‘ଜିରୋ ନାଇଟ୍‌’ ପାଇଁ ପ୍ରସ୍ତୁତ ରାଜଧାନୀ: କାଉଣ୍ଟଡାଉନ୍‌ ଆରମ୍ଭ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଇଂଲିଶ୍‌ କ୍ୟାଲେଣ୍ଡର ଅନୁସାରେ ପୁରୁଣା ବର୍ଷ ଶେଷ ହୋଇ ନୂଆବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି। ତେଣୁ ନୂଆବର୍ଷକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଏବେଠାରୁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଗଲାଣି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଏଥିପାଇଁ ଚାଲିଛି ସ୍ବତନ୍ତ୍ର ପ୍ରସ୍ତୁତି। ସେଲିବ୍ରେଶନ ମାହୋଲରେ ମସଗୁଲ୍‌ ହୋଇଛି ପୂରା ସହର। ଗ୍ଲାମର୍ସ ଷ୍ଟାଇଲରେ ୨୦୧୯କୁ ବିଦାୟ ଦେଇ ୨୦୨୦କୁ ସ୍ବାଗତ କରିବାକୁ ଯୁବପିଢ଼ିମାନେ ଲାଗିପଡ଼ିଛନ୍ତି। ଅପେକ୍ଷା ରହିଛି ମଙ୍ଗଳବାର ମଧ୍ୟରାତ୍ରକୁ। ସେପଟେ ଯୁବପିଢ଼ିଙ୍କ ନୂଆବର୍ଷ ପାଳନର ଉତ୍ସାହକୁ ଦୃଷ୍ଟିରେ ରଖି ସହରର ଛୋଟ ବଡ଼ ହୋଟେଲ, ରେସ୍ତୋରଁା, କଫିଶପ୍‌, ଶପିଂମଲ୍‌ ଓ ଡିଜେ କ୍ଲବ୍‌ଗୁଡ଼ିକରେ ‘ଜିରୋ ନାଇଟ୍‌’ ସେଲିବ୍ରେଶନ ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି।
ମଙ୍ଗଳବାର ରାତିରେ ରାଜଧାନୀର ବିଭିନ୍ନ ହୋଟେଲରେ ଆୟୋଜିନ ହେବ ‘ଜିରୋ ନାଇଟ୍‌ ପାର୍ଟି’। ରାତି ୮ଟାରୁ ସେଲିବ୍ରେଶନ ଆରମ୍ଭ ହୋଇ ମଧ୍ୟରାତି ପର୍ଯ୍ୟନ୍ତ ଚାଲିବ। ଲୋକଙ୍କ ପସନ୍ଦଙ୍କୁ ଦୃଷ୍ଟିରେ ରଖି କେତେକ ତାରକା ହୋଟେଲ ବିଦେଶୀ ଡ୍ୟାନ୍ସରଙ୍କ ନୃତ୍ୟ ସହ ଡିଜେ ନାଇଟ୍‌ର ଆୟୋଜନ କରିଥିବାବେଳେ ଆଉ କେତେକ ହୋଟେଲ ଓ କ୍ଲବ ଗୀତନାଚକୁ ଗୁରୁତ୍ୱ ନ ଦେଇ ଭଳିକିଭଳି ଖାଦ୍ୟ, ପାନୀୟର ଅଫର୍‌ ସହ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ସେହିପରି କେତେକ ଆୟୋଜକ ଷ୍ଟାର୍‌ ସେଲିବ୍ରିଟିଙ୍କୁ ଜିରୋ ନାଇଟ୍‌ର ମୁଖ୍ୟ ଆକର୍ଷଣ ଭାବେ ବାଛିଛନ୍ତି। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଆୟୋଜିତ ହେବାକୁ ଥିବା ‘ଜିରୋ ନାଇଟ୍‌ ପାର୍ଟି’ର ବିଭିନ୍ନ କାର୍ଯ୍ୟକ୍ରମ ସୂଚୀ ଘୋଷଣା କରାଯାଇଛି। ଆକର୍ଷଣ ବଢ଼ାଇବାକୁ ସାଜସଜ୍ଜା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି। ରଙ୍ଗିନ୍‌ ଆଲୋକରେ ଝଲସୁଛି ସହରର ସମସ୍ତ ହାଟେଲ ଓ କ୍ଲବ।
ଏଥର ନୂଆବର୍ଷ ସେଲିବ୍ରେଶନ୍‌ ପାଇଁ କେଉଁଠି କ’ଣ ଅଫର୍‌ ରହିଛି, ତା’ର ତାଲିକା ବିଭିନ୍ନ ଓ୍ବେବ୍‌ସାଇଟ୍‌ରେ ମଧ୍ୟ ଉପଲବ୍ଧ ରହିଛି। ଅନେକ ହୋଟେଲ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରୁଛନ୍ତି। କେତେକ ସ୍ଥାନରେ କପଲ୍‌ ଏଣ୍ଟ୍ରିରେ ରିହାତି ରହିଛି ତ ଆଉ କେଉଁଠି ୪ଟି ଟିକେଟ୍‌ରେ ରହିଛି ସ୍ବତନ୍ତ୍ର ଅଫର୍‌। ତେବେ ଏଥର ପ୍ରାୟ ସବୁଠି ଅନ୍‌ଲିମିଟେଡ୍‌ ଫୁଡ୍‌, ସ୍ନାକ୍ସ ଓ ଡ୍ରିଙ୍କ୍‌ସର ବ୍ୟବସ୍ଥା କରାଯାଇଛି। ଜିରୋ ନାଇଟ୍‌ ସେଲିବ୍ରେଶନ୍‌ ଲାଗି ସ୍ବସ୍ତି ପ୍ରିମିୟମ୍‌ ହୋଟେଲ ଆୟୋଜନ କରୁଛି ‘ସିମର ୨୦୨୦’। ହୋଟେଲର ଚାଣକ୍ୟ ହଲ୍‌ରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଡିଜେ କିରଣ, ଡିଜେ ଅଭିଷେକ ଓ ଡିଜେ ତୁଷାରଙ୍କ ସହ ଝୁମିବେ ଦର୍ଶକ। ଥାଇଲାଣ୍ଡର ବ୍ୟାଙ୍କକ୍‌ରୁ ଆସୁଥିବା ସାଲ୍‌ସା ଡ୍ୟାନ୍ସ ଗ୍ରୁପ୍‌ ଏଠାରେ ମୁଖ୍ୟ ଆକର୍ଷଣ ରହିବ। ରାତି ୮ଟା ୩୦ରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ସେଲିବ୍ରେଶନ୍‌ ଚାଲିବ। ଏଠାରେ ଜଣକ ପାଇଁ ଏଣ୍ଟ୍ରି ଫି’ ୫୯୯୯ ଟଙ୍କା ରହିଥିବାବେଳେ କପଲ୍‌ଙ୍କ ଲାଗି ୭,୬୯୯ ଟଙ୍କା ଓ ପିଲାଙ୍କ ପାଇଁ ୧,୧୧୧ଟଙ୍କା ରହିଛି।
ସେହିପରି ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନ୍ୟାଶନାଲ୍‌ ପକ୍ଷରୁ ଜିରୋ ନାଇଟ୍‌ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଯୁବପିଢ଼ିିଙ୍କଠାରୁ ଆରମ୍ଭ କରି ବୟସ୍କ ଓ ପିଲାଙ୍କ ପାଇଁ ରହିଛି ସ୍ବତନ୍ତ୍ର ପ୍ୟାକେଜ୍‌। ଡିଜେ ନାଇଟ୍‌ ସାଙ୍ଗକୁ ବଲିଉଡ୍‌ କଣ୍ଠଶିଳ୍ପୀଙ୍କ ଗୀତରେ ମତୁଆଲା ହେବେ ଦର୍ଶକ। ବ୍ରାଜିଲ୍‌ର ବେଲି ଡ୍ୟାନ୍ସର୍‌ ଅଲିଭେରିଆଙ୍କ ନୃତ୍ୟ ରହିବ ମୁଖ୍ୟ ଆକର୍ଷଣ। ଏହାସହ କଣ୍ଠଶିଳ୍ପୀ ଶଶାଙ୍କ ଓ ଯାଜ୍ଞସେନୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବ। ଏଠାରେ କପୁଲ୍‌ ଏଣ୍ଟ୍ରି ପାଇଁ ୬୯୯୯ ଟଙ୍କା ରହିଥିବାବେଳେ ସିଙ୍ଗଲ୍‌ଙ୍କ ଲାଗି ୪୪୯୯ ଓ ଛୋଟଛୁଆଙ୍କ ପାଇଁ ୧୯୯୯ଟଙ୍କା ରଖାଯାଇଛି। କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ।
ଅନ୍ୟପଟେ ହୋଟେଲ ମେ ଫେୟାର୍‌ରେ ମଧ୍ୟ ନୂଆବର୍ଷ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଏଠାରେ ଫ୍ୟାମିଲି, ଫ୍ରେଣ୍ଡ୍‌ସଙ୍କ ସହ ଜିରୋ ନାଇଟ୍‌ ସେଲିବ୍ରେଶନ୍‌ର ମଜା ନେଇପାରିବେ ଗ୍ରାହକ। ନୂଆବର୍ଷରେ ଆତ୍ମୀୟଙ୍କ ସହ ଡିନର୍‌ର ମଜା ନେବା ପାଇଁ ହୋଟେଲ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ଫ୍ୟାମିଲି ନ୍ୟୁ ଇୟର୍‌ ଡିନର୍‌ ପାଇଁ ଆସୁଥିବା ଗ୍ରାହକଙ୍କ ପାଇଁ ଟେବୁଲ ଉପରେ ପୂର୍ବରୁ ଉପହାର ରଖାଯିବ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି। ଏଥିପାଇଁ ମାତ୍ର ୨ହଜାର ଟଙ୍କା ରହିଛି। ସେହିଭଳି ହୋଟେଲ ଏମ୍ପାୟରରେ ଅର୍କେଷ୍ଟ୍ରା, ଡ୍ୟାନ୍ସ, ଡିଜେ ସାଙ୍ଗକୁ ଅନ୍‌ଲିମିଟେଡ୍‌ ଫୁଡ୍‌ର ମଜା ନେବେ ଗ୍ରାହକ। ଏଠାରେ କପଲଙ୍କୁ ୪୦୦୦ ଟଙ୍କା ଏଣ୍ଟ୍ରି ଫି’ ଦେବାକୁ ହେବ। ସେହିପରି ସିଙ୍ଗଲ୍‌ଙ୍କ ପାଇଁ ୨୫୦୦ଟଙ୍କା ଏଣ୍ଟ୍ରି ଫି’ ରହିଛି। ହୋଟଲ ପୁଷ୍ପକରେ ସଙ୍ଗୀତ ସାଙ୍ଗକୁ ଡିଜେର ବ୍ୟବସ୍ଥା କରାଯାଇଛି। ଏଠାରେ ଫ୍ୟାଶନ ଶୋ ରହିବ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ। ଏଣ୍ଟ୍ରି ନିମନ୍ତେ କପଲ୍‌ଙ୍କ ଲାଗି ୩,୭୯୯ ଟଙ୍କା ରହିଛି। ହୋଟେଲ ପ୍ରେସିଡେନ୍ସିରେ ଜିରୋ ନାଇଟ୍‌ ସେଲିବ୍ରେଶନ ‘ଡ୍ରିମ୍‌ ନାଇଟ୍‌’ରେ ଡିଜେ ନାଇଟ୍‌ରେ ମସଗୁଲ ହେବେ ଲୋକେ। ଏଠାରେ ଷ୍ଟାଗ୍‌ ୮୯୯ ଟଙ୍କା ଥିବାବେଳେ କପଲ୍‌ଙ୍କ ପାଇଁ ୧୫୯୯ ଟଙ୍କା ରହିଛି। ସେହିପରି ନ୍ୟୁ ମାରିୟନ୍‌, ପ୍ରେସିଡେନ୍ସି, ହୁକି ଡୁକି, ଜନତା ମଇଦାନ, ବରମୁଣ୍ଡା ପଡ଼ିଆ ଆଦିରେ ବିଭିନ୍ନ ସଂସ୍ଥା ପକ୍ଷରୁ ଜିରୋ ନାଇଟ୍‌ ପାଇଁ ସ୍ବତନ୍ତ୍ର ଆୟୋଜନମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ପୁଣି କଡ଼ା ଚେତାବନୀ ଦେଲା ଇରାନ

ତେହରାନ,୧୬।୭: ଇରାନର ଆହଭାଜ ସହରସ୍ଥିତ ଏକ କର୍କଟ ହସ୍ପିଟାଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଆମେରିକାର ବିମାନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷଙ୍କୁ କେମୋଥେରାପି ନେଉଥିବା ପିଲାମାନଙ୍କ ସମେତ…

ସରିଲା ରଥ ଟଣା, ଅଳ୍ପବାଟ ଗଡ଼ି ଅଟକିଲା ନନ୍ଦିଘୋଷ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସ ପରିବେଶରେ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସନ୍ଧ୍ୟା ପ୍ରାୟ ୫ଟାରେ ଶରଧାବାଲି ଅଭିମୁଖେ ପ୍ରଥମେ ଗଡ଼ିଥିଲା ତାଳଧ୍ବଜ ରଥ। ଘଣ୍ଟ, ଘଣ୍ଟା…

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Puri Rath Yatra, ଅଣନିଶ୍ବାସୀ ହୋଇ ଚାଲିଗଲା ୨ ଭକ୍ତଙ୍କ ଜୀବନ!

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଅଣନିଶ୍ବାସୀ ହୋଇ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ମୃତାହତଙ୍କୁ…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

ISROର ୧୦୦ ସାଇଣ୍ଟିଷ୍ଟ ଚାକିରି ଛାଡିବା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୭: ଭାରତ ସରକାର ISRO ବୈଜ୍ଞାନିକମାନଙ୍କ ପାଇଁ ଇସ୍ତଫା ଏବଂ ଅକାଳ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ISROରେ ଗ୍ରୁପ A…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri