ଜିଲାପରିଷଦ ଉପନିର୍ବାଚନ : ବିଜେଡିରୁ ୨, ଭାଜପାରୁ ୪ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨।୧୧(ସ୍ବ.ପ୍ର.) : ଚଳିତମାସ ୨୭ ତାରିଖରେ ହେବାକୁ ଥିବା କୋରାପୁଟ ଜିଲା ଦଶମନ୍ତପୁରର ୧ନଂ. ଜୋନ୍‌ ଏବଂ ପଟ୍ଟାଙ୍ଗି ବ୍ଲକର ୧ନଂ. ଜୋନ୍‌ରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଶନିବାର ଶାସକ ବିଜେଡି ପକ୍ଷରୁ ୨ଜଣ ପ୍ରାର୍ଥୀ ଓ ଭାଜପା ପକ୍ଷରୁ ୪ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ସ୍ଥାନୀୟ ଉପଜିଲାପାଳଙ୍କ ନିକଟରେ ଦାଖଲ କରିଛନ୍ତିି। ନାମାଙ୍କନପତ୍ର ଦାଖଲର ଶେଷଦିନ ସୁଦ୍ଧା କଂଗ୍ରେସର ଦୁଇ, ବିଜେଡିର ଦୁଇ ଓ ଭାଜପାର ୪ଜଣ ଏପରିକି ସମୁଦାୟ ୮ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି। ଶନିବାର ମଧ୍ୟାହ୍ନରେ ବିଜେଡି ପକ୍ଷରୁ ରାଜ୍ୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପୋଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ ପ୍ରମୁଖ ଶତାଧିକ କର୍ମୀଙ୍କ ସହ ଏକ ଶୋଭାଯାତ୍ରାରେ ଯାଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚଥିଲେ। ଜିଲାପରିଷଦ ଦଶମନ୍ତପୁର ଜୋନ୍‌-୧ କହ୍ନେଇ ଜାନି ଓ ପଟ୍ଟାଙ୍ଗି ବ୍ଲକ ଜୋନ୍‌ -୧ ପାଇଁ ଲଇଛନ ଖରା ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଭାଜପା ପକ୍ଷରୁ ଜିଲା ସଭାପତି ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲା ଉପସଭାପତି ପୂର୍ଣ୍ଣିମା ନାୟକ, ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜଗତ ପାଙ୍ଗି, ବରିଷ୍ଠ ନେତା ଜୟରାମ ଗରଡ଼ା, ତ୍ରିପୁରାରୀ ଗରଡା କୁମୁଦ ସାଉଁନ୍ତା ମଧ୍ୟ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦଶମନ୍ତପୁର ଜୋନ୍‌ ୧ ପାଇଁ ବଳରାମ ମୁଦୁଲି (୧) ଓ ବଳରାମ ମୁଦୁଲି(୨) ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ପଟ୍ଟାଙ୍ଗି ଜୋନ୍‌ – ୧ ପାଇଁ ରାଜେଶ ହନ୍ତାଳ ଓ ଦେଶୁ ଖିଲ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଭାଇଡରରେ ପିଟି ହେଲା କାର୍‌: ଜଣେ ମୃତ, ୫ ଆହତ

ଗଞ୍ଜାମ,୨୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି କାର୍‌ ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ...

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ଢେଙ୍କାନାଳ ଅଫିସ, ୨୬।୬ ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଞ୍ଚଳର ବହୁଚର୍ଚ୍ଚିତ ଚିକୁନ ବିଶ୍ୱାଳ (୩୩) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଘଟଣାର ୧୧ଦିନ ପରେ...

ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ନୂଆପଡା ଅଫିସ/କୋମନା,୧୬ା୪: କାମ କରିବାକୁ ତେଲେଙ୍ଗାନା ଯାଇଥିବା ନୂଆପଡା ଜିଲା କୋମନା ଥାନା ଅନ୍ତର୍ଗତ ଝଗା୍ରହୀ ଗାଁର ଚନ୍ଦୁରାମ ରାଉତ(୨୨)ନାମକ ଜଣେ ଶ୍ରମିକଙ୍କ ବୁଧବାର ରାତିରେ...

ଦେଓବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମାଓବାଦୀ ପୋଷ୍ଟର

ନବରଙ୍ଗପୁର/ଚନ୍ଦାହାଣ୍ଡି,୧୫।୮(ବି.ପ୍ର./ଡି.ଏନ୍‌.ଏ.): ସମଗ୍ର ଭାରତ ବର୍ଷରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳନ ହେଉଥିବାବେଳେ ନବରଙ୍ଗପୁର ଜିଲାର ଚନ୍ଦାହାଣ୍ଡି ବ୍ଲକ ଅଧୀନ ଦେଓବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ...

ଅତିରିକ୍ତ ଦାୟିତ୍ୱରେ ଯନ୍ତ୍ରୀ, କାର୍ଯ୍ୟ ବାଧାପ୍ରାପ୍ତ

ଭଞ୍ଜନଗର,୧୮।୧୦(ଡି.ଏନ.ଏ) ବାବୁଲା ପ୍ରଧାନ: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଜଳ ଯୋଗାଣ (ଆର୍‌ଡବ୍ଳୁଏସ୍‌ଏସ୍‌)ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ୧୧ ବ୍ଲକ ଏବଂ ୨ଟି ଏନ୍‌ଏସିକୁ...

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୫ କୋର୍ଟଚାଲାଣ

ମାଲକାନଗିରି/ପଡିଆ,୯ା୧୦(ଡି.ଏନ.ଏ)-ମାଲକାନଗିରି ଜିଲାରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଗ୍ରାମ...

ଟେଣ୍ଟ ହାଉସ ମାଲିକ କାନ ଧରି ଭୁଲ୍‌ ମାଗିଲେ

ରୂପ୍‌ସା,୧୦ା୯(ଡି.ଏନ୍‌.ଏ.): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିମାଙ୍କୁ ଏକ ପିକ୍‌ଅପ ଭ୍ୟାନ ପଛପଟେ ବାନ୍ଧି ନିଆଯିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ...

ଖୋର୍ଦ୍ଧାରେ ଲଗାଣ ବର୍ଷା: ୨୫ ତାରିଖ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା ଅଫିସ,୨୪।୧୦: ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାର ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଗୁରୁବାର ଅପରାହ୍ନ ୧ଟାରୁ ସ୍କୁଲ ଛୁଟିକରି...

Advertisement
Archives

Model This Week