ଜିଡ଼ିପି ଅଭିବୃଦ୍ଧି ୪.୬%କୁ ହ୍ରାସ କଲା ଫିଚ୍‌

ନୂଆଦିଲ୍ଲୀ,୨୧-୧୨: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ଜିଡ଼ିପି ଅଭିବୃଦ୍ଧି ପୂର୍ବାନୁମାନକୁ ଫିଚ୍‌ ରେଟିଙ୍ଗସ ୪.୬%କୁ ହ୍ରାସ କରିଛି। ବାଣିଜି୍ୟକ ସ୍ଥିତିରେ ଅବନ୍ନତି ଏବଂ ଖାଉଟିଙ୍କ ଆତ୍ମବିଶ୍ୱାସ ଖସିବା ଯୋଗୁ ଫିଚ୍‌ ପୂର୍ବାନୁମାନକୁ ଖସାଇଥିବା ଜଣାପଡିଛି। ଏହା ଭାରତର ଡିଫଲ୍ଟ ରେଟିଂକୁ ସ୍ଥିର ବା ବିବିବି ରଖିଛି। ୨୦୨୧ ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର ୫.୬% ଏବଂ ଏହାର ପରବର୍ତ୍ତୀ ଆର୍ଥତ୍କ ବର୍ଷରେ ବିକାଶ ହାର ୬.୫%କୁ ଖସିବ ବୋଲି ଏହା ପୂର୍ବାନୁମାନରେ କହିଛି। ଭାରତ ସରକାର ଗ୍ରହଣ କରୁଥିବା ମୁଦ୍ରା ଏବଂ ବିତ୍ତୀୟ ନୀତି ସହ ଢାଞ୍ଚାଗତ ପଦକ୍ଷେପ ବିକାଶକୁ ତ୍ୱରାନ୍ବିତ କରିବ ବୋଲି ଏହା ଆଶାବାଦୀ ରହିଛି। ଘରୋଇ ବଜାରରେ ବିଭିନ୍ନ ଚ୍ୟାଲେଞ୍ଜ ଯୋଗୁ ଅନୁମାନକୁ ହ୍ରାସ କରାଯାଇଛି ବୋଲି ଏହି ଏଜେନ୍ସି କହିଛି। ଏହି ସମୟ ମଧ୍ୟରେ ଏନ୍‌ବିଏଫ୍‌ସି କ୍ଷେତ୍ରରେ ଋଣ ପ୍ରଦାନରେ ସମସ୍ୟା, ବାଣିଜ୍ୟ ଏବଂ ଖାଉଟି ଆତ୍ମବିଶ୍ୱାସ ଖସିବା ଯୋଗୁ ବଜାର ପ୍ରଭାବିତ ରହିଛି। ଏହା ସତ୍ତ୍ୱେ ଭାରତର ରେଟିଂକୁ ଦୃଢ ମଧ୍ୟମକାଳୀନ ଅଭିବୃଦ୍ଧିକୁ ଧ୍ୟାନରେ ରଖି ଟ୍ରିପଲ ବି ରଖାଯାଇଛି ବୋଲି ଫିଚ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ସେକ୍ଟରରେ ଚାକିରି ହରାଇଲେ ୨ଲକ୍ଷ

ନୂଆଦିଲ୍ଲୀ,୫-୮: ଦେଶରେ ମାନ୍ଦାବସ୍ଥା ମାଡି ଆସୁଛି। ଏହାର ସବୁଠୁ ବେଶି ପ୍ରଭାବ ଅଟୋ ସେକ୍ଟର ଉପରେ ପଡିଛି। କାର୍‌, ବାଇକ ବିକ୍ରି ହ୍ରାସ ପାଇବା କାରଣରୁ...

ହିରୋ ମୋଟୋକର୍ପର ବିକ୍ରି ଫଳାଫଳ

ନୂଆଦିଲ୍ଲୀ,୬ା୫: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପର ୨୦୨୩-୨୪ ଆର୍ଥିକ ବର୍ଷର ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ଚଳିତ...

ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୪।୬: ଦେଶର ବିଦେଶୀ ମୁଦ୍ରାଭଣ୍ଡାରରେ ୮.୨ ବିଲିୟନ ଡଲାର ବୃଦ୍ଧି ଘଟିଛି। ଫଳରେ ଏହା ୫୦୧.୭ ବିଲିୟନ ଡଲାର ଟପିଥିବା ଜଣାପଡିଛି। ଗୋଟିଏ ସପ୍ତାହ ତଳେ...

୭.୪% ବଢ଼ିବ ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୨୭ା୮: ବର୍ତ୍ତମାନର ପରିସ୍ଥିତିକୁ ନେଇ ଉଭୟ ସରକାର ଓ ସାଧାରଣ ଜନତା ଚାପରେ ଥିବା ବେଳେ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ଚଳିତ...

ସରକାରୀ ସମ୍ପତ୍ତିର ହେବ ଘରୋଇ କରଣ: ୧୦୦ର ତାଲିକା ପ୍ରସ୍ତୁତ

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର ୧୦୦ଟି ସରକାରୀ ସମ୍ପତ୍ତିକୁ ଘରୋଇ କରଣ କରିବାକୁ ଯାଉଛନ୍ତି। ଏହାଦ୍ୱାରା ୨୦୨୫ ସୁଦ୍ଧା ଭାରତ ୫...

ବ୍ରାଣ୍ଡ ଫ୍ୟାକ୍ଟ୍ରି କଟକ ଷ୍ଟୋରରେ ଫ୍ରି ସପିଙ୍ଗ ଓ୍ବିକେଣ୍ଡ

ଭୁବନେଶ୍ୱର,୩୦-୧୧: ବ୍ରାଣ୍ଡ ଫ୍ୟାକ୍ଟି କଟକ ଷ୍ଟୋର ପକ୍ଷରୁ ପ୍ରଥମଥର ଲାଗି ଫ୍ରି ସପିଙ୍ଗ ଓ୍ବିକେଣ୍ଡ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଡିସେମ୍ବର ୪ରୁ ୮ ତାରିଖ...

ଓ୍ବେସ୍କୋ, ସାଉଥ୍‌କୋର ପରିଚାଳନା ନେଲା ଟାଟା

ଭୁବନେଶ୍ୱର,: ଓ୍ବେସ୍କୋ ଏବଂ ସାଉଥ୍‌କୋର ପରିଚାଳନା ଏବଂ ଅପରେଶନ ଭାର ଟାଟା ପାଓ୍ବାର ହାତକୁ ଯାଇଛି। ଗୁରୁବାର ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ବିଧିବଧ ଭାବେ...

ଚନ୍ଦ୍ରଶେଖରପୁରରେ ଫ୍ରୋଜିଟ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧।୩: ରାଜ୍ୟର ପ୍ରମୁଖ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅନନ୍ୟ ଖାଦ୍ୟ ପ୍ରସ୍ତୁତକାରୀ ପ୍ରତିଷ୍ଠାନ ରୁଚି ଫୁଡ୍‌ଲାଇନ ଦ୍ୱାରା ପରିଚାଳିତ ଫ୍ରୋଜେନ୍‌ ଫୁଡ୍‌ସ ବ୍ରାଣ୍ଡ୍‌ ‘ଫ୍ରୋଜିଟ୍‌’ର...

Advertisement
Archives

Model This Week