‘ଜିଲାରେ ହେଉ କୋଭିଡ୍‌ ପରୀକ୍ଷଣ କେନ୍ଦ୍ର’

ବାଲେଶ୍ୱର ଅଫିସ, ୪।୫: ରାଜ୍ୟର ୩ ଜିଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ କରୋନା ହଟ୍‌ସ୍ପଟ ଘୋଷଣା କରାଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁ ଥିବା ବେଳେ ପ୍ରବାସୀ ଓଡ଼ିଆଙ୍କ ଆଗମନ ସ୍ଥିତିକୁ ଆହୁରି ସଙ୍ଗୀନ କରିପାରେ ବୋଲି ଆଶଙ୍କା କରାଯାଉଛି। ସାରା ଓଡ଼ିଶାରେ ମାତ୍ର ୨ଟି କୋଭିଡ଼ ଟେଷ୍ଟିଂ ଲ୍ୟାବ୍‌ ରହିଛି। ଏବେ ଏହି ଅଞ୍ଚଳର ସ୍ବାବ ସାମ୍ପଲ ଭୁବନେଶ୍ୱର କିମ୍ବା କଟକ ପଠାଯାଉ ଥିବା ବେଳେ ଏହାର ରିପୋର୍ଟ ଆସିବାକୁ ବିଳମ୍ବ ହେଉଛି। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ କୋଭିଡ ପରୀକ୍ଷଣ କେନ୍ଦ୍ର କରାଯିବା ଲାଗି ସୋମବାର ଭାରତୀୟ ଜନତା ଯୁବମୋର୍ଚ୍ଚାର ଏକ ଜିଲାସ୍ତରୀୟ ପ୍ରତିନିଧି ମଣ୍ଡଳୀ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଦାବି ଜଣାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି ଚନ୍ଦ୍ରଶେଖର ନନ୍ଦ, ଜିଲାସଭାପତି ସମର ଶଙ୍କର କାନୁନ୍‌ଗୋ, ରାଜ୍ୟ ସଂଯୋଜକ ପ୍ରବୀର ଶଙ୍କର ଦାଶ, ଜିଲା ଉପସଭାପତି ରଞ୍ଜିତ ପ୍ରଧାନ, ବିକାଶ ପାଢ଼ୀ, ନଗର ସଭାପତି ଧୀରଜ ମହାନ୍ତି, ବିଧାନସଭା ସଂଯୋଜକ ଅରୂପ ଜେନା, ସ୍ବାଧୀନ ବିଜୟ ପଣ୍ଡା, ଉତ୍ତମ ଦାସ, ସୁବୋଧ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ୧୦ଦିନ ମଧ୍ୟରେ ଏହାକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜଣାଇଥିଲେ। ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିକଟକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri