Posted inଜାତୀୟ

ଜୀବନ ନେଉଛି ଜଳପ୍ରଳୟ

ନୂଆଦିଲ୍ଲୀ/କାଠମାଣ୍ଡୁ/ଢାକା,୧୫ା୭: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। କିଛିଦିନ ତଳେ ମୌସୁମୀର ଆଗମନ ପୂର୍ବରୁ ପାଣି ପାଇଁ ହାହାକାର ହେଉଥିବା ଲୋକେ ଏବେ ଲଗାତର ବର୍ଷାରେ ଉବୁଟୁବୁ ହେଉଛନ୍ତି। ମହାରାଷ୍ଟ୍ରରେ ବର୍ଷାବିତ୍ପାତ ଅନେକ ଲୋକଙ୍କ ଘର ଉଜାଡ଼ି ଦେଇଥିବାବେଳେ ଉତ୍ତରରୁ ଉତ୍ତର-ପୂର୍ବ ଯାଏ ଏହାର କରାଳ ରୂପ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ଓ ବିହାର ସମେତ ଆସାମ, ତ୍ରିପୁରା ଏବଂ ମିଜୋରାମ ସବୁଠି ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା। ଆସାମରେ ୭୨ ଘଣ୍ଟା ମଧ୍ୟରେ ଅନୂ୍ୟନ ୧୧ ଜଣଙ୍କ ଜୀବନ ଯାଇଥିବାବେଳେ ୧୪ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ବିହାର, ଉତ୍ତରାଖଣ୍ଡ, ତ୍ରିପୁରା ଓ ମିଜୋରାମ କଥା ନ କହିବା ଭଲ। ସେପଟେ ପଡ଼ୋଶୀ ନେପାଳ ଓ ବାଂଲାଦେଶର ଅନେକ ଅଞ୍ଚଳକୁ ମଧ୍ୟ ବନ୍ୟାଜଳ ମାଡ଼ିଯାଇ ଚିନ୍ତା ବଢ଼ାଇଦେଇଛି।
ହିମାଳୟରୁ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ପ୍ରବଳ ବନ୍ୟା ଆସିଛି। ବାଂଲାଦେଶରେ ଲଗାଣ ବର୍ଷା ବ୍ରହ୍ମପୁତ୍ରକୁ ଫୁଲେଇ ଦେଇଛି। ସେଠାରେ ବର୍ଷା ଓ ବନ୍ୟା ଯୋଗୁ ୫,୦୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଶିବିର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହି ନଦୀ ଜଳ ପ୍ରବାହରେ ଆସାମର ୧,୮୦୦ରୁ ଊର୍ଦ୍ଧ୍ୱ ଗ୍ରାମ ଧୋଇ ହୋଇଯାଇଛି। ୩୨ ଜିଲାରୁ ୨୫ ଜିଲାର ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ୩ ଦିନ ମଧ୍ୟରେ ୧୧ ଜଣ ଭାସିଯାଇ ପ୍ରାଣ ହରାଇଛନ୍ତି। ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଆସନ୍ତା ୩ ଦିନ ଧରି ଆହୁରି ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି। କାଜିରଙ୍ଗା ଜାତୀୟ ଉଦ୍ୟାନର ୭୦% ଜଳମଗ୍ନ ହୋଇଯାଇଥିବାରୁ ଜୀବଜନ୍ତୁଙ୍କୁ ସ୍ଥଳଭାଗକୁ ନିଆଯାଇଛି। ଏହାସହ ଜଙ୍ଗଲ ଅଧିକାରୀମାନଙ୍କ ଛୁଟି ବାତିଲ କରିଦିଆଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ସ୍ଥିତି ସମୀକ୍ଷା କରି ଆସାମକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଘୋଷଣା କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋର୍‌ଦାର କରାଯାଇଥିବାବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ୬୮ଟି ରିଲିଫ୍‌ କ୍ୟାମ୍ପରେ ୨୦ ହଜାରରୁ ଊର୍ଦ୍ଧ୍ୱ ଆଶ୍ରୟ ନେଇଛନ୍ତି। ଟ୍ରେନ୍‌ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ପଡ଼ୋଶୀ ତ୍ରିପୁରା ଓ ମିଜୋରାମରେ ବନ୍ୟା ଯୋଗୁ ୧୫ ହଜାର ଲୋକଙ୍କୁ ସୁରକ୍ଷିତ ଶିବିରକୁ ସ୍ଥାନାନ୍ତର କରାଯାଇଛି। ସରକାରୀ ଅଧିକାରୀଙ୍କ ସୂଚନାନୁସାରେ ତ୍ରିପୁରାର ୩୮ ରିଲିଫ୍‌ କ୍ୟାମ୍ପ୍‌ରେ ୧୨,୦୦୦ରୁ ଊର୍ଦ୍ଧ୍ୱ ଆଶ୍ରୟ ନେଇଛନ୍ତି। ମିଜୋରାମରେ ଖାଓ୍ବଥଲାଙ୍ଗଟୁଇପୁଇ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଯୋଗୁ ୪୦୦ ଲୋକ ବାସଚ୍ୟୁତ ହୋଇଛନ୍ତି। ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଦୁଇଜଣ ଯୁବକଙ୍କ ମୃତଦେହ ଲାଓ୍ବଙ୍ଗ୍‌ ନଦୀରୁ ଉଦ୍ଧାର କରିଛି।
ନେପାଳରେ ଲଗାଣ ବର୍ଷା ଓ ତଜ୍ଜନିତ ବନ୍ୟାରେ ୬୦ ଜଣଙ୍କ ଜୀବନ ଗଲାଣି। ବାଗମତୀ, କମଳା, ସପ୍ତକୋଶୀ ଓ ସୁନ୍‌ଖୋଇ ନଦୀରେ ଜଳସ୍ତର ବିପଦ ସଙ୍କେତ ଟପିଛି। ଏଥିରେ ୩୫ ଜଣ ନିଖୋଜ ହୋଇଯାଇଥିବାବେଳେ ୨୫ ଆହତ ହୋଇଛନ୍ତି। କାଠମାଣ୍ଡୁରେ ୧୮୫ ଜଣଙ୍କ ସମେତ ସାରା ଦେଶରେ ୧,୧୦୪ ଜଣଙ୍କୁ ସେନା ପକ୍ଷରୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ପ୍ରାୟ ୩୦ ହଜାର ପୋଲିସଙ୍କୁ ନିୟୋଜିତ କରାଯାଇଛି। ବିହାର ବନ୍ୟାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗଙ୍ଗାନଦୀରେ ବନ୍ୟା ଯୋଗୁ ବିହାରର ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୬ ଜିଲାସ୍ଥିତ ୨୬ ବ୍ଲକ୍‌କୁ ବନ୍ୟା ପ୍ରଭାବିତ ଘୋଷଣା କରାଯାଇଛି। ପୂର୍ବ ଚମ୍ପାରନ୍‌, ସୀତାମଢ଼ି, ମଧୁବନୀ, କିଷନଗଞ୍ଜ, ଅରାରିଆ ଓ ଶିଓଧର ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବନ୍ୟା ସ୍ଥିତି ସମୀକ୍ଷା କରି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି କାନ୍ଧ: ସାଇକେଲରେ ବୁହା ହେଲା ବୁଦ୍ଧାଙ୍କ ମୃତଦେହ

ପାଇକମାଳ,୨୫।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ କଣ୍ଟାପଡ଼ାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କଣ୍ଟାପଡ଼ାର ବୃଦ୍ଧା ଜୟନ୍ତୀ ବଛା(୮୦)ଙ୍କ ଗୁରୁବାର ସକାଳ ପ୍ରାୟ ୮ଟାରେ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ, ୨ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର,୨୫।୬: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪…

ଲହଡି ମାଡ଼ରେ ଗଭୀର ସମୁଦ୍ରକୁ ଚାଲିଗଲେ ପର୍ଯ୍ୟଟକ, ଆଉ ତା’ପରେ..

ପୁରୀ,୨୫।୬: ପୁରୀ ସେକ୍ଟର ୯ ବେଳାଭୂମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖରେ ଏକ ଅଘଟଣ ସାମ୍ନାକୁ ଆସିଛି। ସମୁଦ୍ରର ଲହଡି ମାଡ଼ରେ ଜଣେ ପର୍ଯ୍ୟଟକ ଗଭୀର ସମୁଦ୍ର…

ବିବାହରେ ଧୋନି, କୋହଲି, ରୋହିତଙ୍କୁ କାହିଁକି ନିମନ୍ତ୍ରଣ କଲେ ନାହିଁ ଆକାଶ ଦୀପ? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୬: କାଶୀରେ ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପ ଅକ୍ଷିତାଙ୍କ ସହିତ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଉତ୍ସବ ଏକ ଆନନ୍ଦଦାୟକ ଘଟଣା…

କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

କୋରାପୁଟ,୨୫।୬(ଅମିତାଭ ବେହେରା ): କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ କୁମାର ଶିଶାଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ…

ସରକାରଙ୍କ ବଡ଼ ପଦକ୍ଷେପ, ବିବାହ କାର୍ଡରେ ବର-କନ୍ୟାଙ୍କ ଜନ୍ମ ତାରିଖ ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ

ମୁମ୍ବାଇ,୨୫।୬: ବାଲ୍ୟବିବାହର ସାମାଜିକ କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ମହାରାଷ୍ଟ୍ରରେ ଏକ ଅନନ୍ୟ ଏବଂ କଠୋର ନିୟମ ଲାଗୁ ହେବାକୁ ଯାଉଛି। ରାଜ୍ୟ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri