ଜିଲାପାଳ ଧାନତଳି ରୋଇବା ପ୍ରସଙ୍ଗ ଟୁଇଟ୍‌ କରି ନବୀନ, ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଛତ୍ରପୁର,୩୧ା୭(ଡି.ଏନ.ଏ)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଭରସା ଗାଁର ଏକ ଜମିରେ ଧାନତଳି ରୋଇଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ମଙ୍ଗଳବାର ନିଜ ଟୁଇଟର୍‌ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଜିଲାପାଳଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଜିଲାପାଳ କୁଲାଙ୍ଗେ ଚାଷୀଙ୍କ ସହ ମିଶି ଧାନ ରୋଇବା ଏବଂ ଧାଡି ରୁଆର ଉପାଦେୟତା ସମ୍ପର୍କରେ ବୁଝାଇବା ତାଙ୍କ ଉସତ୍ର୍ଗୀକୃତ ସେବାର ପରିଚୟ। ଲୋକଙ୍କ ନିକଟତର ହୋଇ ସେମାନଙ୍କ ପାଇଁ କାମ କରୁଥିବାରୁ ଜିଲାପାଳଙ୍କୁ ସାଧୁବାଦ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିବା ସହ ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ମଧ୍ୟ ଏ ସମ୍ପର୍କରେ ପୋଷ୍ଟ କରିଛନ୍ତି। ଉକ୍ତ ପୋଷ୍ଟକୁ ଜିଲାପାଳ ଡିଏମ ଗଞ୍ଜାମ ଓ ବିଜୟ ଏ କୁଲାଙ୍ଗେ ୨ଟି ଫେସବୁକ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗ ଉପରେ ଟୁଇଟ କରିଛନ୍ତି ଜିଲାପାଳ କ୍ଷେତରେ ଚାଷୀଙ୍କ ସମସ୍ୟା ବୁଝିବା ଗଣମାଧ୍ୟମରୁ ଜାଣିବାକୁ ପାଇଲି। ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ସହ ଜଡିତ ହେଲେ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାରିବ ବୋଲି ଧର୍ମେନ୍ଦ୍ର ଟୁଇଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ବେଗୁନିଆପଡା ବ୍ଲକରେ ଅଭିଯୋଗ ଶୁଣାଣି ସାରି ଜିଲାପାଳ ଫେରିବା ବେଳେ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଭରସା ଗାଁ ନିକଟ କ୍ଷେତରେ ଚାଷୀଙ୍କ ସହ ମିଶି ଧାନ ତଳି ରୋଇଥିଲେ। ଏଥିସହ ସେଠାରେ ଉପସ୍ଥିତ ମହିଳା ଚାଷୀମାନଙ୍କ ସହ ଖରିଫ୍‌ ଫସଲ ଋଣ ଓ ଫସଲ ବୀମା ସମ୍ପର୍କରେ ଆଲୋଚନା କରିଥିଲେ। କୃଷି ଋଣ ଓ ଫସଲ ବୀମା ସମ୍ପର୍କରେ କିଭଳି ସମସ୍ତ ଚାଷୀ ଅବଗତ ହୋଇପାରିବେ ଏବଂ ଏଥିରେ ସାମିଲ ହେବେ ସେସମ୍ପର୍କରେ ସଚେତନ କରିବାକୁ ସେଠାରେ ଉପସ୍ଥିତ କୃଷି ଉପନିର୍ଦ୍ଦେଶକ ଓ ବ୍ଲକ କୃଷି ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ

ବଡ଼ବିଲ,୧୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସାନ୍ତବାହାଳ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ହାୟାରପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଜବତ ହୋଇ ଶନିବାର ବ୍ୟବଚ୍ଛେଦ...

ଅତିରିକ୍ତ ଜିଲାପାଳଙ୍କୁ ଜମିହରାଙ୍କ ଦାବିପତ୍ର

ଯାଜପୁର ରୋଡ,୨୧|୮(ନି.ପ୍ର.)- କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ବାଳିଆପାଳ ମୌଜାରେ ପ୍ରତିଷ୍ଠିତ ବାଲିଆପାଳ ଫେରୋକ୍ରୋମ କାରଖାନା ଉପତ୍ାଦନ କ୍ଷମ ହେବାର ଦୀର୍ଘ...

ମୁଣ୍ଡିଆରେ ଚାଲିଛି ବେଆଇନ ବ୍ଲାଷ୍ଟିଂ:ଅଭିଯୋଗ ସତ୍ତ୍ୱେ ନାହିଁ କାର୍ଯ୍ୟାନୁଷ୍ଠାନ

ରଣପୁର,୧୭ା୯(ସ୍ବ.ପ୍ର.): ରଣପୁର ତହସିଲ ଚମ୍ପାପେଡି ପଞ୍ଚାୟତ ନାଗଝରି ଗଁା ପିଲା ମୁଣ୍ଡିଆରେ କମ୍ପ୍ରେସର ଓ ଡିନାମାଇଟ୍‌ ସାହାଯ୍ୟରେ ବେଆଇନ ଭାବେ ବ୍ଲାଷ୍ଟିଂ ଚାଲିଛି। ଏହା ପ୍ରଭାବରେ...

ଦନ୍ତା ଆକ୍ରମଣରେ ଦୁଇ ଆହତ

ବଡ଼ସାହି,୫ା୨(ସ୍ବ.ପ୍ର)- ବଡ଼ସାହି ଥାନା ଅଧୀନ ଦେଉଳିଆ ପଞ୍ଚାୟତ ଗଦଗଦି ଗ୍ରାମର ଦୁଇ ମହିଳା ଦନ୍ତା ଆକ୍ରମଣରେ ଆହତ ହୋଇଛନ୍ତି ା ମହିଳା ଦ୍ୱୟ ହେଲେ ସେହି...

ରଥ ନିର୍ମାଣ କରୁଥିବା ୧୦ ମହାରଣା ଗିରଫ

ବାଲେଶ୍ୱର ଅଫିସ, ୨୧।୬: ବାଲେଶ୍ୱର ଜିଲା ନୀଳଗିରି ଜଗନ୍ନାଥ ମନ୍ଦିର ରଥ ଖଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧାଦେଶ ଜାରି ହୋଇଥିଲା। ଏହି ନିୟମକୁ ଉଲ୍ଲଙ୍ଘନ...

ଛଣମେରୀ ଆଦର୍ଶ ବିଦ୍ୟାଳୟ ବାସି ଖାଦ୍ୟଖାଇ ୮ ଛାତ୍ରୀ ଅସୁସ୍ଥ

ଦିଗପହଣ୍ଡି/ପାଟପୁର,୩୦ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରୀ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ୮ ଛାତ୍ରୀ ଖାଦ୍ୟ ଖାଇବା ପରେ ଗୁରୁବାର ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିଥିଲେ।...

ମାର୍ଥାପୁରରେ ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣା: ଏସଡିପିଓ, ତହସିଲଦାରଙ୍କ ଯୁଗ୍ମ ତଦନ୍ତ ,୬ ଲକ୍ଷ ଟଙ୍କା କ୍ଷତିପୁରଣ ସୁପାରିଶ

ଯାଜପୁର ଅଫିସ,୨୦।୮- ଯାଜପୁରରୋଡ ଥାନା ମାର୍ଥାପୁର ଗ୍ରାମରେ ଏକ ଦଳିତ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ ଓ ଘରପୋଡି ଅଭିଯୋଗ ଘଟଣା ଏବେ ଭିନ୍ନ ମୋଡ ନେଇଛି।...

ଦିନ୍‌ଦାହାଡ଼େ ଚାଲିଛେ ଗଛ୍‌କଟା: ଉଜ୍‌ଡ଼ି ଯାଉଛେ ରଙ୍ଗମାଟିଆ ରାଜସ୍ବ ଜଂଗଲ

କଣ୍ଟାମାଳ, ୨୫ା୪ (ଡିଏନଏ): ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜର ଚନ୍ଦନିଆମୁଣ୍ଡା ପାସର ରଙ୍ଗମାଟିଆ ରାଜସ୍ବ ଜଂଗଲ ଉଜଡ଼ି ଯାଉଛେ। ଗଲା ମାସେ ହେଲା ଇଠାନେ ଦିନ୍‌ଦାହାଡ଼େ ଆସର...

Advertisement
Archives

Model This Week