; ୮ ମୃତ

ଲକ୍ଷ୍ନୌ, ୩।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାର ଟିକୁନିଆରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗସ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ...

ଚାଲି ଚାଲି ଯାଉଥିଲେ ୨ ଯୁବକ: ଉଠାଇନେଇ କ୍ୱାରାଣ୍ଟାଇନ୍‌ରେ ଭର୍ତ୍ତିକଲା ଗଞ୍ଜାମ ପୋଲିସ

ଗଞ୍ଜାମ,୧୧।୪(ଡି.ଏନ୍‌.ଏ.): ବ୍ୟାଗ ଧରି ବ୍ରହ୍ମପୁରରୁ ଭୁବନେଶ୍ୱର ଚାଲି ଚାଲି ଯାଉଥିବା ଦୁଇ ଯୁବକଙ୍କୁ ଶନିବାର ଗଞ୍ଜାମ ପୋଲିସ କାବୁକରି କ୍ୱାରାଣ୍ଟାଇନ୍‌ରେ ଭର୍ତ୍ତି କରିଛି। ଉଭୟ ଯୁବକ...

Advertisement
Archives

Model This Week