ଜିଡିପି ୬.୧%କୁ ଖସିପାରେ: ଏସ୍‌ବିଆଇ ରିପୋର୍ଟ

ନୂଆଦିଲ୍ଲୀ,୨୯-୫: ଦେଶର ଆର୍ଥିକ ଅଭିବୃଦ୍ଧି ହାର ମାର୍ଚ୍ଚ ୨୦୧୯ରେ ଶେଷ ହେଉଥିବା ଚତୁର୍ଥ ତ୍ରୈମାସରେ ହ୍ରାସ ପାଇ ୫.୯ରୁ ୬.୧% ମଧ୍ୟରେ ରହିବ। ଏହାଦ୍ୱାରା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଜିଡିପି ହାର କମିବ ଏବଂ ଏହା ୭%ତଳକୁ ଖସିଯିବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଏସ୍‌ବିଆଇ ଇକୋର଼୍ୟାପ୍‌ ରିପୋର୍ଟରେ କୁହାଯାଇଛି ଯେ, ଜିଡିପିକୁ ଦ୍ରୁତତର କରିବାକୁ ହେଲେ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତିରେ ରେପୋ ରେଟ୍‌ ୦.୫୦% ହ୍ରାସ କରିପାରେ। ଦେଶର ସର୍ବବୃହତ୍‌ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ, ଜିଡିପି ଅଭିବୃଦ୍ଧି ହାର ଚତୁର୍ଥ ତ୍ରୈମାସରେ ୬.୧%କୁ ଖସିଯିବ ବୋଲି ଅନୁମାନ କରାଯାଉଛି। ସେହିପରି ଜିବିଏ ଅଭିବୃଦ୍ଧି ହାର ୬% ଅଥବା ଏହାଠାରୁ କମ୍‌ ୫.୯% ରହିପାରେ। ଫଳରେ ଆର୍ଥିକ ବର୍ଷ ୨୦୧୮-୧୯ରେ ଦେଶର ବିକାଶ ହାର ୬.୯% ରହିପାରେ। ତେବେ ଉପଯୁକ୍ତ ନୀତି ଗ୍ରହଣ କରାଗଲେ ବର୍ତ୍ତମାନର ଜିଡିପି ହ୍ରାସ ଅସ୍ଥାୟୀ ବୋଲି ପ୍ରମାଣିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୁଡ଼ିକର ଋଣ ୯୧%କୁ ବୃଦ୍ଧି

ମୁମ୍ବାଇ,୨୬-୫: ଆର୍ଥିକ ବର୍ଷ ୨୦୧୮-୧୯ରେ ନିଜର ବିତ୍ତୀୟ ନିଅଣ୍ଟକୁ କମାଇବାକୁ ଯାଇ ରାଜ୍ୟଗୁଡ଼ିକର ବଜାର ଋଣ ୯୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଛି। କେୟାର ରେଟିଙ୍ଗ୍‌ସର ରିପୋର୍ଟରେ...

ନିବେଶକଙ୍କ ସମ୍ପତ୍ତି ୨ ଲକ୍ଷ କୋଟି ବଢ଼ିଲା

ନୂଆଦିଲ୍ଲୀ,୨୮।୫: ବୁଧବାର ଭାରତୀୟ ପୁଞ୍ଜିବଜାରରେ କାରବାର ଉନ୍ନତ ରହିବାରୁ ନିବେଶକଙ୍କ ସମ୍ପତ୍ତିରେ ୨.୦୧ ଲକ୍ଷ କୋଟି ଟଙ୍କା ବଢିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌...

ସେବା ରପ୍ତାନି ବୃଦ୍ଧି

ନୂଆଦିଲ୍ଲୀ,୫।୫: ଆର୍ଥିକ ବର୍ଷ ୨୦୨୧-୨୨ରେ ଦେଶର ସେବାଗୁଡ଼ିକର ରପ୍ତାନି ୨୫୪.୪ ବିଲିୟନ ଡଲାର ଛୁଇଁଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସୂଚନା...

ମୁକେଶ ବିଶ୍ୱର ୫ମ ଧନୀ

ନୂଆଦିଲ୍ଲୀ,୨୨।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ୱର ୫ମ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଜୁଲାଇ ଦ୍ୱିତୀୟ ସପ୍ତାହରେ ସେ ବିଶ୍ୱ ଧନୀ...

ଭାରତ ଲାଗି ଆଉଟଲୁକ୍‌ ନକାରାତ୍ମକ କଲା ଫିଚ୍‌

ନୂଆଦିଲ୍ଲୀ,୧୮।୬: ଫିଚ୍‌ ରେଟିଂ ଏଜେନ୍ସି ଗୁରୁବାର ଭାରତର ଆଉଟଲୁକ୍‌କୁ ନକାରାତ୍ମକ ରହିବା ନେଇ ଆକଳନ କରିଛି। ଭାରତର ଆଉଟଲୁକ୍‌ ସ୍ଥିର ରହିବ ବୋଲି ଏହା ପୂର୍ବରୁ...

ବିଦାୟ ବେଳାରେ ସରକାରଙ୍କୁ ବିରାଲଙ୍କ ପରାମର୍ଶ: ବନ୍ଦ ହେଉ ଲାଭ ଦେଉ ନ ଥିବା ସବ୍‌ସିଡି ସ୍କିମ୍‌

ମୁମ୍ବାଇ,୨୪-୭ – ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସ୍ବାଧୀନତା ନେଇ ମୁଖର ଥିବା ଡେପୁଟି ଗଭର୍ନର ବିରାଲ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳର ଶେଷ ଦିନରେ ମଙ୍ଗଳବାର କେନ୍ଦ୍ର...

୧୬ ଶହ କମ୍ପାନୀ ପାଇଛନ୍ତି ଚାଇନା ଏଫ୍‌ଡିଆଇ

ନୂଆଦିଲ୍ଲୀ,୧୬।୯: ଘରୋଇ ବଜାରର ପ୍ରାୟ ୧୬ରୁ ଊର୍ଦ୍ଧ୍ୱ କମ୍ପାନୀ ଚାଇନାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ(ଏଫ୍‌ଡିଆଇ) ଲାଭ କରିଛନ୍ତି। ୨୦୧୬ ଏପ୍ରିଲରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଏହି...

ଘରମାଲିକ-ଭଡ଼ାଟିଆଙ୍କ ମାମଲା ମଧ୍ୟସ୍ଥତାରେ ବିଚାର ହେବ

ନୂଆଦିଲ୍ଲୀ: ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ କୌଣସି ବିବାଦ ରହିଥିଲେ ଏହାର ସମାଧାନ ଲାଗି ଆଉ କୋର୍ଟ ଚକ୍କର ଚଲାଇବାକୁ ପଡିବ ନାହିଁ। ଆର୍ବିଟ୍ରେଶନ...

Advertisement
Archives

Model This Week