Posted inଖେଳ

ଜୁନ୍‌ ମଧ୍ୟଭାଗରେ ଲା ଲିଗା ଆରମ୍ଭ ହେବା ସମ୍ଭାବନା

ଚେନ୍ନାଇ,୯।୫: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଲିଗ୍‌ ରୂପେ ପରିଗଣିତ ହେଉଥିବା ‘ଲା ଲିଗା’ ଆଗାମୀ ଜୁନ୍‌ ମାସ ମଧ୍ୟ ଭାଗରୁ ଆରମ୍ଭ ହେବା ସମ୍ଭାବନା ସୃଷ୍ଟି ହୋଇଛି। ସ୍ପାନିଶ୍‌ ଫୁଟବଲ ଲିଗ୍‌ ସିଷ୍ଟମର ଏହି ପୁରୁଷ ପେସାଦାର ଫୁଟବଲ ଡିଭିଜନକୁ କରୋନା ଭାଇରସ ସଂକ୍ରମଣ ପାଇଁ ସସ୍‌ପେଣ୍ଡ କରାଯାଇଥିଲା ଓ ୩ ମାସ ପରେ ପୁଣି ଥରେ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ଇତିମଧ୍ୟରେ ସବୁ ଖେଳାଳି କୋଭିଡ-୧୯ ପରୀକ୍ଷା ଆରମ୍ଭ କରାଯାଇଛି ବୋଲି ଲା ଲିଗା ଇଣ୍ଡିଆ ନିର୍ଦ୍ଦେଶକ ଆଣ୍ଟୋନିଓ କାଚାଜା କହିଛନ୍ତି। ଆସନ୍ତା ସପ୍ତାହରୁ ଖେଳାଳିମାନେ ଟ୍ରେନିଂ ଆରମ୍ଭ କରିବେ ବୋଲି ମଧ୍ୟ ସେ କହିଛନ୍ତି। ତେବେ ଗୋଟିଏ ଦିନ ପୂର୍ବରୁ ଜର୍ମାନୀର ପେସାଦାର ଫୁଟବଲ ଲିଗ୍‌ ବଣ୍ଡେସ୍‌ଲିଗା ମେ ମଧ୍ୟରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା।
ଲିଗ୍‌ ପୁଣି ଆରମ୍ଭ କରିବାକୁ ସରକାରଙ୍କ କର୍ତ୍ତୃପକ୍ଷଙ୍କ ସହ ବହୁବାର ଆଲୋଚାନ କରାଯାଇଛି। ଜୁନ୍‌ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଲା ଲିଗା ଆରମ୍ଭ କରିବାକୁ ପ୍ରୟାସ ଜାରି ରହିଛି। ଟ୍ରେନିଂ ପାଇଁ କ୍ଲବ୍‌କୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରଦାନ କରାଯାଇଛି। ଚଳିତ ସପ୍ତାହରେ ଗ୍ରାଉଣ୍ଡଗୁଡିକୁ ଚେକ୍‌ କରାଯିବ ଓ ଖେଳାଳିମାନଙ୍କର ପରୀକ୍ଷଣ ହେବ। ଆସନ୍ତା ସପ୍ତାହରେ ବ୍ୟକ୍ତିଗତ ଟ୍ରେନିଂ ଆରମ୍ଭ କରାଯିବ। ମେ ୧୮ ତାରିଖରୁ ଗ୍ରୁପ୍‌ ଟ୍ରେନିଂ ଆରମ୍ଭ କରାଯିବ। ୨୫ରୁ ଦଳର ଅଧା ଖେଳାଳି ମିଳିତ ଭାବେ ଟ୍ରେନିଂ ଆରମ୍ଭ କରିପାରିବେ ବୋଲି କାଚାଜା କହିଛନ୍ତି। ଲା ଲିଗାର ଚଳିତ ସଂସ୍କରଣରେ ବାର୍ସିଲୋନା ୫୮, ରିୟଲ ମାଡ୍ରିଡ ୫୬ ଓ ସେଭିଲା ୪୭ ପଏଣ୍ଟ ହାସଲ କରି ଯଥାକ୍ରମେ ତାଲିକାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୃଥ୍ବୀ ଶ ଦେବେ ମ୍ୟାଚ ଫି’ର ୨୫ ପ୍ରତିଶତ ଜରିମାନା

ନୂଆଦିଲ୍ଲୀ,୨।୫: ରବିବାର ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ପରାଜୟର ସମ୍ମୁଖୀନ ହୋଇଛି ଦିଲ୍ଲୀ। ଅନ୍ୟପକ୍ଷେ ଦିଲ୍ଲୀ...

୬.୫ ବର୍ଷ ପରେ ଅନ୍ତର୍ଜାତୀୟ ଟି-୨୦ରେ ବୋଲିଂ କଲେ କୋହଲି: ଦେଲେ ଏତିକି ରନ୍‌

ଦୁବାଇ,୧।୯: କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲି ଅନେକ ରେକର୍ଡ ହାସଲ କରିଛନ୍ତି। ୩ ଫର୍ମାଟରେ ବିରାଟ ହାରାହାରି ୫୦ ପାଖାପାଖି...

ଐତିହାସିକ ବିଜୟ ପରେ ବିରାଟ କୋହଲିଙ୍କ ବିଷୟରେ ମୁହଁ ଖୋଲିଲେ ରାହାନେ

ଭାରତୀୟ କ୍ରିକେଟ୍‌ ଦଳର କାମଚଳା ଅଧିନାୟକ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍‌ ବିଜୟ ହାସଲ କରିଥିଲା। ଏହାପରେ ରାହାନେଙ୍କ ନେତୃତ୍ୱକୁ...

ରୋନାଲ୍ଡୋଙ୍କ ହ୍ୟାଟ୍ରିକ: ଫାଇନାଲରେ ପର୍ତ୍ତୁଗାଲ

ମାଡ୍ରିଡ୍‌, ୬।୬- ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ହ୍ୟାଟ୍ରିକ ଗୋଲ ବଳରେ ପର୍ତ୍ତୁଗାଲ ୩-୧ ଗୋଲରେ ସୁଇଜରଲାଣ୍ଡକୁ ହରାଇ ଦେଇଛି। ଏହି ବିଜୟ ସହ ପର୍ତ୍ତୁଗାଲ...

ଏହି ଦୁଇ ଭାରତୀୟ କ୍ରିକେଟର ଗୋଟିଏ ମ୍ୟାଚ୍‌ରେ ଉଇକେଟ୍‌ କିପିଂ କରି ମଧ୍ୟ ନେଇଛନ୍ତି ଉଇକେଟ୍‌

କ୍ରିକେଟରେ ଉଇକେଟ କିପିଂ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସବୁ ଦଳ ଏକ ଅଭିଜ୍ଞ ଉଇକେଟ କିପର ନେଇ ଖେଳିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଯଦି ଉଇକେଟ...

୫ ମାସ ପୂରଣ କଲେ ଛୋଟ ପାଣ୍ଡ୍ୟା

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ ୨୦୨୦ ଜୁଲାଇ ୩୦ରେ ମାତାପିତା ହୋଇଥିଲେ। ଡିସେମ୍ବର ୩୦ରେ ଦୁହଁିଙ୍କ ଶିଶୁ ଅଗସ୍ତ୍ୟ...

ପୁଣି ପଡିଆକୁ ଫେରିବେ ସଚିନ ତେନ୍ଦୁଲକର!

ରାୟପୁର,୨୫।୧: ବିଶ୍ୱର କିଛି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ମିଳନ ହେବାକୁ ଯାଉଛି। କିଛି ବଛା ବଛା କ୍ରିକେଟ୍‌ରଙ୍କୁ ନେଇ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ...

ଅନ୍ତର୍ଜାତୀୟ ଦିନିକିଆରୁ ଫିଞ୍ଚ୍‌ଙ୍କ ଅବସର

କେର୍ନସ (ଅଷ୍ଟ୍ରେଲିଆ), ୧୧ା୯(ଏପି): ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ପିଞ୍ଚ୍‌ ଅନ୍ତର୍ଜାତୀୟ ଦିନିକିଆ...

Advertisement
Archives

Model This Week