Posted inରାଜ୍ୟ

ଜୁନ୍‌ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୬(ବ୍ୟୁରୋ): କରୋନା ଯୁଦ୍ଧରେ ବିଜୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। କରୋନା ବିରୋଧରେ ଲଢ଼େଇ ଲମ୍ବା ଲଢ଼େଇ। ଲକ୍‌ଡାଉନ୍‌ କୋହଳ ଅର୍ଥ ନୁହେଁ କରୋନା ଚାଲିଯାଇଛି। ଜୁନ୍‌ ମାସ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଆଗକୁ ମୌସୁମୀ ବର୍ଷା ଆସିଯିବ। ତେଣୁ ଏହି ମାସରେ ଥଣ୍ଡା ଓ କାଶ ବଢ଼ିବ। ଏଥିପାଇଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଆଦି ଜାରି କରାଯାଇଛି। ୧୧ଟି ଜିଲାରେ ସପ୍ତାହରେ ୨ ଦିନ ଶଟ୍‌ଡାଉନ୍‌ ହେବ। ଏହିପରି ମାସରେ ୮ଦିନ ଶଟ୍‌ଡାଉନ ରହିବ। ରାତି ୭ଟାରୁ ଭୋର ୫ଟା ଯାଏ କର୍ଫ୍ୟୁ ଲାଗୁ ହୋଇଛି। ତେଣୁ ଜୁନ୍‌ ମାସରେ ପୂରା ୧୭ ଦିନ ଘରେ ରହିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ୫ଟି ବିଶେଷ ଅନୁରୋଧ କରିଛନ୍ତି। ତାହା ହେଲା…

୧. ଜରୁରୀ କାମ ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ ।
୨. ବାହାରକୁ ଗଲେ ମୁହଁରେ ଭଲ ଭାବେ ମାସ୍କ ବ୍ୟବହାର କରନ୍ତୁ।
୩. ଅଫିସ, ଟ୍ରାଫିକ, ବଜାରରେ ସାମାଜିକ ଦୂରତା ବଜାୟ ରଖନ୍ତୁ ।
୪. ଘରକୁ ଫେରିବା ପରେ ୨୦ ସେକଣ୍ଡ ଭଲଭାବେ ହାତ ସଫା କରନ୍ତୁ ।
୫. ବୟସ୍କ, ଛୋଟପିଲା ଓ ଗର୍ଭବତୀ ମହିଳାଙ୍କୁ ବାହାରକୁ ଛାଡନ୍ତୁ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ବୋମାମାଡ଼

ଗଞ୍ଜାମ,୨୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଧିନସ୍ଥ ନୂଆଗାଁସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଜେନେରାଲ ଷ୍ଟୋର ଉପରକୁ ଶନିବାର ସାରେ ୪ଟି ବୋମାମାଡ଼...

ଭୂମିପୂଜାରେ ସୀମିତ ପାତାଳି ଶ୍ରୀକ୍ଷେତ୍ରର ବିକାଶ

ସୋନପୁର,୨୫।୨(ନି.ପ୍ର.) ସୁବର୍ଣ୍ଣପୁର ଜିଲା କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ୨୦୦୩ ମସିହାରେ ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର...

ରାଜଘାଇ ପାଣି ଦୂଷିତ, ପାନୀୟଜଳ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ,୨୧ା୩(ଡି.ଏନ୍‌.ଏ.) – ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଗ୍ରାମ୍ୟ ଜଳ ଯୋଗାଣ...

ରାଜଧାନୀରେ ଘଟିଚାଲିଛି ଅପରାଧ, ପୋଲିସ ଚୁପ୍‌: ଭାଜପା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରାଜ୍ୟରେ ଆଇନ ତା’ ନିଜ ବାଟରେ ଯାଉ ନାହିଁ ବରଂ ଆଇନ ଆଗରେ ବାଟ ଓଗାଳି ଛିଡା ହୋଇ ରହିଛନ୍ତି ରାଜ୍ୟ ସରକାର। ରାଜଧାନୀ...

ଜାନୁୟାରୀ ୧ରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ମନା

ପୁରୀ ଅଫିସ,୧୫।୧୨: ଆସନ୍ତା ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ବାରଣ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ନୀତି...

ଚନ୍ଦ୍ରଭାଗାରେ ଜଳ କ୍ରୀଡ଼ାର ମଜାନେବେ ପର୍ଯ୍ୟଟକ

ପୁରୀ ଅଫିସ, ୨୯।୯: ଆସୁଛି ପର୍ଯ୍ୟଟନ ଋତୁ। ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପୁରୀ ଜିଲା ପ୍ରଶାସନ...

୫୮ନଂ କରୋନା ଆକ୍ରାନ୍ତ ଜଣେ ମହିଳା: ଲକ୍ଷଣ ନ ଥିଲେ ହେଁ ରିପୋର୍ଟ ଆସିଛି ପଜିଟିଭ୍‌, କିମ୍ସ କୋଭିଡ୍‌ ଡାକ୍ତରଖାନା ସ୍ଥାନାନ୍ତର

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୪ କରୋନା ପଜିଟିଭ୍‌ ମାମଲାଗୁଡ଼ିକ ଭୁବନେଶ୍ୱରର। ସୋମବାର ପରୀକ୍ଷା ହୋଇଥିବା ୫୬୪ଟି ନମୂନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି।...

ତଥ୍ୟ ସଂଗ୍ରହ କଲା ପିସିସି ପ୍ରତିନିଧି ଦଳ

ଚିତ୍ରକୋଣ୍ଡା/ମାଲକାନଗିରି,୮ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡ଼ା ପଞ୍ଚାୟତର ଆର୍‌ଏସ୍‌ସି-୧୩ ଗ୍ରାମରେ ଜୁନ୍‌ ୭ରେ ପୋଲିସ ଟିମ୍‌ ରାତିଅଧିଆ ଚଢ଼ାଉକରି ଗଞ୍ଜେଇ ଜବତ ନାଁରେ ମହିଳାମାନଙ୍କୁ...

Advertisement
Archives

Model This Week